Jump to content

ସଙ୍ଗମ କୁମାର ସାହୁ

ଉଇକିପିଡ଼ିଆ‌ରୁ

ସଙ୍ଗମ କୁମାର ସାହୁ (ଜନ୍ମ: ୫ ଜୁନ ୧୯୬୪) ଜଣେ ଭାରତୀୟ ଓକିଲ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ।[]

ଶିକ୍ଷା ଓ ବୃତ୍ତିଗତ ଜୀବନ

ସେ ନୂଆବଜାର ଉଚ୍ଚ ବିଦ୍ୟାଳୟ, କଟକରୁ ମାଟ୍ରିକ୍ ପରୀକ୍ଷା ଉତ୍ତୀର୍ଣ୍ଣ ହେବା ପରେ ସ୍ନାତକ ବିଜ୍ଞାନ ଶିକ୍ଷା ଷ୍ଟୁଆର୍ଟ ବିଜ୍ଞାନ କଲେଜ୍, କଟକରୁ ସମାପ୍ତ କଲେ । ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ୱରରୁ ସ୍ୱୟଂଶିକ୍ଷୀ ଭାବେ ଏମ.ଏ. (ଇଂରାଜୀ) ଏବଂ ଏମ.ଏ. (ଓଡ଼ିଆ)ରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କଲେ । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (ତତକାଳୀନ ମଧୁସୁଦନ ମହାବିଦ୍ୟାଳୟ) କଟକରୁ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରି ତାଙ୍କ ପିତା ପରଲୋକଗତ ଶରତ୍ ଚନ୍ଦ୍ର ସାହୁଙ୍କ ମାର୍ଗଦର୍ଶନରେ ୨୬।୧୧।୧୯୮୯ରୁ ଓକିଲାତି ପେଶାର ଆରମ୍ଭ କଲେ । ସେ ମୁଖ୍ୟତଃ ଓଡ଼ିଶାର ସମସ୍ତ ଜିଲ୍ଲା ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ, ଉପଭୋକ୍ତା ଫୋରମରେ ଫୌଜଦାରୀ ଆଇନ, ସେବା ସମ୍ପର୍କୀୟ ମାମଲାରେ ଓକିଲାତି ଆରମ୍ଭ କଲେ ।

02.07.2014ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ବିଚାରପତି ଭାବେ ନିଯୁକ୍ତ ହେଲେ ।[]

  1. "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-20.
  2. "About Us | Orissa High Court Legal Services Committee | Orissa High Court, Cuttack". www.orissahighcourt.nic.in. Retrieved 20 December 2024.