ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ

ଉଇକିପିଡ଼ିଆ ରୁ
Jump to navigation Jump to search
ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ
Supreme Court of India
Emblem of the Supreme Court of India.svg
ଭାରତୀୟ ସର୍ବୋଚ୍ଚ ନ୍ୟାଯାଳୟର ପ୍ରତୀକ
ସ୍ଥାପିତ୧ ଅକ୍ଟୋବର ୧୯୩୭; ୩୦୬୧୫ ଦିନ ଆଗରୁ (1937-10-1)
(ଭାରତୀୟ ସଙ୍ଘୀୟ ନ୍ୟାୟାଳୟ ରୂପେ)
୨୮ ଜାନୁଆରୀ ୧୯୫୦; ୨୬୧୧୩ ଦିନ ଆଗରୁ (1950-01-28)
(ଭାରତୀୟ ସର୍ବୋଚ୍ଚ ନ୍ୟାଯାଳୟ ରୂପେ)[୧]
ବିସ୍ତାରଭାରତ
ସ୍ଥାନତିଳକ ମାର୍ଗ, ନୂଆଦିଲ୍ଲୀ, ଦିଲ୍ଲୀ
ଭୌଗଳିକ ଦିଗବାରେଣି28°37′20″N 77°14′23″E / 28.622237°N 77.239584°E / 28.622237; 77.239584Coordinates: 28°37′20″N 77°14′23″E / 28.622237°N 77.239584°E / 28.622237; 77.239584
ସଂରଚନାଭାରତୀୟ ସର୍ବୋଚ୍ଚ ନ୍ୟାଯାଳୟର କଲେଜିଅମ
ଅଧିକାର ପ୍ରାପ୍ତଭାରତୀୟ ସମ୍ବିଧାନ
ବିଚାରପତି କାର୍ଯ୍ୟକାଳ୬୫ ବର୍ଷ ବୟସରେ ବାଧ୍ୟତାମୂଳକ ଅବସର
ସଦସ୍ଯତା ସଂଖ୍ଯା୩୪ (୩୩+୧; ଏବେକାର ସଦସ୍ୟତା)[୨]
Websitewww.sci.gov.in
ରାଜାଦର୍ଶ
यतो धर्मस्ततो जयः॥ (ୟତୋ ଧର୍ମସ୍ତତୋ ଜୟଃ); ଯେଉଁଠାରେ ଧର୍ମ ସେହିଠାରେ ବିଜୟ ।
ଭାରତର ମୁଖ୍ୟ ବିଚାରପତି
ବର୍ତ୍ତମାନଶରଦ ଅରବିନ୍ଦ ବୋବ୍ଡେ
ନିଯୁକ୍ତି ଦିନ୧୮ ନଭେମ୍ବର ୨୦୧୯

ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ, ଭାରତର ଉଚ୍ଚତମ ନ୍ୟାୟିକ ଅନୁଷ୍ଠାନ ଅଟେ ଏବଂ ଭାରତୀୟ ସମ୍ବିଧାନ ଅଧୀନସ୍ଥ ସର୍ବୋଚ୍ଚ ନ୍ୟାୟାଳୟ ଅଟେ । ଏହା ସର୍ବ ବରିଷ୍ଠ ସାମ୍ବିଧାନିକ ନ୍ୟାୟାଳୟ ଅଟେ ଏବଂ ଏହି ନ୍ୟାୟିକ ପୁନରାବଲୋକନର କ୍ଷମତା ରହିଛି । ଭାରତର ମୁଖ୍ୟ ବିଚାରପତି ଏହାର ମୁଖ୍ୟ ଅଟନ୍ତି । ତତ୍ସହିତ ଏଥିରେ ସର୍ବାଧିକ ୩୪ ଜଣ ବିଚାରପତି ଅଛନ୍ତି । ମୁଖ୍ୟ, ଅପିଲୀୟ ତଥା ପରାମର୍ଶିକ ଆଦି ଅଧିକାରକ୍ଷେତ୍ର ମାଧ୍ୟମରେ ଏହାର ବିସ୍ତୃତ କ୍ଷମତା ରହିଛି ।[୩] ଏହା ଭାରତରେ ସବୁଠାରୁ ଶକ୍ତିଶାଳୀ ଲୋକାନୁଷ୍ଠାନ ବୋଲି ଧରାଯାଇଅଛି ।[୪]

ଦେଶର ସାମ୍ବିଧାନିକ ନ୍ୟାୟାଳୟ ହୋଇଥିବାରୁ, ଏହା ମୁଖ୍ୟତଃ ସଙ୍ଘର ବିଭିନ୍ନ ଉଚ୍ଚ ନ୍ୟାୟାଳୟ ତଥା ଅନ୍ୟାନ୍ୟ ନ୍ୟାୟାଳୟ ଓ ଟ୍ରିବ୍ୟୁନାଲମାନଙ୍କର ରାୟ ବିରୁଦ୍ଧରେ ଅପିଲ୍ ନିଏ । ଏହା ନାଗରିକମାନଙ୍କର ମୌଳିକ ଅଧିକାରର ରକ୍ଷାକରେ ଏବଂ ବିଭିନ୍ନ ସରକାରୀ ଅଧିକାରୀ ତଥା ଦେଶରେ କେନ୍ଦ୍ର ସରକାର ବନାମ ରାଜ୍ୟ ସରକାର କିମ୍ବା ଗୋଟିଏ ରାଜ୍ୟ ସରକାର ବନାମ ଅନ୍ୟ ରାଜ୍ୟ ସରକାର ମଧ୍ୟରେ ବିବାଦର ସମାଧାନ କରେ । ଏକ ପରାମର୍ଶଦାତା ହିସାବରେ, ଏହା ଭାରତୀୟ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କଦ୍ୱାରା ସୂଚୀତ ବିଭିନ୍ନ ବିଷୟବସ୍ତୁ ଉପରେ ଶୁଣାଣି କରିଥାଏ । ସର୍ବୋଚ୍ଚ ନ୍ୟାଯାଳୟ ଦ୍ବାରା ଘୋଷିତ ବିଧି ଓ ନିୟମ ଭାରତରେ ଥିବା ସମସ୍ତ ନ୍ୟାୟାଳୟ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବନ୍ଧନୀୟ ।[୫] ସମ୍ବିଧାନ ଧାରା ୧୪୨ ଅନୁସାରେ, ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ଲାଗୁ କରାଇବା ଭାରତର ରାଷ୍ଟ୍ରପତିଙ୍କ ଦାୟିତ୍ୱ ଅଟେ ଏବଂ ନ୍ୟାୟାଳୟକୁ ନ୍ୟାୟ ସ୍ଥାପନ ନିମନ୍ତେ ଆବଶ୍ୟକ ସମସ୍ତ ଅନ୍ତର୍ନିହିତ କ୍ଷମତା ପ୍ରଦାନ କରାଯାଇଅଛି । ସର୍ବୋଚ୍ଚ ନ୍ୟାଯାଳୟ ପୂର୍ବର ବ୍ରିଟିଶ ପ୍ରିଭି ପରିଷଦକୁ ଅପିଲର ସର୍ବୋଚ୍ଚ ନ୍ୟାଯାଳୟ ଭାବେ ବିସ୍ଥାପିତ କଲା ।

ଇତିହାସ[ସମ୍ପାଦନା]

୧୮୬୧ ମସିହାରେ, ବିଭିନ୍ନ ପ୍ରାନ୍ତଗୁଡ଼ିକ ପାଇଁ ଉଚ୍ଚ ନ୍ଯାୟାଳୟ ସ୍ଥାପନ କରିବା ନିମନ୍ତେ ଭାରତୀୟ ଉଚ୍ଚ ନ୍ଯାୟାଳୟ ଅଧିନିୟମ, ୧୮୬୧ ପ୍ରଣୟନ କରାଗଲା ଏବଂ କଲିକତା, ମାଡ୍ରାସ ଓ ବମ୍ବେର ଉଚ୍ଚତମ ନ୍ଯାୟାଳୟ ତଥା ସେଗୁଡ଼ିକର ସହରମାନଙ୍କ ସଦର ଅଦାଲତଗୁଡ଼ିକୁ ବିଲୋପ କରିଦିଆଗଲା । ଭାରତୀୟ ପ୍ରଶାସନ ଅଧିନିୟମ, ୧୯୩୫ ଅଧିନରେ ଭାରତୀୟ ସଙ୍ଘୀୟ ନ୍ଯାୟାଳୟ ନିର୍ମାଣ ହେବା ପର୍ଯ୍ୟନ୍ତ ଏହି ନୂଆ ଉଚ୍ଚ ନ୍ଯାୟାଳୟମାନଙ୍କ ପାଖରେ ସମସ୍ତ ମାମଲା ପାଇଁ ଉଚ୍ଚତମ ନ୍ଯାୟାଳୟ ହେବାର ଗରିମା ପ୍ରାପ୍ତ ଥିଲା । ସଙ୍ଘୀୟ ନ୍ଯାୟାଳୟ ପାଖରେ ପ୍ରାନ୍ତ ଓ ସଙ୍ଘୀୟ ପ୍ରଶାସନ ମଧ୍ଯରେ ଥିବା ବିବାଦ ସମାଧାନ ତଥା ଉଚ୍ଚ ନ୍ଯାୟାଳୟ ଦ୍ବାରା ଘୋଷିତ ରାୟ ବିରୁଦ୍ଧରେ ଅପିଲ ଶୁଣାଣି କରିବାର ଅଧିକାର ଥିଲା । ଭାରତର ପ୍ରଥମ ମୁଖ୍ଯ ବିଚାରପତି ହେଉଛନ୍ତି ଏଚ୍. ଜେ. କନିଆ.[୫]

ଭାରତୀୟ ସର୍ବୋଚ୍ଚ ନ୍ଯାଯାଳୟ ୨୮ ଜାନୁଆରୀ ୧୯୫୯ରେ ସ୍ଥାପିତ ହେଲା ।[୬] ଏହା ଉଭୟ ସଂଘୀୟ ନ୍ଯାୟାଳୟପ୍ରିଭି ପରିଷଦର ନ୍ୟାୟିକ କମିଟିକୁ ଭାରତର ଶୀର୍ଷତମ ନ୍ଯାୟାଳୟ ରୂପେ ପ୍ରତିସ୍ଥାପିତ କଲା । କିନ୍ତୁ ୨୮ ଜାନୁଆରୀ ୧୯୫୦ ମସିହାରେ, ସକାଳ ୯:୪୫ରେ ପ୍ରଥମ ଶୁଣାଣି ଓ ଉଦ୍ଘାଟନ ହୋଇଥିଲା । ତେଣୁକରି ଏହି ଦିନକୁ ଆଧିକାରିକ ସ୍ଥାପନ ଦିବସ ରୂପେ ଅଭିହିତ କରାଯାଇଅଛି ।[୭]

୧୯୩୭ରୁ ୧୯୫୦ ପର୍ଯ୍ୟନ୍ତ, ସଂଘୀୟ ନ୍ଯାୟାଳୟ ସଂସଦ ଭବନର ରାଜ ସଦନରେ ଶୁଣାଣି କରୁଥିଲା । ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସର୍ବୋଚ୍ଚ ନ୍ଯାଯାଳୟ ମଧ୍ଯ ସେହିଠାରେ ନିଜ କାର୍ଯ୍ୟ ଆରମ୍ଭ କଲେ । ୧୯୫୮ ମସିହାରେ, ସର୍ବୋଚ୍ଚ ନ୍ଯାଯାଳୟ ବର୍ତ୍ତମାନର ସ୍ଥାନକୁ ଚାଲିଆସିଲେ ।[୬] ପ୍ରାରମ୍ଭରେ, ଭାରତୀୟ ସମ୍ବିଧାନ ଜଣେ ମୁଖ୍ଯ ବିଚାରପତିଙ୍କ ସହ ସାତ ଜଣ ଅନ୍ୟ ବିଚାରପତିଙ୍କୁ ନେଇ ସର୍ବୋଚ୍ଚ ନ୍ଯାଯାଳୟର କଳନା କରିଥିଲେ । ସମ୍ବିଧାନ ଅନୁସାରେ ସଂସଦ ଏହି ସଂଖ୍ଯାରେ ପରିବର୍ତ୍ତନ ଆଣିପାରିବ ।[୮] ଆରମ୍ଭ ଦିନଗୁଡ଼ିକରେ, ସର୍ବୋଚ୍ଚ ନ୍ଯାୟାଳୟ ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏବଂ ପରେ ଦିନ ୨ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମାସକୁ ୨୮ ଦିନ ପାଇଁ ବସୁଥିଲେ ।[୯]

କଲେଜିଅମର ସଦସ୍ଯଗଣ[ସମ୍ପାଦନା]

ବର୍ତ୍ତମାନ, କଲେଜିଅମର ସଦସ୍ଯମାନେ ହେଲେ:

ନ୍ଯାୟାଳୟ ଭବନ ନିର୍ମାଣଶୈଳୀ[ସମ୍ପାଦନା]

ମୁଖ୍ଯ ବିଚାରପତିଙ୍କ ନ୍ଯାୟକକ୍ଷ ଥିବା ନ୍ଯାୟାଳୟର ମଧ୍ଯ ଭାଗ

ଏହି ଭବନଟିକୁ, ନ୍ୟାୟର ନିକିତିକୁ ପ୍ରଦର୍ଶନ କରୁଥିବା ଆକୃତି ଦିଆଯାଇଛି । ଏହାର ମଧ୍ଯ ଭାଗ ନିକିତିର ଦଣ୍ଡ, ତଥା ଦୁଇ ପଟେ ଦୁଇଟି ନ୍ୟାୟକକ୍ଷ ନିକିତିର ଦୁଇ ଭାରକୁ ଦର୍ଶାଉଛି । ଭବନର ମଧ୍ଯ ଭାଗରେ ମୁଖ୍ଯ ବିଚାରପତିଙ୍କ ନ୍ୟାୟକକ୍ଷ ଅବସ୍ଥିତ । ଭବନର ଦକ୍ଷିଣ ଭାଗରେ ବାର୍, ଯେଉଁଥିରେ ଭାରତର ମହାନ୍ୟାୟବାଦୀଙ୍କ ସହିତ ଅନ୍ୟାନ୍ୟ ବିଧି ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି ଏବଂ ନ୍ଯାୟାଳୟର ଏକ ପାଠାଗାର ମଧ୍ଯ ରହିଛି । ଭବନର ବାମ ଭାଗରେ ନ୍ଯାୟାଳୟର ବିଭିନ୍ନ କାର୍ଯ୍ୟାଳୟ ରହିଛି । ସର୍ବମୋଟରେ, ଭବନରେ ୧୫ଟି ନ୍ୟାୟକକ୍ଷ ରହିଛି ।[୫][୬][୧୦]

