Jump to content

ଭେମୁଲାକୋଣ୍ଡା ନରସିଂହ

ଉଇକିପିଡ଼ିଆ‌ରୁ

ଭି. ନରସିଂହ ( ଜନ୍ମ: ୧୯ ଜାନୁଆରୀ, ୧୯୬୭) ଜଣେ ଭାରତୀୟ ଆଇନଜୀବୀ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ।[]

ଶିକ୍ଷା ଓ ପେଶାଜୀବନ

[ସମ୍ପାଦନା]

ଭେମୁଲାକୋଣ୍ଡା ନରସିଂହ (ଭି.ନରସିଂହ) ୧୯ ଜାନୁଆରୀ, ୧୯୬୭ରେ ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଭି. ଗୋପାଳ ସ୍ୱାମୀଙ୍କ ପୁତ୍ର । ସେ ୟୁନିଟ-୧ ସରକାରୀ ବାଳକ ହାଇସ୍କୁଲ, ଭୁବନେଶ୍ୱରରୁ ମାଟ୍ରିକ୍ ହାଇସ୍କୁଲ ପରୀକ୍ଷା ଉତ୍ତୀର୍ଣ୍ଣ କରିବା ପରେ ରାଜଧାନୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ କମର୍ସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ସେ ମଧୁସୂଦନ ଆଇନ ମହାବିଦ୍ୟାଳୟ, କଟକରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ । ସେ କିଛି ସମୟ ପାଇଁ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ସାମୟିକ ଆଇନ ଅଧ୍ୟାପକ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ ।

ସେ ୧୯୮୯ ମସିହାରେ ବାରରେ ଯୋଗଦାନ କରି ଓକିଲାତି ପେଶା ଆରମ୍ଭ କରିଥିଲେ । ଜଣାଶୁଣା ସିଭିଲ୍ ଆଇନଜୀବୀ ଭକ୍ତହରି ମହାନ୍ତିଙ୍କ କାର୍ଯ୍ୟାଳୟରେ ଯୋଗ ଦେଇ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ଓ ପରେ ପ୍ରସିଦ୍ଧ ସର୍ଭିସ୍ ଆଇନ ବିଶେଷଜ୍ଞ ଶ୍ରୀ ଜି.ଏ.ଆର୍. ଡୋରାଙ୍କ ଅଧୀନରେ କନିଷ୍ଠ ସହାୟକ ଭାବେ ଆଇନ ପରିଚାଳନା ଶିକ୍ଷା ନେଇଥିଲେ । ସେ ଓଡ଼ିଶା ସରକାରଙ୍କ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ (ବାଣିଜ୍ୟ କର) ଭାବେ ଓ CBIର ଅତିରିକ୍ତ ଆଇନ ଉପଦେଷ୍ଟା ଭାବେ ମଧ୍ୟ କାମ କରିଥିଲେ । ସେ କେନ୍ଦ୍ର ପ୍ରଶାସନିକ ଟ୍ରାଇବ୍ୟୁନାଲ୍, କଟକ ବେଞ୍ଚରେ କେନ୍ଦ୍ର ସରକାରଙ୍କ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ମନୋନୀତ ଆର୍ବିଟ୍ରେଟର ଓ ମଧ୍ୟସ୍ଥକାରୀ ଥିଲେ ଓ ଫୌଜଦାରୀ ମାମଲାର ଶୁଣାଣି ପାଇଁ ମନୋନୀତ ଆମିକସ୍ କ୍ୟୁରି ଭାବେ କାର୍ଯ୍ୟ କରିଥିଲେ ।[]

ସେ ବିଚାରପତି ଶ୍ରୀ ଏ.ଏସ. ନାୟଡୁଙ୍କ ଅଧ୍ୟକ୍ଷତାରେ ଗଠିତ ଅନୁସନ୍ଧାନ କମିଶନରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଶେଷ ଆଇନ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଥିଲେ ।

୧୪.୦୨.୨୦୨୨ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।[]

ସମ୍ମାନ

[ସମ୍ପାଦନା]
  1. ତାଙ୍କର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ସେ ୨୦୦୪ ମସିହାରେ ହରିଚରଣ ମୁଖାର୍ଜୀ ସ୍ମୃତି ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ମିସ୍ ଭି. ମାଳବିକା ହେଉଛନ୍ତି ତାଙ୍କର ସହଧର୍ମିଣୀ ଏବଂ ତାଙ୍କର ଦୁଇଜଣ ସନ୍ତାନ ହେଉଛନ୍ତି ଝିଅ, ମିସ୍ ଭି. ନିମେଶିକା ଏକ ଫ୍ୟାସନ୍ ଡିଜାଇନର, ଓ ପୁତ୍ର, ଭି. ଦେବାନ୍ଶ ।

  1. ୧.୦ ୧.୧ "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-22.
  2. saurabh (2022-02-19). "V Narasingh appointed Judge- Orissa High Court" (in ଆମେରିକୀୟ ଇଂରାଜୀ). Retrieved 2024-12-22.