Jump to content

ଶିବ ଶଙ୍କର ମିଶ୍ର

ଉଇକିପିଡ଼ିଆ‌ରୁ
(ଶିବଶଙ୍କର ମିଶ୍ରରୁ ଲେଉଟି ଆସିଛି)

ଶିବଶଙ୍କର ମିଶ୍ର ( ଜନ୍ମ:୩.୫.୧୯୬୮) ଜଣେ ଭାରତୀୟ ଆଇନଜୀବୀ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ବିଚାରପତି ।[] []ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ନିଯୁକ୍ତି ପାଇବାରେ ସେ କୋରାପୁଟ ଜିଲ୍ଲାର ପ୍ରଥମ ବ୍ୟକ୍ତି ।[]

ଶିକ୍ଷା ଓ ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଶିବଶଙ୍କର ମିଶ୍ର ଜୟପୁରଠାରେ ୧୯୬୮, ମେ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସ୍ବର୍ଗତ ଅନଙ୍ଗଭୀମ ମିଶ୍ର ଓ ସ୍ବର୍ଗତ ଶଶିରେଖା ମିଶ୍ରଙ୍କ ପୁଅ ଶିବଶଙ୍କର କୋରାପୁଟ ଜିଲ୍ଲାର ଜୟପୁରରେ ଥିବା ମ୍ୟୁନିସିପାଲ୍ ହାଇସ୍କୁଲରୁ ଶିକ୍ଷା ଆରମ୍ଭ କରିଥିଲେ । ସେ ତାଙ୍କ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ପୂର୍ବତନ ଭିକ୍ରମ ଦେବ କଲେଜ୍, ଜୟପୁରରୁ ରସାୟନ ବିଜ୍ଞାନରେ ସମ୍ମାନ ସହ (B.Sc. Honours) ଡିଗ୍ରୀ ଅର୍ଜନ କରିଥିଲେ ।କୋରାପୁଟ ଜିଲ୍ଲାର ଜୟପୁର ଲ କଲେଜରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ । ଆଇନ ଅଧ୍ୟୟନ କରିବା ବେଳେ ସେଠାରେ ଛାତ୍ର ସଂଘ ନିର୍ବାଚନରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୯୧ ମସିହା ଡିସେମ୍ବର ୭ରେ ଏକ ଆଇନଜୀବୀ ଭାବରେ ପଞ୍ଜୀକୃତ ହୋଇଥିଲେ ଏବଂ ୧୯୯୮ ମସିହାରେ ଭାରତ ସର୍ବୋଚ୍ଚ ନ୍ୟାୟାଳୟର ଏଡଭୋକେଟ-ଅନ୍-ରେକର୍ଡ ହୋଇପାରିଥିଲେ । ତାଙ୍କର ଏହି ପେଶାରେ ୩୦ ବର୍ଷର ଅନୁଭବ ମଧ୍ୟରେ ବିଶେଷ ଭାବେ ସେ ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ମାମଲାରେ ଓକିଲାତି କରିଛନ୍ତି । ସେ ଓଡ଼ିଶା ହାଇକୋର୍ଟ ଓ ‌କେନ୍ଦ୍ର ସରକାରଙ୍କ ପାଇଁ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଛନ୍ତି । ତାଙ୍କ ପେଶାଜୀବନର ସମଗ୍ର ଅବଧିରେ, ସେ ଭାରତ ସର୍ବୋଚ୍ଚ ନ୍ୟାୟାଳୟର ସମ୍ମୁଖରେ ବିଭିନ୍ନ ସରକାରୀ ବିଭାଗ, ସରକାରୀ ଏଜେନ୍ସି ଏବଂ ପବ୍ଲିକ୍ ସେକ୍ଟର ଅନୁଷ୍ଠାନଗୁଡ଼ିକର ପାଇଁ ବିଶେଷ କାଉନସେଲ ଭାବେ କାମ କରିଥିଲେ । ଏହା ବ୍ୟତୀତ କିଛି ସଂବେଦନଶୀଳ ମାମଲା ଯେପରିକି ବାବ୍ରି ମସଜିଦ ଧ୍ୱଂସ ମାମଲା/ରାମ ଜନ୍ମଭୂମି ବିବାଦ, ଗ୍ରାହାମ୍ ଷ୍ଟେନ୍ ହତ୍ୟାକାଣ୍ଡ ମାମଲା ଏବଂ କୋଟିଆ ଗାଁ ସମୂହକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟର ସୀମା ସମ୍ବନ୍ଧୀୟ ମାମଲା ପରିଚାଳନାରେ ସେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ ।[]

ସେ ୦୫.୦୯.୨୦୨୩ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ।[][]

  1. "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-21.
  2. "ଓଡ଼ିଶା ହାଇକୋର୍ଟକୁ ମିଳିଲେ ଆଉ ଦୁଇ ବିଚାରପତି". News18 ଓଡ଼ିଆ. 2023-09-05. Retrieved 2024-12-21.
  3. Digital, Sambad (2023-08-18). "ସୁପ୍ରିମକୋର୍ଟ କଲେଜିୟମର ସୁପାରିସ: ଶିବଶଙ୍କର ମିଶ୍ର, ଆନନ୍ଦଚନ୍ଦ୍ର ବେ‌ହେରା ହେବେ ହାଇକୋର୍ଟର ନୂଆ ବିଚାରପତି". Sambad. Retrieved 2024-12-21.
  4. Bharat, E. T. V. (2023-09-05). "ଓଡ଼ିଶା ହାଇକୋର୍ଟକୁ ମିଳିଲା ଦୁଇ ନୂଆ ବିଚାରପତି, ଶପଥ ନେଲେ ଜଷ୍ଟିସ ଶିବ ଶଙ୍କର ଓ ଆନନ୍ଦ ଚନ୍ଦ୍ର". ETV Bharat News. Retrieved 2024-12-21.
  5. "ଶପଥ ନେଲେ ଶିବ ଶଙ୍କର ମିଶ୍ର, ଆନନ୍ଦ ଚରଣ ବେହେରା". Darshana News (in ଆମେରିକୀୟ ଇଂରାଜୀ). 2023-09-05. Retrieved 2024-12-21.
  6. Bharat, E. T. V. (2023-09-02). "କଲେଜିୟମଙ୍କ ସୁପାରିଶକୁ ରାଷ୍ଟ୍ରପତିଙ୍କ ମୋହର, ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି". ETV Bharat News. Retrieved 2024-12-21.