ସର୍ବୋଚ୍ଚ ନ୍ଯାଯାଳୟ ଭବନର ବାମ ଭାଗ

ଭାରତର ପ୍ରଥମ ରାଷ୍ଟ୍ରପତି, ଡ. ରାଜେନ୍ଦ୍ର ପ୍ରସାଦଙ୍କ ଦ୍ବାରା ୨୯ ଅକ୍ଟୋବର ୧୯୫୪ ମସିହାରେ, ସର୍ବୋଚ୍ଚ ନ୍ଯାୟାଳୟର ଆଧାର ଶିଳା ସ୍ଥାପନ କରାଯାଇଥିଲା । ଭବନର ମୁଖ୍ଯ ଭାଗଟି ୧୭ ଏକରର ଏକ ତ୍ରିଭୁଜାକାର କ୍ଷେତ୍ରରେ ତିଆରି କରାଯାଇଅଛି । କେନ୍ଦ୍ରୀୟ ଲୋକକାର୍ଯ୍ୟ ବିଭାଗର ପ୍ରଥମ ଭାରତୀୟ ଅଧ୍ଯକ୍ଷ, ମୁଖ୍ଯ ସ୍ଥପତି ଗଣେଶ ଭିକାଜୀ ଦେଓଲାଲିକରଙ୍କ ନେତୃତ୍ବରେ ଭାରତୀୟ-ବ୍ରିଟିଶ ଶୈଳୀରେତିଆରି କରାଯାଇଅଛି । ଏହାର ୨୭.୬ m (୯୦ ft ୭ in) ଉଚ୍ଚର ଏକ ଗମ୍ବୁଜ ଏବଂ ଏକ ସୁବିସ୍ତୃତ ଉପନିବେଶିତ ବାରଣ୍ଡା ରହିଛି । ଏହି ଭବନରେ ନ୍ୟାୟାଳୟ ୧୯୫୮ରୁ ନିଜ କାର୍ଯ୍ୟ ଆରମ୍ଭ କଲା । ୧୯୭୯ରେ ଦୁଇଟି ନୂଆ ଭାଗ – ପୂର୍ବ ଭାଗ ଓ ପଶ୍ଚିମ ଭାଗ  – ଏଥିରେ ଯୋଡାଗଲ । ୧୯୯୪ରେ ଶେଷଥର ପାଇଁ ଏଥିରେ ବର୍ଦ୍ଧନ କରାଯାଇଥିଲା ।[୬]

ମା ଓ ସନ୍ତାନ ପ୍ରତିମା[ସମ୍ପାଦନା]

ମା ଓ ସନ୍ତାନ ପ୍ରତିମା

୧୯୮୦ ମସିହା ଫେବୃଆରୀ ୨୦ ତାରିଖ ଦିନ, ୨୧୦ cm (୬ ft ୧୧ in) ଉଚ୍ଚତାର ଏକ କୃଷ୍ଣ-କାଂସ୍ୟ ପ୍ରତିମା ସର୍ବୋଚ୍ଚ ନ୍ଯାଯାଳୟର ଉଦ୍ୟାନରେ ସ୍ଥାନିତ କରାଗଲା । ଏହା ଭାରତମାତାଙ୍କୁ ଏକ ସ୍ତ୍ରୀ ରୂପେ ଓ ନବସ୍ଥାପିତ ବିଧିର ଧାରଣ କରୁଥିବା ଭାରତୀୟ ଗଣରାଜ୍ୟକୁ ଏକ ସନ୍ତାନ ରୂପେ ପ୍ରତିବିମ୍ବିତ କରୁଛି, ଅର୍ଥାତ୍ ଜଣେ ମା ନିଜ ସନ୍ତାନକୁ ଆଶ୍ରୟ ଦେଉଥିବା ପରିସ୍ଥିତିକୁ ଦର୍ଶାଉଛି । ପିଲାଟି ନିକିତି ଥିବା ଏକ ପୁସ୍ତକ ଧରିଛି ଯାହା ସମାନ ନ୍ୟାୟର ସୂଚନା ଦେଉଅଛି । ପ୍ରସିଦ୍ଧ ଶିଳ୍ପୀ ଚିନ୍ତାମଣୀ କରଙ୍କଦ୍ୱାରା ଏହି ପ୍ରତିମା ତିଆରି କରାଯାଇଅଛି । ଏହି ପ୍ରତିମା ଗାନ୍ଧୀଜୀଙ୍କ ପ୍ରତିମା ପଛରେ ରହିଛି ।

ମୋହର[ସମ୍ପାଦନା]

ସାରନାଥ ଅଶୋକ ସ୍ତମ୍ଭରେ ୨୪ଟି ଅର ଥିବା ଚକ୍ର ଆଧାରରେ ନ୍ଯାୟାଳୟର ମୋହରକୁ ତିଆରି କରାଯାଇଛି । ଏଥିରେ ଥିବା ସଂସ୍କୃତ ଅଭିଲେଖ यतो धर्मस्ततो जयः (ୟତୋ ଧର୍ମସ୍ତତୋ ଜୟଃ)ର, ଅର୍ଥ "ଧର୍ମ ଥିଲେ ବିଜୟ ନିଶ୍ଚିତ" । ଏହି ଚକ୍ରକୁ ଧର୍ମର ଚକ୍ର ବୋଲି ମଧ୍ଯ କୁହାଯାଏ, ଯେଉଁଥିରେ ସତ୍ଯ, ମଙ୍ଗଳ ଓ ସମତା ସମେଇ ରହିଛି ।[୫]

ସର୍ବୋଚ୍ଚ ନ୍ଯାୟାଳୟର ସଂରଚନା[ସମ୍ପାଦନା]

ସର୍ବୋଚ୍ଚ ନ୍ଯାୟାଳୟ ଭବନ

ରେଜିଷ୍ଟ୍ରି[ସମ୍ପାଦନା]

ସର୍ବୋଚ୍ଚ ନ୍ଯାଯାଳୟର ରେଜିଷ୍ଟ୍ରି, ପ୍ରଧାନ ସଚିବଙ୍କ ନେତୃତ୍ବାଧୀନ ରହିଛି । ଏଥିରେ ତାଙ୍କ ସହାୟତା ପାଇଁ ୧୦ ଜଣ ରେଜିଷ୍ଟ୍ରାର, କେତେକ ଅତିରିକ୍ତ ରେଜିଷ୍ଟ୍ରାର ଓ ଉପରେଜିଷ୍ଟ୍ରାର ରହିଛନ୍ତି ।[୧୧] ସମ୍ବିଧାନ ଧାରା ୧୪୬ ଅନୁସାରେ ସର୍ବୋଚ୍ଚ ନ୍ଯାଯାଳୟର ରେଜିଷ୍ଟ୍ରିର ଅଧିକାରୀ ଏବଂ ସେବକମାନଙ୍କ ନିଯୁକ୍ତି ଦିଆଯାଏ ।[୧୨][୧୩]

ସର୍ବୋଚ୍ଚ ନ୍ଯାଯାଳୟର ଆଇନଜୀବୀ[ସମ୍ପାଦନା]

ସର୍ବୋଚ୍ଚ ନ୍ଯାଯାଳୟ ନିୟମ, ୨୦୧୩ ଅନୁସାରେ ସର୍ବୋଚ୍ଚ ନ୍ଯାଯାଳୟ ସହିତ ପଞ୍ଜିକୃତ ଓକିଲମାନେ ହିଁ ନ୍ଯାୟାଳୟ ସମ୍ମୁଖରେ ଏକ ପକ୍ଷର ଓକିଲାତି କରିପାରିବେ ।[୧୪]

ଗଠନ[ସମ୍ପାଦନା]

ନ୍ୟାୟାଳୟର ଆକାର[ସମ୍ପାଦନା]

