ବି. ଜଗନ୍ନାଥ ଦାସ
ବି. ଜଗନ୍ନାଥ ଦାସ (ବଚ୍ଚୁ ଜଗନ୍ନାଥ ଦାସ)(୨୭ ଜୁଲାଇ ୧୮୯୩ – ୩ ମାର୍ଚ ୧୯୫୩) ଥିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ୱିତୀୟ ମୁଖ୍ୟ ବିଚାରପତି ଓ ଭାରତର ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ।[୧]
ପେଶା
[ସମ୍ପାଦନା]ଜଗନ୍ନାଥ ଦାସଙ୍କ ଜନ୍ମ ୧୮୯୩ ସାଲରେ ଓଡ଼ିଶାର ବ୍ରହ୍ମପୁରରେ ହୋଇଥିଲା । ସେ ଖଲ୍ଲିକୋଟ ମହାବିଦ୍ୟାଳୟ ଏବଂ ମାଦ୍ରାସ ପ୍ରେସିଡେନ୍ସି କଲେଜରୁ ଗଣିତ ବିଷୟରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ । ମାଦ୍ରାସ ଆଇନ କଲେଜରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ମାଦ୍ରାସ ଉଚ୍ଚ ନ୍ୟାୟାଳୟରେ ଆଇନ ପେଶାରେ ଜଡିତ ଥିବା ସମୟରେ, ସେ ୧୯୨୧ ସାଲରେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ହୋଇଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ସହିତ ଜାତୀୟ ଆନ୍ଦୋଳନ ଏବଂ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ।
ଜଗନ୍ନାଥ ଦାସ ୨୬ ଜୁଲାଇ ୧୯୪୮ ସାଲରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ ୩୧ ଅକ୍ଟୋବର ୧୯୫୧ ସାଲରେ ଏହି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦବୀରେ ଉନ୍ନିତ ହୋଇଥିଲେ ।[୨] ସେ ୧୯୫୩ ସାଲରେ ଭାରତର ସୁପ୍ରିମ କୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇ ୨୬ ଜୁଲାଇ ୧୯୫୮ ସାଲରେ ଅବସର ଗ୍ରହଣ କରିଥିଲେ ।[୩]
ଅଧାର
[ସମ୍ପାଦନା]- ↑ "Justice B. Jagannadhadas | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2024-12-19.
- ↑ "Former Chief Justice | Orissa High Court, Cuttack". www.orissahighcourt.nic.in. Retrieved 2024-12-19.
- ↑ "JUDGES OF ORISSA HIGH COURT ELEVATED AS JUDGES OF SUPREME COURT OF INDIA" (PDF). magazines.odisha.gov.in. Retrieved 19 December 2024.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |