ଚୌଦ୍ଵାର-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
ଚୌଦ୍ଵାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୦,୧୧୨
ଜିଲ୍ଲା: କଟକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଟକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଚୌଦ୍ଵାର-କଟକ (କ୍ରମିକ ସଂଖ୍ୟା: ୯୧) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଚୌଦ୍ଵାର (ବି), ଚାରବାଟିଆ, ଟାଙ୍ଗୀ-ଚୌଦ୍ଵାର ବ୍ଳକ ଓ କଟକ ମହାନଗର ନିଗମର କିଛି ଅଂଶ ।[୧][୨]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଭାତ ରଞ୍ଜନ ବିଶ୍ବାଳ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ମହାପାତ୍ରଙ୍କ ଠାରୁ ୪୧୩୮୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଭାତ ରଞ୍ଜନ ବିଶ୍ଵାଳ, ସ୍ଵାଧୀନ ପ୍ରାର୍ଥୀ ଦୀପକ କୁମାର ବାରିକଙ୍କଠାରୁ ୩୨,୭୭୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ଚୌଦ୍ଵାର-କଟକ [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରଭାତ ରଞ୍ଜନ ବିଶ୍ଵାଳ ୫୮,୪୯୫ ୫୬.୫୩ -
ସ୍ଵାଧୀନ ଦୀପକ କୁମାର ବାରିକ ୨୫,୭୧୮ ୨୪.୮୫ -
ଭାଜପା ନୟନ କିଶୋର ମହାନ୍ତି ୮,୯୮୮ ୮.୬୯ -
କଂଗ୍ରେସ ସାବିତ୍ରୀ ଚୌଧୁରୀ ୮,୪୯୮ ୮.୨୧ -
ସ୍ଵାଧୀନ ଶକୁନ୍ତଳା ବାରିକ ୪୪୧ ୦.୪୩ -
ବସପା ନିରଞ୍ଜନ ତ୍ରିପାଠୀ ୪୦୭ ୦.୩୯ -
ରାଷ୍ଟ୍ରିୟ ପରିବର୍ତ୍ତନ ଦଳ ସଞ୍ଜୟ କୁମାର ସାମଲ ୨୯୪ ୦.୨୮ -
ବୀର ଓଡ଼ିଆ ପାର୍ଟି ପଦ୍ମିନୀ ଜେନା ୨୬୬ ୦.୨୬ -
ଜନତା ଦଳ (ସଂ) ସତ୍ୟନାରାୟଣ ମହାନ୍ତି ୨୦୦ ୦.୧୯ -
କଳିଙ୍ଗ ସେନା ଲକ୍ଷ୍ମୀକାନ୍ତ ବେହେରା ୧୬୬ ୦.୧୬ -
ଭୋଟ ବ୍ୟବଧାନ ୩୨,୭୭୭ ୩୧.୬୮* -
ମତଦାନ ହାର ୧,୦୩,୪୭୯ ୫୩.୧୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୨୦୦୯ରେ ନୂତନ ଭାବେ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ କେବଳ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଛି । ପୂର୍ବରୁ ଏହା ଚୌଦ୍ଵାର ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ ହେଉଥିଲା ।[୬][୩]

  • ୨୦୧୪: ପ୍ରଭାତ ରଞ୍ଜନ ବିଶ୍ବାଳ (ବିଜଦ)
  • ୨୦୦୯: (୯୧): ପ୍ରଭାତ ରଞ୍ଜନ ବିଶ୍ଵାଳ (ବିଜଦ)

ଚୌଦ୍ଵାର ନିର୍ବାଚନ ମଣ୍ଡଳୀ[୭][ସମ୍ପାଦନା]

  • ୨୦୦୪: (୪୫): ଧର୍ମାନନ୍ଦ ବେହେରା (ବିଜଦ)
  • ୨୦୦୦: (୪୫): ବିଧୁ ଭୂଷଣ ପ୍ରହରାଜ (ସ୍ଵାଧୀନ)
  • ୧୯୯୫: (୪୫): କାହ୍ନୁ ଚରଣ ଲେଙ୍କା (କଂଗ୍ରେସ)
  • ୧୯୯୦: (୪୫): ରାଜ କିଶୋର ରାମ (ଜନତା ଦଳ)
  • ୧୯୮୫: (୪୫): ରସାନନ୍ଦ ସାହୁ (କଂଗ୍ରେସ)
  • ୧୯୮୦: (୪୫): କାହ୍ନୁ ଚରଣ ଲେଙ୍କା (କଂଗ୍ରେସ-ଇ)
  • ୧୯୭୭: (୪୫): ରାଜ କିଶୋର ରାମ (ଜନତା)
  • ୧୯୭୪: (୪୫): କାହ୍ନୁ ଚରଣ ଲେଙ୍କା (କଂଗ୍ରେସ)
  • ୧୯୭୧: (୪୦): କାହ୍ନୁ ଚରଣ ଲେଙ୍କା (ସ୍ଵାଧୀନ)
  • ୧୯୬୭: (୪୦): ଆକୁଳାନନ୍ଦ ବେହେରା (ପ୍ରଜା ସ୍ଵତନ୍ତ୍ର ପାର୍ଟି)
  • ୧୯୬୧: (୧୦୦): ବିଜୁ ପଟ୍ଟନାୟକ (କଂଗ୍ରେସ)

ଆଧାର[ସମ୍ପାଦନା]