ପ୍ରାରମ୍ଭରେ, ଭାରତୀୟ ସମ୍ବିଧାନ ସାତ ଜଣ ବିଚାରପତି ଓ ଜଣେ ମୁଖ୍ଯ ବିଚାରପତିଙ୍କୁ ନେଇ ସର୍ବୋଚ୍ଚ ନ୍ଯାଯାଳୟର ପରିକଳ୍ପନା କରିଥିଲା । ପ୍ରାଥମିକ ପର୍ଯ୍ୟାୟରେ, ଏକ ପୂର୍ଣ୍ଣ ଖଣ୍ଡପୀଠ ମାମଲାର ଶୁଣାଣି ପାଇଁ ବସୁଥିଲେ । ନ୍ୟାୟାଳୟର କାର୍ଯ୍ୟ ବଢିବା ସହ ମାମଲାଗୁଡ଼ିକର ସଂଖ୍ଯା ବଢିବାରୁ ସଂସଦ ଅଧିନିୟମ ଦ୍ବାରା ନ୍ୟାୟାଳୟର ବିଚାରପତି ସଂଖ୍ଯା ମୂଳ ୧୯୫୦ର ୮ରୁ ୧୯୫୬ରେ ୧୧, ୧୯୬୦ରେ ୧୪, ୧୯୭୮ରେ ୧୮, ୧୯୮୬ରେ ୨୬,୨୦୦୯ରେ ୩୧ ଏବଂ ୨୦୧୯ରେ ୩୪କୁ ବୃଦ୍ଧି କରାଇଲା । ବିଚାରପତି ସଂଖ୍ଯା ବଢିବାରୁ ସେମାନେ ଦୁଇରୁ ତିନି ଜଣ ସଦସ୍ଯ ବିଶିଷ୍ଟ ଖଣ୍ଡପୀଠ ଗଠନ କରି ମାମଲାର ଶୁଣାଣି କଲେ ।[୧୫] କୌଣସି ବିଧି ବା ସମ୍ବିଧାନର ଅର୍ଥ ବାହାର କରିବା ସମୟରେ ପାଞ୍ଚ ବା ଅଧିକ ଜଣ ବିଚାରପତି ମିଶି ଏକ ସାମ୍ବିଧାନିକ ଖଣ୍ଡପୀଠ ଗଢନ୍ତି । ଆବଶ୍ୟକତା ପଡିଲେ ଏକ ଛୋଟ ଖଣ୍ଡପୀଠ ତାଠାରୁ ବଡ ଖଣ୍ଡପୀଠକୁ କୌଣସି ମାମଲା ହସ୍ତାନ୍ତର କରିପାରିବ ।[୧୬]

ଭାରତୀୟ ସମ୍ବିଧାନ ଧାରା ୧୪୫(୩) ଅନୁସାରେ, ଯେଉଁ ମାମଲାରେ ସମ୍ବିଧାନର ଅର୍ଥ ବାହାର କରିବାର ଆବଶ୍ୟକତା ପଡେ, ସେହି ମାମଲାଗୁଡ଼ିକ ଅତିକମରେ ପାଞ୍ଚ ଜଣ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଦ୍ବାରା ଶୁଣାଣି କରାଯିବ ।[୧୭]

ଭାରତୀୟ ସର୍ବୋଚ୍ଚ ନ୍ଯାଯାଳୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଖଣ୍ଡପୀଠ ୧୯୭୩ ମସିହାରେ କେଶବାନନ୍ଦ ଭାରତୀ ବନାମ କେରଳ ସରକାର ମାମଲାରେ ବସିଥିଲା । ୧୩ ଜଣ ବିଚାରପତିଙ୍କ ଦ୍ବାରା ଗଠିତ ଏହି ଖଣ୍ଡପୀଠ ବିଚାର କଲେ ଯେ, ସମ୍ବିଧାନର ସଂଶୋଧନ ପାଇଁ ସଂସଦ ପାଖରେ ଅସୀମିତ କ୍ଷମତା ରହିଛି ନା ନାହିଁ । ଏହି ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ଯାଯାଳୟ ପ୍ରଥମ ଥରପାଇଁ ମୌଳିକ ଗଠନର ସିଦ୍ଧାନ୍ତକୁ ଭାରତୀୟ ସମ୍ବିଧାନର ଅବିଚ୍ଛେଦ୍ୟ ଅଙ୍ଗ ରୂପେ ପରିବେଷଣ କଲେ ।

ସର୍ବୋଚ୍ଚ ନ୍ଯାଯାଳୟର ବିଚାରପତିଙ୍କ ଯୋଗ୍ୟତା[ସମ୍ପାଦନା]

ଭାରତୀୟ ସମ୍ବିଧାନ ଧାରା ୧୨୪ ଅନୁସାରେ ୬୫ ବର୍ଷ ବୟସରୁ କମ୍ ଏକ ଭାରତୀୟ ନାଗରିକ ଯିଏ:

  • ଅତିକମରେ ପାଞ୍ଚ ବର୍ଷ ପାଇଁ ଗୋଟିଏ ବା (କ୍ରମାନ୍ୱୟରେ) ଅଧିକ ଉଚ୍ଚ ନ୍ୟାୟାଳୟର ବିଚାରପତି ହୋଇଥିବେ,
  • ଅତିକମରେ ଦଶବର୍ଷ ପାଇଁ ସେଠାରେ ଓକିଲାତି କରିଥିଲେ,
  • ରାଷ୍ଟ୍ରପତିଙ୍କ ମତରେ ଏକ ପ୍ରତିଷ୍ଠିତ ବିଶେଷ ବିଧିଜ୍ଞାତା ହୋଇଥିବେ,

ସେ ସର୍ବୋଚ୍ଚ ନ୍ଯାଯାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ମନୋନୀତ ହୋଇପାରିବେ ।[୧୮] ସର୍ବୋଚ୍ଚ ନ୍ଯାୟାଳୟର ବିଚାରପତିଙ୍କ ଦରମା ଦେଶରେ ଷଷ୍ଠ ସର୍ବାଧିକ ।

ନ୍ୟାୟାଳୟର ଜନସାଂଖ୍ୟିକୀ[ସମ୍ପାଦନା]

ମୁଁ ଭାରତୀୟ ହେବାରେ ଗର୍ବ ଅନୁଭବ କରୁଛି । ଭାରତ କେବଳ ଏକ ମାତ୍ର ଦେଶ ଯେଉଁଠାରେ ମୋ ପରି, ୧,୬୭,୦୦୦ ଜନସଂଖ୍ୟା ବିଶିଷ୍ଟ ଏକ ସଂଖ୍ୟାଲଘୁ ପାରସୀ ସମାଜର ବ୍ଯକ୍ତି, ମୁଖ୍ଯ ବିଚାରପତି ହେବାର ମହତ୍ୱାକାଂକ୍ଷା ରଖିପାରିବ । ଏହି ଘଟଣା ସବୁ ଆମ ପୋଡ଼ଶୀ ଦେଶଗୁଡିକରେ ହୋଇପାରିବ ନାହିଁ ।

ସର୍ବୋଚ୍ଚ ନ୍ଯାୟାଳୟର ବିଚାରପତିମାନଙ୍କୁ ସାଧାରଣତଃ ରାଜ୍ଯ ଉଚ୍ଚନ୍ୟାୟାଳୟର ବିଚାରପତିମାନଙ୍କ ମଧ୍ଯରୁ ମନୋନୀତ କରାଯାଏ । କେବଳ ସାତଜଣ ବିଧିଜ୍ଞାତା —ଏସ୍. ଏମ୍. ସିକ୍ରି, ଏସ୍. ଚନ୍ଦ୍ର ରୋୟ, କୁଲ୍ଦୀପ ସିଂହ, ସନ୍ତୋଷ ହେଗ୍ଡେ, ଆର୍. ଏଫ୍. ନରିମନ, ୟୁ. ୟୁ. ଲଲିତ, ଏଲ୍. ନାଗେଶ୍ୱର ରାଓ ଏବଂ ଇନ୍ଦୁ ମଲହୋତ୍ରା— ହିଁ ଆଜିପର୍ଯ୍ୟନ୍ତ ସିଧାସଳଖ ବାରରୁ (ଅର୍ଥାତ୍, ଯେଉଁମାନେ ସେତେବେଳେ ଓକିଲାତି କରୁଥିଲେ), ନିଯୁକ୍ତି ପାଇଛନ୍ତି ।[୨୧][୨୨]

