Jump to content

ଶିବ ନାରାୟଣ ଶଙ୍କର

ଉଇକିପିଡ଼ିଆ‌ରୁ
Justice

ଶିବ ନାରାୟଣ ଶଙ୍କର
8th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
25 May 1967  12 October 1977
ପୂର୍ବ ଅଧିକାରୀଗତିକୃଷ୍ଣ ମିଶ୍ର
ପର ଅଧିକାରୀସୁକାନ୍ତ କିଶୋର ରାୟ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1915-10-13)୧୩ ଅକ୍ଟୋବର ୧୯୧୫
ଶିକ୍ଷାନୁଷ୍ଠାନDelhi University

ଶିବ ନାରାୟଣ ଶଙ୍କର ଜଣେ ଭାରତୀୟ ବିଚାରପତି । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।[]

ସଂକ୍ଷିପ୍ତ କର୍ମ ଜୀବନ

[ସମ୍ପାଦନା]

ଶିବ ନାରାୟଣ ଶଙ୍କର, ୧୩ ଅକ୍ଟୋବର ୧୯୧୫ ମସିହାରେ ଭାରତର ରାଜଧାନୀ ଦିଲ୍ଲୀରେ ଜନ୍ମ ହୋଇଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ତାଙ୍କ ଶିକ୍ଷା ଶେଷ କରିଥିଲେ ଏବଂ ୧୯୩୭ ମସିହାରେ ବାର କାଉନସିଲର ସଦସ୍ୟ ଭାବେ ଯୋଗଦେଇଥିଲେ । ସେ ୧୯୬୦ ମସିହାରୁ କେନ୍ଦ୍ର ସରକାରଙ୍କ ଅତିରିକ୍ତ କାଉନସିଲ ଭାବେ ନିଯୁକ୍ତ ହୋଇଥିଲେ ଏବଂ ପରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ କେନ୍ଦ୍ର ସରକାରଙ୍କ କାଉନସିଲ ଭାବେ କାର୍ଯ୍ୟକରିଥିଲେ । ସେ ଦିଲ୍ଲୀ ବାର ଆସୋସିଏସନର ଅଧ୍ୟକ୍ଷ ମଧ୍ୟ ଥିଲେ । ୨୫.୫.୧୯୬୭ରେ ସେ ଦିଲ୍ଲୀ ଉଚ୍ଚନ୍ୟାୟାଳୟର ବେଞ୍ଚରେ ଜଣେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ[] ଏବଂ ୧.୧୧.୧୯୭୫ରୁ ୧୨.୧୦.୧୯୭୭ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ।

  1. "Former Chief Justice | Orissa High Court, Cuttack". orissahighcourt.nic.in. Retrieved 19 December 2024.
  2. "Justice S N Shankar". staging3.velocis.in. Archived from the original on 19 December 2024. Retrieved 19 December 2024.