Jump to content

ଖଲୀଲ ଅହମଦ (ବିଚାରପତି)

ଉଇକିପିଡ଼ିଆ‌ରୁ
Justice

ଖଲୀଲ ଅହମଦ
5th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
18 January 1965  05 April 1967
ପୂର୍ବ ଅଧିକାରୀରାମସ୍ୱାମୀ ଲକ୍ଷ୍ମଣ ନରସିଂହମ
ପର ଅଧିକାରୀସତ୍ୟ ଭୂଷଣ ବର୍ମନ୍
ବ୍ୟକ୍ତିଗତ ସବିଶେଷ
ଜନ୍ମ(1907-04-04)୪ ଅପ୍ରେଲ ୧୯୦୭

ଖଲୀଲ ଅହମଦ ଜଣେ ଭାରତୀୟ ବିଚାରପତି । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।[]

କର୍ମ ଜୀବନ

[ସମ୍ପାଦନା]

୪ର୍ଥ ଏପ୍ରିଲ୍ ୧୯୦୭ ତାରିଖରେ ପାଟନାରେ ଅହମଦଙ୍କ ଜନ୍ମ । ତାଙ୍କ ପିତାମାତାଙ୍କର ସେ ଥିଲେ ଜ୍ୟେଷ୍ଠ ସନ୍ତାନ । ସେ ପ୍ରାଥମିକ ଶିକ୍ଷା ପାଟନା ହାଇ ସ୍କୁଲରୁ ପ୍ରାପ୍ତ କରିଥିଲେ । ୧୯୨୮ ରେ, ସେ ଆଇନ ଏବଂ ଗଣିତରେ ସ୍ନାତକୋତ୍ତର ଶିକ୍ଷା ପାଇଁ ଭର୍ତ୍ତି ହୋଇଥିଲେ । ୧୯୩୦ରେ ଆଇନ ଶେଷ କରିବା ପରେ, ସେ ୧୯୩୧ରେ ପାଟନାର ଜିଲ୍ଲା ସିଭିଲ୍ କୋର୍ଟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ୧୯୪୨ରେ ସେ ପାଟନା ଉଚ୍ଚ ନ୍ୟାୟାଳୟ ବାର୍ ଆସୋସିଏସନର ଏକ ପ୍ରମୁଖ ସଦସ୍ୟ ଥିଲେ ।

୨୩.୪.୧୯୫୧ ତାରିଖରେ ସେ ପାଟନା ଉଚ୍ଚ ନ୍ୟାୟାଳୟର ବେଞ୍ଚକୁ ବିଚରପତି ଭାବେ ନିଯୁକ୍ତି ପାଇଲେ ଏବଂ ୧୮.୧.୧୯୬୫ରୁ ୫.୪.୧୯୬୭ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।[]

  1. 1 2 "Former Chief Justice | Orissa High Court, Cuttack". www.orissahighcourt.nic.in. Retrieved 2024-12-19.