ସର୍ବୋଚ୍ଚ ନ୍ଯାଯାଳୟର ପ୍ରଥମ ମହିଳା ବିଚାରପତି ଏମ୍. ଫାତିମା ବିଭୀ ୧୯୮୯ ମସିହାରେ ପଦାରୋହଣ କରିଥିଲେ ।[୨୩] ବିଚାରପତି ଇନ୍ଦୁ ମଲହୋତ୍ରା ସପ୍ତମ ମହିଳା ବିଚାରପତି ଅଟନ୍ତି ।[୨୪][୨୫]

୧୯୬୮ ମସିହାରେ, ବିଚାରପତି ମୋହମ୍ମଦ ହିଦାୟତୁଲ୍ଲାଃ ଭାରତର ପ୍ରଥମ ମୁସଲମାନ ମୁଖ୍ଯ ବିଚାରପତି ହୋଇଥିଲେ । ୨୦୦୦ ମସିହାର, ବିଚାରପତି କେ. ଜି. ବାଲକ୍ରିଷ୍ଣନ୍ ଦଳିତ ସମ୍ପ୍ରଦାୟରୁ ସର୍ବୋଚ୍ଚ ନ୍ଯାୟାଳୟର ପ୍ରଥମ ବିଚାରପତି ହୋଇଥିଲେ ଏବଂ ୨୦୦୭ରେ ସେ ପ୍ରଥମ ଦଳିତ ମୁଖ୍ଯ ବିଚାରପତି ହୋଇଥିଲେ । ୨୦୧୦ରେ, ବିଚାରପତି ଏସ୍. ଏଚ୍. କପାଡିଆ ପାରସୀ ସଂଖ୍ଯାଲଘୁ ସମ୍ପ୍ରଦାୟରୁ ପ୍ରଥମ ମୁଖ୍ଯ ବିଚାରପତି ହୋଇଥିଲେ ।[୧୯][୨୬] ୨୦୧୭ ମସିହାରେ, ବିଚାରପତି ଜଗଦିଶ ସିଂହ ଖେହର ଭାରତର ପ୍ରଥମ ଶିଖ ମୁଖ୍ଯ ବିଚାରପତି ହୋଇଥିଲେ । ସିଧାସଳଖ ବାରରୁ ନିଯୁକ୍ତ ପ୍ରଥମ ମହିଳା ବିଚାରପତି ହେଲେ ଇନ୍ଦୁ ମଲହୋତ୍ରା ।

ନ୍ୟାୟିକ ସ୍ୱତନ୍ତ୍ରତା[ସମ୍ପାଦନା]

ସମ୍ବିଧାନ, ସର୍ବୋଚ୍ଚ ନ୍ଯାଯାଳୟର ସ୍ୱତନ୍ତ୍ରତା ପାଇଁ ବିଭିନ୍ନ ପ୍ରଯତ୍ନ କରିଅଛି । ସମ୍ବିଧାନ ଧାରା ୫୦ ଅନୁସାରେ, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାକୁ ପରସ୍ପରଠାରୁ ଅଲଗା ରଖିବାର ଦାୟିତ୍ୱ ରାଜ୍ଯର ଅଟେ । ନ୍ୟାୟତନ୍ତ୍ରର ସ୍ୱତନ୍ତ୍ରତା, ସମ୍ବିଧାନର ସର୍ବୋଚ୍ଚତା ଏବଂ ବିଧିର ଶାସନ ଇତ୍ୟାଦି ସମ୍ବିଧାନର ମୌଳିକ ଗଠନ ଅଟନ୍ତି ।

ସର୍ବୋଚ୍ଚ ନ୍ଯାୟାଳୟ ଏବଂ ଉଚ୍ଚ ନ୍ୟାୟାଳୟ, ସୁଓ ମୋତୋ ମାମଲା ଆରମ୍ଭ କରିପାରିବ । ଯେକୌଣସି ସନ୍ଦେହିତ ଅନ୍ୟାୟ କିମ୍ବା କାର୍ଯ୍ୟପାଳିକା, ବିଧାୟିକା ବା ନାଗରିକଙ୍କ ଦ୍ବାରା ସମ୍ବିଧାନ କିମ୍ବା ନ୍ୟାୟାଳୟର ଅବମାନନା ପାଇଁ ସୁଓ ମୋତୋ ମାମଲା ଦାୟର କରିପାରିବ ।[୨୭] ସମ୍ପୂର୍ଣ୍ଣ ଦକ୍ଷିଣପୂର୍ବ ଏସିଆର ସ୍ୱତନ୍ତ୍ରତମ ନ୍ୟାୟାଳୟ ରୂପେ ଭାରତୀୟ ସର୍ବୋଚ୍ଚ ନ୍ଯାୟାଳୟ ପ୍ରତିଷ୍ଠିତ ।

ସର୍ବୋଚ୍ଚ ନ୍ଯାୟାଳୟର ମୁଖ୍ଯ କର୍ତ୍ତବ୍ଯ ହେଉଛି ସାମ୍ବିଧାନିକ ମାମଲାର ବିଚାର କରିବା ।[୨୮] ସୁଓ ମୋତୋ ମାମଲା ଦାୟର କରିବା କିମ୍ବା ସମ୍ବିଧାନ ଅବମାନନା କରୁଥିବା ବିଧି ପ୍ରଣୟନ ବା କାର୍ଯ୍ୟକାରୀ କରାଗଲେ କାର୍ଯ୍ୟପାଳିକା ଏବଂ ବିଧାୟିକାର ତର୍ଜମା କରିବା, ସର୍ବୋଚ୍ଚ ନ୍ଯାୟାଳୟର କର୍ତ୍ତବ୍ଯ ଅଟେ । କାରଣ ରାଜ୍ଯ ନୀତିର ନିର୍ଦ୍ଦେଶନାମା ଅନୁସାରେ ରାଜ୍ଯ ତଥା ନ୍ୟାୟାଳୟ ସର୍ବଦା ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ନ୍ୟାୟ ଜୀବନର ସମସ୍ତ ଅନୁଷ୍ଠାନରେ ପ୍ରବେଶ କରିପାରିବ, ଏପରି ଏକ ସାମାଜିକ ଶୃଙ୍ଖଳା ସ୍ଥାପନ କର ଲୋକକଲ୍ୟାଣ ସ୍ଥାପନ କରିବା ପାଇଁ ପ୍ରଯତ୍ନରତ ରହିବ ।[୨୯]

କାର୍ଯ୍ୟକାଳ[ସମ୍ପାଦନା]

ସର୍ବୋଚ୍ଚ ନ୍ଯାୟାଳୟର ବିଚାରପତିମାନେ ୬୫ ବର୍ଷ ବୟସରେ ଅବସର ନିଅନ୍ତି । କିନ୍ତୁ, ମୁଖ୍ଯ ବିଚାରପତିଙ୍କ ସମେତ ଅନ୍ୟାନ୍ୟ ବିଚାରପତିମାନେ ଏକ ସ୍ଥିରୀକୃତ କାର୍ଯ୍ୟକାଳର ଆଶା ବ୍ଯକ୍ତ କରିଛନ୍ତି ।[୩୦]

