Jump to content

ବଲ୍ଲଭଦାସ ଐଦାନ ମୋହତା

ଉଇକିପିଡ଼ିଆ‌ରୁ
Justice

ବଲ୍ଲଭଦାସ ଐଦାନ ମୋହତା
15th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
28 September 1994 – 25 April 1995
ପୂର୍ବ ଅଧିକାରୀG. T. Nanavati
ପର ଅଧିକାରୀଶୈଳେନ୍ଦୁନାଥ ଫୁକନ୍
ବ୍ୟକ୍ତିଗତ ସବିଶେଷ
ଜନ୍ମ(1933-04-26)୨୬ ଅପ୍ରେଲ ୧୯୩୩
ମୃତ୍ୟୁ୩ ଜୁଲାଇ ୨୦୧୮(୨୦୧୮-୦୭-୦୩)

ବଲ୍ଲଭଦାସ ଐଦାନ ମୋହତା (୨୬ ଏପ୍ରିଲ ୧୯୩୩– ୩ ଜୁଲାଇ ୨୦୧୮) ଏକ ଭାରତୀୟ ନ୍ୟାୟାଧୀଶ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ଥିଲେ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

୧୯୩୩ ମସିହା ଏପ୍ରିଲ୍ ୨୬ରେ ମହାରାଷ୍ଟ୍ରର ଆକୋଲାରେ ତାଙ୍କର ଜନ୍ମ । ସେ ଆକୋଲାର ନୂତନ ଇଂରାଜୀ ହାଇସ୍କୁଲରେ ତାଙ୍କ ସ୍କୁଲ ଶିକ୍ଷା ହାସଲ କରିଥିଲେ । କାନପୁରର ଡି.ଏ.ଭି. କଲେଜରୁ ସ୍ନାତକ ଡିଗ୍ରୀ ହାଅସଲ କରିଥିଲେ ଏବଂ ନାଗପୁର ଲା ମହାବିଦ୍ୟାଳୟରୁ ଏଲ୍‌.ଏଲ୍‌.ବି. ପାସ୍ କରିଥିଲେ ।

ଓକିଲାତି ବ୍ୟତୀତ ସେ ବହୁ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ସେ ଜଡିତ ଥିଲେ। ମୋହତା ନିଜ ଜୀବନୀକୁ ନେଇ "ଟାଇମ୍ ଏଣ୍ଡ ଚାନ୍ସ" ନାମକ ଏକ ପୁସ୍ତକ ରଚନା କରିଥିଲେ । ତାଙ୍କ ଦ୍ୱାରା ଲେଖାଯାଇଥିବା ଏକାଧିକ ଲେଖା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହୋଇଛି । ସେ ରାଧାଦେବୀ ଗୋୟଙ୍କା ମହିଳା ମହାବିଦ୍ୟାଳୟର ସ୍ଥାପକ ଅଧ୍ୟକ୍ଷ ଥିଲେ । ୧୯୬୮ରେ ପ୍ରଥମଥର ପାଇଁ ଏବଂ ୧୯୭୩ରେ ଦ୍ୱିତୀୟଥର ପାଇଁ ସେ ମହାରାଷ୍ଟ୍ର ବାର୍ କାଉନ୍ସିଲର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ପୁଣି ୧୯୭୪ ମସିହାରେ ସମ୍ମତିକ୍ରମରେ ସେ ସେହି କାଉନସିଲର ଉପ ସଭାପତି ନିର୍ବାଚିତ ହୋଇଥିଲେ । ୧୯୬୬-୬୭ ମସିହାରେ ସେ ଆକୋଲାର ରୋଟାରି କ୍ଲବର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।

୧୯୭୯ ମସିହାର ଏପ୍ରିଲ୍ ୨୭ରେ ସେ ବମ୍ବେ (ମୁମ୍ବାଇ) ଉଚ୍ଚନ୍ୟାୟାଳୟର ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ[] ଏବଂ ୧୯୯୪ ସାଲର ସେପ୍ଟେମ୍ବର ୨୮ରୁ ୧୯୯୫ ସାଲର ଏପ୍ରିଲ୍ ୨୫ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟରତ ଥିଲେ।[] ତାଙ୍କ ମୁଖ୍ୟ ନ୍ୟାୟାଧୀଶ ପଦକାଳୀନ ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ । ସେ ଭାରତ ପକ୍ଷରୁ ଶ୍ରୀଲଙ୍କା, ପାକିସ୍ତାନ ଏବଂ ଭୁଟାନରେ ଆୟୋଜିତ ସାର୍କ୍ ଲ ପରିଷଦରେ ଭାଗ ନେଇଥିଲେ । ଜଷ୍ଟିସ୍ ମୋହତା କେନ୍ଦ୍ର ସରକାର ଦ୍ୱାରା ଗଠିତ ଆଇନ ସାହାଯ୍ୟ ଯୋଜନାକୁ କାର୍ଯ୍ୟକରିତ କରିବା ପାଇଁ ଗଠିତ କମିଟିର ସଦସ୍ୟ ମଧ୍ୟ ଥିଲେ । ସେ ଔରଙ୍ଗାବାଦରେ ଏକ IA ବିମାନ ଦୁର୍ଘଟନା ତଦନ୍ତ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ।[]

ଆକୋଲାରେ ୮୫ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେେ ।[][][][]

  1. "Odisha History | Chief Justice". www.odishahistory.com. Retrieved 18 December 2024.
  2. "Official Website of High Court of Bombay". bombayhighcourt.nic.in (in ଇଂରାଜୀ). Retrieved 2024-12-18.
  3. "Former Chief Justice | Orissa High Court, Cuttack". www.orissahighcourt.nic.in. Retrieved 18 December 2024.
  4. Bureau, Sambad English (4 July 2018). "Former Odisha HC Chief Justice VA Mohta passes away". Sambad English (in ଇଂରାଜୀ). Retrieved 18 December 2024.
  5. Bureau, Odishatv. "Justice VA Mohata no more". odishatv.in (in ଇଂରାଜୀ). Retrieved 18 December 2024.
  6. "Justice VA Mohata, Former Chief Justice of Odisha High Court Passes Away in Nagpur | India.com". www.india.com (in ଇଂରାଜୀ). Retrieved 18 December 2024.
  7. "Former Odisha HC Chief Justice V. A. Mohata passes away". business-standard.com. Retrieved 18 December 2024.
  8. Pioneer, The. "Ex- Orissa Chief Justice Mohta passes away". The Pioneer (in ଇଂରାଜୀ). Retrieved 18 December 2024.