ବଲବୀର ସିଂ ଚୌହାନ
ବଲବୀର ସିଂ ଚୌହାନ | |
---|---|
Judge of the Supreme Court of India | |
କାର୍ଯ୍ୟକାଳ 11 May 2009 – 1 July 2014 | |
22nd Chief Justice of the ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 16 July 2008 – 10 May 2009 | |
ପୂର୍ବ ଅଧିକାରୀ | Asok Kumar Ganguly |
ପର ଅଧିକାରୀ | ବିଲାଲ୍ ନାଜକି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବଲବୀର ସିଂ ଚୌହାନ ୨ ଜୁଲାଇ ୧୯୪୯ |
ଶିକ୍ଷାନୁଷ୍ଠାନ | Meerut University Banaras Hindu University |
ବଲବୀର ସିଂ ଚୌହାନ (ଜନ୍ମ ୨ ଜୁଲାଇ ୧୯୪୯) କାବେରୀ ଜଳ ବିବାଦ ନ୍ୟାୟାଧିକରଣ (ଟ୍ରିବ୍ୟୁନାଲ)ର ଅଧ୍ୟକ୍ଷ ଏବଂ ଭାରତର ୨୧ତମ ବିଧି ଆୟୋଗର ଅଧ୍ୟକ୍ଷ ଥିଲେ ।[୧] ସେ ମେ ୨୦୦୯ରୁ ଜୁଲାଇ ୨୦୧୪ ପର୍ଯ୍ୟନ୍ତ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଏକ ବିଚାରପତି ଥିଲେ ।[୨] ଏହା ପୂର୍ବରୁ ସେ ଜୁଲାଇ ୨୦୦୮ରୁ ମେ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ।
ଶିକ୍ଷା ଓ ବୃତ୍ତି
[ସମ୍ପାଦନା]୦୨ ଜୁଲାଇ ୧୯୪୯ରେ ଜନ୍ମିତ ବଲବୀର ପ୍ରାଥମିକ ଶିକ୍ଷା ସମାପ୍ତ କରି ୧୯୭୦ ମସିହାରେ ମିରଟ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କଲେ । ପରେ ୧୯୭୪ ମସିହାରେ ସେ ବନାରସ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କଲେ । ୧୯୭୪ ମସିହାରେ ସେ ଭାରତର ଉଚ୍ଚତମ ନ୍ୟାୟାଳୟ ତଥା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଓକିଲାତି ଜୀବନ ଆରମ୍ଭ କଲେ । ଉତ୍ତରପ୍ରଦେଶ ସରକାରଙ୍କ ତରଫେ ଭାରତର ଉଚ୍ଚତମ ନ୍ୟାୟାଳୟରେ ସେ ମଧ୍ୟ ଷ୍ଟାଣ୍ଡିଂ କାଉନସେଲ ଭାବେ କାର୍ଯ୍ୟ କରିଛନ୍ତି । ୦୫ ଅପ୍ରିଲ ୧୯୯୫ରେ ତାଙ୍କୁ ଆଲାହାବାଦ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଲା । ଏହା ପରେ ସେ ଜୁଲାଇ ୧୯୯୭ରେ ରାଜସ୍ଥାନ ଉଚ୍ଚନ୍ୟାୟାଳୟକୁ ଏବଂ ମାର୍ଚ ୨୦୦୩ରେ ପୁଣି ଆଲାହାବାଦ ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇଥିଲେ । ଜୁଲାଇ ୨୦୦୮ରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଲା । ପରେ ୧୧ ମଇ ୨୦୦୯ରେ ସେ ଭାରତର ଉଚ୍ଚତମ ନ୍ୟାୟାଳୟର ବିଚାରପତି ଭାବେ ଉନ୍ନିତ ହୋଉଥିଲେ ଏବଂ ଏହି ପଦବୀରେ ୧ ଜୁଲାଇ ୨୦୧୪ ପର୍ଯ୍ୟନ୍ତ ରହିଥିଲେ ।[୨]
ଜୁଲାଇ ୨୦୨୦ରେ ସେ ବିକାସ ଦୁବେ ମାମଲାକୁ ତଦନ୍ତ କରିବାକୁ ଏକ ନ୍ୟାୟିକ କମିଶନ୍ର ମୁଖ୍ୟ ଭାବେ ନିୟୁକ୍ତ ହୋଇଥିଲେ ।[୩]
ଆଧାର
[ସମ୍ପାଦନା]- ↑ "Ex-SC judge Balbir Singh Chauhan new Law Commission chairman". The Hindu (in Indian English). 2016-03-10. ISSN 0971-751X. Retrieved 2024-12-14.
- ↑ ୨.୦ ୨.୧ "Hon'ble Dr. Justice Balbir Singh Chauhan". web.archive.org. 2013-09-24. Archived from the original on 2013-09-24. Retrieved 2024-12-14.
{{cite web}}
: CS1 maint: bot: original URL status unknown (link) - ↑ "Why Vikas Dubey Was Out on Bail is Focus, Says SC on Encounter Probe". News18 (in ଇଂରାଜୀ). Retrieved 2024-12-14.