ଦରମା[ସମ୍ପାଦନା]

ଭାରତୀୟ ସମ୍ବିଧାନ ଧାରା ୧୨୫, ସର୍ବୋଚ୍ଚ ନ୍ଯାୟାଳୟର ବିଚାରପତିମାନଙ୍କ ଦରମା, ଅନ୍ୟାନ୍ୟ ଭତ୍ତା, ଛୁଟି ମଞ୍ଜୁର, ପେନସନ ଇତ୍ୟାଦି ସ୍ଥିରୀକରଣର ଦାୟିତ୍ୱ ସଂସଦ ହାତରେ ନ୍ୟସ୍ତ କରିଛି । କିନ୍ତୁ କୌଣସି ବିଚାରପତିଙ୍କ ପଦାରୋହଣ ପରେ ସଂସଦ ଏଥିରେ ଅବନତି ଆଣିପାରିବ ନାହିଁ ।[୩୧] ସର୍ବୋଚ୍ଚ ନ୍ଯାୟାଳୟର ଏକ ବିଚାରପତିଙ୍କ ଦରମା ମାସକୁ ୨,୫୦,୦୦୦ ଟଙ୍କା ଅଟେ, ଯାହା ଭାରତୀୟ ପ୍ରଶାସନର ବରିଷ୍ଠତମ ଲୋକସେବକ କ୍ୟାବିନେଟ ସଚିବଙ୍କ ଦରମା ସହ ସମାନ । ମୁଖ୍ଯ ବିଚାରପତିଙ୍କ ଦରମା ମାସକୁ ୨,୮୦,୦୦୦ ଟଙ୍କା ଅଟେ ।[୩୨]

ଶପଥ ବା ନିଶ୍ଚିତକରଣ[ସମ୍ପାଦନା]

ସମ୍ବିଧାନ ଧାରା ୧୨୪ ଏବଂ ତୃତୀୟ ଅନୁଚ୍ଛେଦ ଅନୁସାରେ, ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ସର୍ବୋଚ୍ଚ ନ୍ଯାୟାଳୟର କୌଣସି ବିଚାରପତି କିମ୍ବା ମୁଖ୍ଯ ବିଚାରପତିଙ୍କୁ ନିମ୍ନମତେ ଶପଥ ଗ୍ରହଣ କରିବାକୁ ପଡିବ: ଯେ

ମୁଁ ବିଧି ସହିତ ଭାରତୀୟ ସମ୍ବିଧାନ ପ୍ରତି ସତ୍ୟନିଷ୍ଠା ଏବଂ ଆସ୍ଥା ବହନ କରିବି, ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାର ରକ୍ଷା କରିବି, କାହାରି ପ୍ରତି ଭୟ କିମ୍ବା ଅନୁଗ୍ରହ, ସ୍ନେହ କିମ୍ବା ଦ୍ୱେଷର ପରିତ୍ଯାଗ କରି ବିଧିସଂଗତ ଏବଂ ବିଶ୍ବାସର ସହ ମୋର କ୍ଷମତା, ଜ୍ଞାନ ଏବଂ ନିର୍ଣ୍ଣୟ ଆଧାରରେ ନିଜ ପଦବୀର କର୍ତ୍ତବ୍ଯ ପୂରଣ କରିବି ଏବଂ ଭାରତୀୟ ସମ୍ବିଧାନ ଏବଂ ବିଧିର ସୁରକ୍ଷା କରିବି ।

ପଦଚ୍ଯୁତ[ସମ୍ପାଦନା]

ସମ୍ବିଧାନ ଧାରା ୧୨୪(୪) ଅନୁସାରେ, ଯଦି ସଂସଦର ପ୍ରତ୍ୟେକ ସଦନରେ ମୋଟ ସଦସ୍ଯତାର ବହୁମତ ଏବଂ ଉପସ୍ଥିତ ସଦସ୍ଯତାର ଦୁଇ-ତୃତୀୟାଂଶ ସଦସ୍ଯ କୌଣସି ବିଚାରପତିଙ୍କ ପଦଚ୍ଯୁତି ପାଇଁ ସମ୍ମତି ଦେଇଦେଲେ, ତେବେ ଭାରତର ରାଷ୍ଟ୍ରପତି ଉକ୍ତ ବିଚାରପତିଙ୍କୁ ପଦଚ୍ଯୁତ କରିପାରିବେ । ବିଚାରପତି (ଅନୁସନ୍ଧାନ) ଅଧିନିୟମ, ୧୯୬୮ ଅନୁସାରେ, କୌଣସି ବିଚାରପତିଙ୍କ ବିରୁଦ୍ଧରେ ମହାଭିଯୋଗ ଆରମ୍ଭ କରିବାପାଇଁ, ଅତିକମରେ ରାଜ୍ୟ ସଭାର ୫୦ ଜଣ ସଦସ୍ଯ କିମ୍ବା ଲୋକ ସଭାର ୧୦୦ ଜଣ ସଦସ୍ଯ ଏଥିପାଇଁ ସୂଚନା ପ୍ରକାଶ କରିବେ ।[୩୩] ପରେ ଏକ ନ୍ୟାୟିକ କମିଟି ଗଠନ କରାଯାଇ ଏହି ପ୍ରସ୍ତାବର ଅନୁସନ୍ଧାନ କରାଯାଏ । ଯଦି ନ୍ୟାୟିକ କମିଟିର ରିପୋର୍ଟ ବିଚାରପତିଙ୍କୁ ଅସଦାଚରଣ ବା ଅସମର୍ଥତାରେ ଦୋଷୀ ସାବ୍ଯସ୍ତ କରେ, ତେବେ ସଂସଦ ପଦଚ୍ଯୁତିର ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିପାରେ ।[୩୪][୩୫][୩୬]

ଦୋଷୀ ସାବ୍ଯସ୍ତ ହେଲେ, ଉକ୍ତ ବିଚାରପତିଙ୍କୁ ପ୍ରଚଳିତ ନିୟମାନୁଯାୟୀ କିମ୍ବା ସମ୍ବିଧାନ ଅବମାନନା ଅପରାଧରେ ଦଣ୍ଡିତ କରାଯାଇ ପାରିବ ।[୩୭]

ଅବସରପ୍ରାପ୍ତ ପରେ[ସମ୍ପାଦନା]

ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଅବସର ନେବା ପରେ ଅନ୍ୟ କୌଣସି ବିଧି ନ୍ୟାୟାଳୟ କିମ୍ବା ସରକାରୀ ପ୍ରାଧିକାରୀଙ୍କ ସମ୍ମୁଖରେ କାର୍ଯ୍ୟକରିବାକୁ ବାରଣ କରାଯାଇଛି । କିନ୍ତୁ, ଅବସର ପରେ ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ବିଭିନ୍ନ ଟ୍ରିବ୍ୟୁନାଲ ଓ କମିଶନ ଆଦିର ପଦବୀ ପ୍ରଦାନ କରାଯାଇଥାଏ । ଆଇନଜୀବୀ ଆଶୀଶ ଗୋଏଲଙ୍କ ମତରେ ବିଚାରପତିଙ୍କ ଅବସର ପରବର୍ତ୍ତୀ ସୁବିଧା ନ୍ୟାୟିକ ସ୍ୱତନ୍ତ୍ରତାରେ ବାଧା ସୃଷ୍ଟି କରିଥାଏ ।[୩୮] ପୂର୍ବ ବିଧିମନ୍ତ୍ରୀ ତଥା ସର୍ବୋଚ୍ଚ ନ୍ଯାୟାଳୟର ବରିଷ୍ଠ ଆଇନଜୀବୀ, ଅରୁଣ ଜେଟଲୀ, ଅବସର ପରବର୍ତ୍ତୀ କାଳରେ ସରକାରୀ ପଦବୀରେ ନିଯୁକ୍ତିର ସମାଲୋଚ଼ନା କରିଥିଲେ । ଜେଟଲୀ କହିଥିଲେ:"ଦୁଇ ପ୍ରକାରର ବିଚାରପତି ଅଛନ୍ତି - ବିଧି ଜାଣିଥିବା ବିଚାରପତି ଏବଂ ବିଧିମନ୍ତ୍ରୀଙ୍କୁ ଜାଣିଥିବା ବିଚାରପତି । ବିଶ୍ୱରେ ଆମେ ଏକ ମାତ୍ର ରାଷ୍ଟ୍ର ଯେଉଁଠାରେ ବିଚାରପତି ଅନ୍ୟ ବିଚାରପତିଙ୍କୁ ନିଯୁକ୍ତି ଦିଅନ୍ତି । ଏକ ଅବସର ବୟସ ଥିଲେ ମଧ୍ଯ, ବିଚାରପତିମାନେ ଅବସର ନେବା ପାଇଁ ଇଚ୍ଛୁକ ନୁହଁନ୍ତି । ଅବସର ପାଇ ନ ଥିବା ବିଚାରପତିମାନେ ଅବସର ପରବର୍ତ୍ତୀ ନିଯୁକ୍ତିଦ୍ୱାରା ପ୍ରଭାବିତ ହୁଅନ୍ତି ।"[୩୯]

ପୁନରାବଲୋକନ ନିବେଦନ[ସମ୍ପାଦନା]

ଭାରତୀୟ ସମ୍ବିଧାନ ଧାରା ୧୩୭ ଅନୁସାରେ, ସର୍ବୋଚ୍ଚ ନ୍ଯାୟାଳୟର ନିଜ ପୂର୍ବ ରାୟକୁ ପୁନରାବଲୋକନ କରିବାର କ୍ଷମତା ରହିଛି । ଏହି ଧାରାନୁସାରେ, ସଂସଦ ଦ୍ବାରା ପ୍ରଣୟିତ କୌଣସି ବିଧି କିମ୍ବା ଧାରା ୧୪୫ ଅଧିନରେ ପ୍ରସ୍ତୁତ କୌଣସି ନିୟମର ସମ୍ମତିକ୍ରମେ, ସର୍ବୋଚ୍ଚ ନ୍ଯାଯାଳୟ ପାଖରେ ନିଜ ଦ୍ବାରା ଘୋଷିତ ବା ଆଦେଶିତ କୌଣସି ଆଜ୍ଞାକୁ ପୁନରାବଲୋକନ କରିବାର କ୍ଷମତା ରହିବ । ମୌଳିକ ଗଠନର ସିଦ୍ଧାନ୍ତ ଭଙ୍ଗ କରୁଥିବା ଯେକୌଣସି ସଂସଦୀୟ କିମ୍ବା ପ୍ରଶାସନିକ ନିର୍ଣ୍ଣୟକୁ ଏହା ରଦ୍ଦ କରିପାରିବ । ସାମ୍ବିଧାନିକ ସମ୍ମତି ତଥା ମୌଳିକ ଗଠନ ସିଦ୍ଧାନ୍ତ ଆଧାରରେ, ସର୍ବୋଚ୍ଚ ନ୍ଯାୟାଳୟ, ରାଷ୍ଟ୍ରପତିଙ୍କ ସହିତ କୌଣସି ବିଚାରପତିଙ୍କ ମହାଭିଯୋଗ ଅଧ୍ୟାଦେଶକୁ ରଦ୍ଦ କରିପାରିବ ।[୪୦]

ଅଦାଲତ ଅବମାନନା ପାଇଁ ଦଣ୍ଡ ଦେବାର କ୍ଷମତା[ସମ୍ପାଦନା]

ସମ୍ବିଧାନ ଧାରା ୧୨୯ ଓ ୧୪୨ ଅନୁସାରେ, ଭାରତର ସର୍ବୋଚ୍ଚ ନ୍ଯାଯାଳୟ, ନିଜ ସହିତ ଅନ୍ୟ ଯେକୌଣସି ନ୍ୟାୟାଳୟର ଅବମାନନା କରିଥିବା ବ୍ଯକ୍ତିକୁ ଏଥିପାଇଁ ଦଣ୍ଡ ଦେଇପାରିବେ । ୧୨ ମଇ ୨୦୦୬ ମସିହାରେ ସର୍ବୋଚ୍ଚ ନ୍ଯାୟାଳୟ, ମହାରାଷ୍ଟ୍ର ସରକାରର ଏକ ପଦସ୍ଥ ରାଜ୍ୟମନ୍ତ୍ରୀ ସ୍ୱରୂପ ସିଂହ ନାଏକଙ୍କୁ ଅଦାଲତ ଅବମାନନା ପାଇଁ ଏକ ମାସ କାଳ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ ।[୪୧][୪୨][୪୩]

ନିୟମ[ସମ୍ପାଦନା]

ସମ୍ବିଧାନ ଧାରା ୧୪୫ ଅନୁସାରେ, ସର୍ବୋଚ୍ଚ ନ୍ଯାଯାଳୟ ନିଜର କାର୍ଯ୍ୟ ପରିଚାଳନା ପାଇଁ (ରାଷ୍ଟ୍ରପତିଙ୍କ ଅନୁମତି ସହିତ) ନିଜ ନିୟମ ନିଜେ ନିର୍ଦ୍ଧାରଣ କରିପାରିବ । ନିୟମର ତିନୋଟି ପ୍ରରୂପ ପ୍ରକାଶିତ ହୋଇପାରିଛି: ୧୯୫୦ରେ ପ୍ରଥମ, ତାପରେ ୧୯୬୬ରେ ଏବଂ ଶେଷରେ ୨୦୧୩ରେ ।[୪୪]

ରିପୋର୍ଟକରଣ ଏବଂ ଉଦ୍ଧାରଣ[ସମ୍ପାଦନା]

ସର୍ବୋଚ୍ଚ ନ୍ଯାଯାଳୟଙ୍କ ରିପୋର୍ଟଯୋଗ୍ଯ ରାୟଗୁଡ଼ିକୁ ଏହାର ଆଧିକାରିକ ଜର୍ଣ୍ଣାଲ ସର୍ବୋଚ୍ଚ ନ୍ଯାଯାଳୟ ରିପୋର୍ଟରେ ପ୍ରକାଶ କରାଯାଏ । ସର୍ବୋଚ୍ଚ ନ୍ଯାଯାଳୟଙ୍କ ଅଧିକାର ଅଧୀନରେ ରହି ଭାରତ ସରକାରଙ୍କ ପ୍ରକାଶନ ନିୟନ୍ତ୍ରକ ଏହି ରିପୋର୍ଟକୁ ପ୍ରକାଶ କରନ୍ତି ।[୪୫] ତା ସହିତ, ଅନେକ ପ୍ରତିଷ୍ଠିତ ବ୍ଯକ୍ତିଗତ ଜର୍ଣ୍ଣାଲ ମଧ୍ଯ ଅଛନ୍ତି ଯେ ସର୍ବୋଚ୍ଚ ନ୍ଯାଯାଳୟର ରାୟକୁ ରିପୋର୍ଟ କରନ୍ତି । ଏହି ଜର୍ଣ୍ଣାଲ ମଧ୍ଯରୁ କେତେକଙ୍କ ନାମ ନିମ୍ନରେ ଦିଆଗଲା: SCR (ସୁପ୍ରିମକୋର୍ଟ ରିପୋର୍ଟ), SCC (ସୁପ୍ରିମକୋର୍ଟ କେସେସ୍), AIR (ଅଲ୍ ଇଣ୍ଡିଆ ରିପୋର୍ଟର୍), SCALE, ଇତ୍ୟାଦି ।

