ସଞ୍ଜୁ ପଣ୍ଡା

ଉଇକିପିଡ଼ିଆ‌ରୁ

କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା (୧୦ ଜୁଲାଇ ୧୯୫୯ରେ ଜନ୍ମ ହୋଇଥିଲେ) ଜଣେ ଭାରତୀୟ ବିଚାରପତି । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧] ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୨]

ସଂକ୍ଷିପ୍ତ ଜୀବନି[ସମ୍ପାଦନା]

ଜଷ୍ଟିସ ପଣ୍ଡା ୧୦ ଜୁଲାଇ ୧୯୫୯ରେ ଓଡ଼ିଶାର ପାରଳାଖେମୁଣ୍ଡିରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୫ରେ ଓକିଲାତି ଜୀବନ ଆରମ୍ଭ କରିଥିଲେ । ୧ ମାର୍ଚ୍ଚ ୨୦୦୭ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ । ୫ ଜାନୁଆରୀ ୨୦୨୦ରେ ପ୍ରଧାନ ବିଚାରପତି କଲପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଅବସର ପରେ ଏବଂ ୨୪ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ସେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ସେ ୯ ଜୁଲାଇ ୨୦୨୧ରେ ଅବସର ନେଇଥିଲେ ।

ଆଧାର[ସମ୍ପାଦନା]

  1. "Judge | Orissa High Court, Cuttack". orissahighcourt.nic.in. Retrieved 28 February 2022.
  2. "Justice Sanju Panda appointed as Acting Chief Justice of Orissa HC | Sambad English". sambadenglish. 4 January 2020. Retrieved 28 February 2022.