Jump to content

ସଙ୍ଗମ କୁମାର ସାହୁ

ଉଇକିପିଡ଼ିଆ‌ରୁ

ସଙ୍ଗମ କୁମାର ସାହୁ (ଜନ୍ମ: ୫ ଜୁନ ୧୯୬୪) ଜଣେ ଭାରତୀୟ ଓକିଲ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ।[]

ଶିକ୍ଷା ଓ ବୃତ୍ତିଗତ ଜୀବନ

[ସମ୍ପାଦନା]

ସେ ନୂଆବଜାର ଉଚ୍ଚ ବିଦ୍ୟାଳୟ, କଟକରୁ ମାଟ୍ରିକ୍ ପରୀକ୍ଷା ଉତ୍ତୀର୍ଣ୍ଣ ହେବା ପରେ ସ୍ନାତକ ବିଜ୍ଞାନ ଶିକ୍ଷା ଷ୍ଟୁଆର୍ଟ ବିଜ୍ଞାନ କଲେଜ୍, କଟକରୁ ସମାପ୍ତ କଲେ । ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ୱରରୁ ସ୍ୱୟଂଶିକ୍ଷୀ ଭାବେ ଏମ.ଏ. (ଇଂରାଜୀ) ଏବଂ ଏମ.ଏ. (ଓଡ଼ିଆ)ରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କଲେ । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (ତତକାଳୀନ ମଧୁସୁଦନ ମହାବିଦ୍ୟାଳୟ) କଟକରୁ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରି ତାଙ୍କ ପିତା ପରଲୋକଗତ ଶରତ୍ ଚନ୍ଦ୍ର ସାହୁଙ୍କ ମାର୍ଗଦର୍ଶନରେ ୨୬।୧୧।୧୯୮୯ରୁ ଓକିଲାତି ପେଶାର ଆରମ୍ଭ କଲେ । ସେ ମୁଖ୍ୟତଃ ଓଡ଼ିଶାର ସମସ୍ତ ଜିଲ୍ଲା ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ, ଉପଭୋକ୍ତା ଫୋରମରେ ଫୌଜଦାରୀ ଆଇନ, ସେବା ସମ୍ପର୍କୀୟ ମାମଲାରେ ଓକିଲାତି ଆରମ୍ଭ କଲେ ।

02.07.2014ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ବିଚାରପତି ଭାବେ ନିଯୁକ୍ତ ହେଲେ ।[] ୧।୧।୨୦୨୬ରେ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ତାଙ୍କୁ ପାଟନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି ।[]

  1. "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-20.
  2. "About Us | Orissa High Court Legal Services Committee | Orissa High Court, Cuttack". www.orissahighcourt.nic.in. Retrieved 20 December 2024.
  3. "Order of appointment of Shri Justice Sangam Kumar Sahoo, Judge of the Orissa High Court as Chief Justice of the Patna High Court (01.01.2026) | Department of Justice | India" (in ଇଂରାଜୀ). Retrieved 2026-01-03.