ଆଧାର[ସମ୍ପାଦନା]

  1. 28 January 1950 History of the Supreme Court of India Archived 28 January 2019 at the Wayback Machine.
  2. "Chief Justice & Judges". Supreme Court of India. Archived from the original on 25 October 2019. Retrieved 12 October 2017.
  3. "Rule of law index 2016". Archived from the original on 29 April 2015. Retrieved 13 January 2018.
  4. Gettleman, Jeffrey; Kumar, Hari; Schultz, Kai (2018-09-27). "Hundreds of Cases a Day and a Flair for Drama: India's Crusading Supreme Court". The New York Times (in ଇଂରାଜୀ). ISSN 0362-4331. Archived from the original on 3 November 2019. Retrieved 2019-11-16.
  5. ୫.୦ ୫.୧ ୫.୨ ୫.୩ "History of Supreme Court of India" (PDF). Supreme Court of India. Archived from the original (PDF) on 22 December 2014. Retrieved 30 August 2014.
  6. ୬.୦ ୬.୧ ୬.୨ ୬.୩ History of the Supreme Court of India
  7. [୧] Archived 12 July 2017 at the Wayback Machine.[୨] Archived 28 January 2019 at the Wayback Machine.Evolution of Judiciary Archived 28 January 2019 at the Wayback Machine.
  8. "Constitution of Supreme Court of India". Supreme Court of India. Missing or empty |url= (help)
  9. name="History PDF"
  10. "Constitution". Supreme Court of India. 28 January 1950. Missing or empty |url= (help)
  11. "Supreme Court of India Official Website".
  12. "Constitution of Supreme Court". Supreme Court of India. Archived from the original on 30 March 2013. Retrieved 31 March 2013.
  13. "Organisational Chart of the Registry of the Supreme Court of India" (PDF). Supreme Court of India. Archived from the original (PDF) on 31 May 2014. Retrieved 26 April 2014.
  14. "Supreme Court Rules, 2013" (PDF). sci.nic.in. Supreme Court of India. 27 May 2014. Archived from the original (PDF) on 22 July 2014. Retrieved 22 July 2014.
  15. Chowdhury, Rishad Ahmed (July – September 2012). "Missing the Wood for the Trees: The Unseen Crisis in the Supreme Court" (PDF). NUJS Law Review. 5 (3/4): 358. Archived from the original (PDF) on 8 December 2015. Retrieved 3 November 2015.
  16. "Supreme Court of India — History". Supreme Court of India. Archived from the original on 27 May 2012. Retrieved 21 June 2012.
  17. "Supreme Court of India- All you need to know". Strictlylegal.
  18. "Section 124, Constitution of India". VakilNo1. Retrieved 27 October 2012.[dead link]ଛାଞ୍ଚ:Cbignore
  19. ୧୯.୦ ୧୯.୧ "Minorities can rise to top jobs only in India: Chief Justice of India". The Times of India. 16 August 2012. Archived from the original on 17 August 2012. Retrieved 16 August 2012.
  20. "Accountability law must not encroach on judicial independence, cautions CJI". The Indian Express. 16 August 2012. Archived from the original on 17 March 2013. Retrieved 16 August 2012.
  21. Chandrachud, Abhinav (2011). "The age factor". Frontline. Archived from the original on 26 April 2014. Retrieved 26 April 2014.
  22. "Justices Arun Mishra, Adarsh Goel and lawyer Rohinton Nariman appointed Supreme Court judges". Economic Times. PTI. 26 June 2014. Archived from the original on 3 September 2014. Retrieved 30 August 2014.
  23. "Supreme Court of India — Former Judges". Supreme Court of India. Archived from the original on 5 December 2008. Retrieved 30 November 2014.
  24. Bhadra Sinha (11 July 2014). "From trial court to Supreme Court, woman judge may go all the way". The Hindustan Times. Archived from the original on 17 August 2014. Retrieved 30 November 2014.
  25. A Subramani (14 August 2014). "Justice Banumathi becomes 1st woman SC judge from TN". The Times of India. Archived from the original on 13 October 2014. Retrieved 30 November 2014.
  26. "Justice S H Kapadia sworn in as new Chief Justice of India". The Times of India. 12 May 2010. Archived from the original on 26 May 2013. Retrieved 12 May 2010.
  27. Kundu, Indrajit (13 April 2017). "Justice CS Karnan issues suo-moto order against CJI, 6 other Supreme Court judges; orders them to appear before his 'Rosedale Residential Court'". India Today. Kolkata. ISSN 0254-8399. Archived from the original on 25 March 2018. Retrieved 25 March 2018.
  28. "Dr Ambedkar Wouldn't Have Imagined SC Hearing Bail Pleas, It Was Intended To Decide Only Constitutional Matters: Justice Chelameswar". Archived from the original on 13 April 2018. Retrieved 11 April 2018.
  29. "Constituent Assembly of India". 19 November 1948. Archived from the original on 11 August 2019. Retrieved 31 August 2018.
  30. Chhibber, Maneesh (25 April 2014). "CJIs must have fixed tenures: Sathasivam". Indian Express. Archived from the original on 26 April 2014. Retrieved 26 April 2014.
  31. [[s:Constitution of India/Part V#Article 125 {Salaries, etc., of Judges}]]
  32. "Salaries of SC, HC judges to increase three-fold". Times of India. Archived from the original on 7 May 2016. Retrieved 9 June 2014.
  33. "THE SUPREME COURT REFUSES TO BAN CHANGE IN SC-ST ACT". Archived from the original on 2019-01-27.
  34. "Motion for removal of Mr. Justice Soumitra Sen, Judge, Calcutta High Court" (PDF). Rajya Sabha Secretariat, New Delhi, October 2011. pp. 414–419. Archived (PDF) from the original on 26 August 2014. Retrieved 4 December 2014.
  35. Bhushan, Prashant. "A historic non-impeachment" (PDF). Frontline (4 June 1993). Archived (PDF) from the original on 9 December 2014. Retrieved 5 December 2014.
  36. "Talks revived to consider impeachment of CJI". Retrieved 31 March 2018.
  37. "The Prevention of Insults to National Honour (Amendment) Act of 1971" (PDF). Archived from the original (PDF) on 23 January 2017. Retrieved 2 July 2017.
  38. "Archived copy". Archived from the original on 5 September 2019. Retrieved 9 September 2019.CS1 maint: archived copy as title (link)
  39. "Archived copy". Archived from the original on 23 September 2019. Retrieved 9 September 2019.CS1 maint: archived copy as title (link)
  40. Chowdhury, Rishad Ahmed. "Missing the Wood for the Trees: The Unseen Crisis in the Supreme Court" (PDF). NUJS Law Review (July–September). 2012 (3/4): 367. Archived from the original (PDF) on 8 December 2015. Retrieved 3 November 2015.
  41. Maha minister gets jail for contempt Archived 15 November 2006 at the Wayback Machine.
  42. "Maharashtra Minister gets one-month jail term". News. Chennai, India. 11 May 2006. Archived from the original on 12 September 2011. Retrieved 30 November 2011.
  43. "Maha minister gets jail for contempt". News. 11 May 2006. Archived from the original on 12 August 2011. Retrieved 30 November 2011.
  44. "Supreme Court rules,1966" (PDF). Supreme Court of India. Archived from the original (PDF) on 16 August 2014. Retrieved 22 July 2014.
  45. "Supreme Court Reports". Supreme Court of India. Archived from the original on 23 April 2013. Retrieved 30 March 2013.