Jump to content

ଶୁଭାଶିଷ ତାଳପତ୍ର

ଉଇକିପିଡ଼ିଆ‌ରୁ
Hon'ble Chief Justice (Retd.)

ଶୁଭାଶିଷ ତାଳପତ୍ର
Chief Justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
8 August 2023  3 October 2023
Nominated byDhananjaya Y. Chandrachud
Appointed byଦ୍ରୌପଦୀ ମୁର୍ମୁ
Judge of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
10 June 2022  7 August 2023
Nominated byN. V. Ramana
Appointed byରାମନାଥ କୋବିନ୍ଦ
Judge of Tripura High Court
କାର୍ଯ୍ୟକାଳ
13 September 2013  9 June 2022
Nominated byP. Sathasivam
Appointed byପ୍ରଣବ ମୁଖାର୍ଜୀ
Acting Chief Justice of Tripura High Court
କାର୍ଯ୍ୟକାଳ
11 November 2019  15 November 2019
Appointed byରାମନାଥ କୋବିନ୍ଦ
କାର୍ଯ୍ୟକାଳ
2 November 2018  13 November 2018
Appointed byରାମନାଥ କୋବିନ୍ଦ
Judge of Gauhati High Court
କାର୍ଯ୍ୟକାଳ
15 November 2011  12 September 2013
Nominated byS. H. Kapadia
Appointed byPratibha Patil
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-10-04) ୪ ଅକ୍ଟୋବର ୧୯୬୧ (ବୟସ ୬୪)
Udaipur, Tripura
ଶିକ୍ଷାନୁଷ୍ଠାନUniversity of Calcutta

ଶୁଭାଶିଷ ତାଳପତ୍ର (ଜନ୍ମ: ୪ ଅକ୍ଟୋବର ୧୯୬୧) ଜଣେ ଭାରତୀୟ ବିଚାରପତି । ସେ ଓଡ଼ିଶା ଉଚ୍ଚନ୍ୟାୟାଳୟର ୩୩ତମ ପୂର୍ବତନ ମୁଖ୍ୟ ବିଚାରପତି ।[] ସେ ଉଭୟ ଓଡ଼ିଶା ଉଚ୍ଚନ୍ୟାୟାଳୟ ଓ ତ୍ରିପୁରା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[] ସେ ତ୍ରିପୁରା ଉଚ୍ଚନ୍ୟାୟାଳୟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ କାମ କରିଥିଲେ ।[] ସେପ୍ଟେମ୍ବର ୨୦୨୦ ମସିହାରେ ବିଚାରପତି ତାଳପତ୍ର ତେଲେଙ୍ଗାନା କୃଷ୍ଣା ଜଳ ବିବାଦ ନ୍ୟାୟାଧିକରଣର ନ୍ୟାୟିକ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ତାଳପତ୍ରଙ୍କ ଜନ୍ମ ୧୯୬୧ ମସିହାରେ ତ୍ରିପୁରାର ଉଦୟପୁରରେ ହୋଇଥିଲା । ସେ କୋଲକାତା ବିଶ୍ୱବିଦ୍ୟାଳୟର ଆଇନ ବିଭାଗରୁ ଏଲଏଲବି ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୧୯୯୦ରୁ ଉତ୍ତର ପୂର୍ବ ଭାରତର ବିଭିନ୍ନ ଉଚ୍ଚନ୍ୟାୟାଳୟରେ ଓକିଲାତି କରି ଆସୁଥିଲେ । ତାଳପତ୍ର ଗୌହାଟି ଉଚ୍ଚନ୍ୟାୟାଳୟର ଅଗରତାଲା ବେଞ୍ଚରେ ନାଗରିକ, ଅପରାଧିକ ଏବଂ ସାଂବିଧାନିକ ମାମଲାରେ ଓକିଲାତି କାମ କରିଥିଲେ । ୨୧ ଡିସେମ୍ବର ୨୦୦୪ରେ ସେ ବରିଷ୍ଠ ଆଇନଜୀବୀ ଭାବେ ନିଯୁକ୍ତ ହୋଇଥିଲେ । ୧୫ ନଭେମ୍ବର ୨୦୧୧ରେ ସେ ଗୌହାଟି ଉଚ୍ଚନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୧୩ ସେପ୍ଟେମ୍ବର ୨୦୧୩ରେ ସେ ତ୍ରିପୁରା ଉଚ୍ଚନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ତାଳପତ୍ର ଦୁଇଥର ତ୍ରିପୁରା ଉଚ୍ଚନ୍ୟାୟାଳୟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଭାବେ ସେବା ନିର୍ବାହ କରିଥିଲେ ।[] ସେ ୧୦ ଜୁନ୍ ୨୦୨୨ରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ ସ୍ଥାନାନ୍ତର ହୋଇଥିଲେ । ସେ ୮ ଅଗଷ୍ଟ ୨୦୨୩ରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ପଦବୀକୁ ଉନ୍ନିତ ହୋଇଥିଲେ ।[] ସେ ୩ ଅକ୍ଟୋବର ୨୦୨୩ରେ ଅବସର ଗ୍ରହଣ କରିଥିଲେ ।

  1. Mahanty, Nibedita (19 July 2023). "ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର". https://odia.oneindia.com. Retrieved 17 December 2024. {{cite web}}: External link in |website= (help)
  2. "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-17.
  3. Biju, Rintu Mariam (2019-11-11). "Subhasis Talapatra appointed as the Acting Chief Justice of Tripura High Court". Bar and Bench - Indian Legal news (in ଇଂରାଜୀ). Retrieved 2024-12-17.
  4. "Welcome to High Court of Tripura". thc.nic.in. Retrieved 2024-12-17.
  5. Upadhyay, Sparsh (2023-07-06). "Supreme Court Collegium Proposes Name Of Justice Subhasis Talapatra As Chief Justice Of Orissa High Court". www.livelaw.in (in ଇଂରାଜୀ). Retrieved 2024-12-17.