Jump to content

ବନୱାରୀଲାଲ ହଂସାରିଆ

ଉଇକିପିଡ଼ିଆ‌ରୁ
Justice

ବନୱାରୀଲାଲ ହଂସାରିଆ
13th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
22 February 1990  13 December 1993
ପୂର୍ବ ଅଧିକାରୀହରିଲାଲ ଅଗ୍ରୱାଲ
ପର ଅଧିକାରୀଗିରୀଶ ଠାକୁରଲାଲ ନାନାବତୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1931-12-25)୨୫ ଡିସେମ୍ବର ୧୯୩୧
ମୃତ୍ୟୁ୩ ନଭେମ୍ବର ୧୯୯୭(୧୯୯୭-୧୧-୦୩)

ବନୱାରୀଲାଲ ହଂସାରିଆ (୨୫ ଡିସେମ୍ବର ୧୯୩୧ ― ୩ ନଭେମ୍ବର ୧୯୯୭) ଜଣେ ଭାରତୀୟ ବିଚାରପତି ଓ ଭାରତୀୟ ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତି ଥିଲେ ।[] ସେ 22 ଫେବୃଆରୀ 1990ରୁ 13 ଡିସେମ୍ବର 1993 ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କର୍ଯ୍ୟନିର୍ବାହ କରିଥିଲେ ।

କାର୍ଯ୍ୟଜୀବନ

[ସମ୍ପାଦନା]

ହଂସାରିଆ ସର୍ଦାରଶହରରେ ସ୍କୁଲଶିକ୍ଷା ହାସଲ କରିବା ପରେ ପିଲାନୀସ୍ଥିତ ବିର୍ଲା ଆର୍ଟ୍ସ କଲେଜରେ ପଢିଥିଲେ । ସେ କୋଲକାତା ବିଶ୍ବବିଦ୍ୟାଳୟରୁ ଏମ.ଏ. ଓ ଲଣ୍ଡନ୍ ସ୍କୁଲ୍ ଅଫ୍ ଇକୋନମିକ୍ସରୁ ଏମ.ଏସ୍.ସି. ଉତ୍ତୀର୍ଣ୍ଣ ହୋଇଥିଲେ । ଏଲ୍.ଏଲ୍.ବି. ପାସ କରିବା ପରେ, ସେ ଓକିଲାତି କଲେ ଓ ଗୁୱାହାଟିର ଜେ.ବି. ଲ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଲେ । ୧୯୭୧ ମସିହାରେ ହଂସାରିଆ ଜିଲ୍ଲା ଓ ଦୌରା ଜଜ୍ ଭାବେ ନିଯୁକ୍ତ ହେଲେ ।

୧୯୭୬ ମସିହାର ୧୫ ଜୁଲାଇରୁ ୧୯୭୯ ମସିହାର ୯ ଫେବ୍ରୁଆରୀ ପର୍ଯ୍ୟନ୍ତ ସେ ଆସାମ ସରକାରଙ୍କ ବିଧି ତଥା ନ୍ୟାୟ ବିଭାଗ ସଚିବ ଏବଂ ଲିଗାଲ୍ ରିମେମ୍ବ୍ରାନସର୍ ଭାବେ କାର୍ଯ୍ୟ କରିଥିଲେ । ୧୯୭୯ ମସିହାରେ ହଂସାରିଆଙ୍କୁ ଗୁଆହାଟି ହାଇକୋର୍ଟର ବିଚାରପତି ଭାବେ ଉନ୍ନତ କରାଗଲା । ସେ ୨୨ ଫେବ୍ରୁଆରୀ ୧୯୯୦ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ ।

୧୯୯୩ ମସିହାର ୧୪ ଡିସେମ୍ବରରେ ହଂସାରିଆଙ୍କୁ ଭାରତୀୟ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ନିଯୁକ୍ତ କରାଗଲା ଓ ସେ ୧୯୯୬ ମସିହାରେ ସେବାନିବୃତ୍ତ ହେଲେ ।[] ସେ ବହୁ ପ୍ରସିଦ୍ଧ ଆଇନ ପୁସ୍ତକ ଓ ଲେଖାର ଲେଖକ ।[]

  1. "Former Hon'ble Judges of the Supreme Court of India/ Chief Justice of India, who served as Chief Justice/ Hon'ble Judge of this High Court – THE GAUHATI HIGH COURT". ghconline.gov.in. Retrieved 2024-12-19.
  2. "Chief Justices/ Judges Elevated to Supreme Court | Orissa High Court, Cuttack". orissahighcourt.nic.in. Retrieved 2024-12-19.
  3. "Justice B.L. Hansaria | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2024-12-19.