Jump to content

ବଲବୀର ସିଂ ଚୌହାନ

ଉଇକିପିଡ଼ିଆ‌ରୁ
ବଲବୀର ସିଂ ଚୌହାନ
Judge of the Supreme Court of India
କାର୍ଯ୍ୟକାଳ
11 May 2009  1 July 2014
22nd Chief Justice of the ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
16 July 2008  10 May 2009
ପୂର୍ବ ଅଧିକାରୀAsok Kumar Ganguly
ପର ଅଧିକାରୀବିଲାଲ୍‌ ନାଜକି
ବ୍ୟକ୍ତିଗତ ସବିଶେଷ
ଜନ୍ମ
ବଲବୀର ସିଂ ଚୌହାନ

(1949-07-02) ୨ ଜୁଲାଇ ୧୯୪୯ (ବୟସ ୭୭)
ଶିକ୍ଷାନୁଷ୍ଠାନMeerut University
Banaras Hindu University

ବଲବୀର ସିଂ ଚୌହାନ (ଜନ୍ମ ୨ ଜୁଲାଇ ୧୯୪୯) କାବେରୀ ଜଳ ବିବାଦ ନ୍ୟାୟାଧିକରଣ (ଟ୍ରିବ୍ୟୁନାଲ)ର ଅଧ୍ୟକ୍ଷ ଏବଂ ଭାରତର ୨୧ତମ ବିଧି ଆୟୋଗର ଅଧ୍ୟକ୍ଷ ଥିଲେ ।[] ସେ ମେ ୨୦୦୯ରୁ ଜୁଲାଇ ୨୦୧୪ ପର୍ଯ୍ୟନ୍ତ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଏକ ବିଚାରପତି ଥିଲେ ।[] ଏହା ପୂର୍ବରୁ ସେ ଜୁଲାଇ ୨୦୦୮ରୁ ମେ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ।

ଶିକ୍ଷା ଓ ବୃତ୍ତି

[ସମ୍ପାଦନା]

୦୨ ଜୁଲାଇ ୧୯୪୯ରେ ଜନ୍ମିତ ବଲବୀର ପ୍ରାଥମିକ ଶିକ୍ଷା ସମାପ୍ତ କରି ୧୯୭୦ ମସିହାରେ ମିରଟ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କଲେ । ପରେ ୧୯୭୪ ମସିହାରେ ସେ ବନାରସ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କଲେ । ୧୯୭୪ ମସିହାରେ ସେ ଭାରତର ଉଚ୍ଚତମ ନ୍ୟାୟାଳୟ ତଥା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଓକିଲାତି ଜୀବନ ଆରମ୍ଭ କଲେ । ଉତ୍ତରପ୍ରଦେଶ ସରକାରଙ୍କ ତରଫେ ଭାରତର ଉଚ୍ଚତମ ନ୍ୟାୟାଳୟରେ ସେ ମଧ୍ୟ ଷ୍ଟାଣ୍ଡିଂ କାଉନସେଲ ଭାବେ କାର୍ଯ୍ୟ କରିଛନ୍ତି । ୦୫ ଅପ୍ରିଲ ୧୯୯୫ରେ ତାଙ୍କୁ ଆଲାହାବାଦ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଲା । ଏହା ପରେ ସେ ଜୁଲାଇ ୧୯୯୭ରେ ରାଜସ୍ଥାନ ଉଚ୍ଚନ୍ୟାୟାଳୟକୁ ଏବଂ ମାର୍ଚ ୨୦୦୩ରେ ପୁଣି ଆଲାହାବାଦ ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇଥିଲେ । ଜୁଲାଇ ୨୦୦୮ରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଲା । ପରେ ୧୧ ମଇ ୨୦୦୯ରେ ସେ ଭାରତର ଉଚ୍ଚତମ ନ୍ୟାୟାଳୟର ବିଚାରପତି ଭାବେ ଉନ୍ନିତ ହୋଉଥିଲେ ଏବଂ ଏହି ପଦବୀରେ ୧ ଜୁଲାଇ ୨୦୧୪ ପର୍ଯ୍ୟନ୍ତ ରହିଥିଲେ ।[]

ଜୁଲାଇ ୨୦୨୦ରେ ସେ ବିକାସ ଦୁବେ ମାମଲାକୁ ତଦନ୍ତ କରିବାକୁ ଏକ ନ୍ୟାୟିକ କମିଶନ୍‌ର ମୁଖ୍ୟ ଭାବେ ନିୟୁକ୍ତ ହୋଇଥିଲେ ।[]

  1. "Ex-SC judge Balbir Singh Chauhan new Law Commission chairman". The Hindu (in Indian English). 2016-03-10. ISSN 0971-751X. Retrieved 2024-12-14.
  2. 1 2 "Hon'ble Dr. Justice Balbir Singh Chauhan". web.archive.org. 2013-09-24. Archived from the original on 2013-09-24. Retrieved 2024-12-14.{{cite web}}: CS1 maint: bot: original URL status unknown (link)
  3. "Why Vikas Dubey Was Out on Bail is Focus, Says SC on Encounter Probe". News18 (in ଇଂରାଜୀ). Retrieved 2024-12-14.