ଗତିକୃଷ୍ଣ ମିଶ୍ର

ଉଇକିପିଡ଼ିଆ‌ରୁ
ଜଷ୍ଟିସ

ଗତିକୃଷ୍ଣ ମିଶ୍ର
ଓଡ଼ିଶାର ମୁଖ୍ୟ ବିଚାରପତି
କାର୍ଯ୍ୟକାଳ
୧ ମଇ ୧୯୬୯ – ୩୦ ଅକ୍ଟୋବର ୧୯୭୫
ପୂର୍ବ ଅଧିକାରୀସତ୍ୟ ଭୂଷଣ ବର୍ମନ
ପର ଅଧିକାରୀଶିବ ନାରାୟଣ ଶଙ୍କର
ରାଜ୍ୟପାଳ, ଓଡ଼ିଶା (କାର୍ଯ୍ୟକାରୀ)
କାର୍ଯ୍ୟକାଳ
୨୧ ଅଗଷ୍ଟ ୧୯୭୪ – ୨୫ ଅକ୍ଟୋବର ୧୯୭୪
ପୂର୍ବ ଅଧିକାରୀଆକବର ଅଲୀ ଖାଁ
ପର ଅଧିକାରୀବସପ୍ପା ଦନପ୍ପା ଜତ୍ତି
ରାଜ୍ୟପାଳ, ଓଡ଼ିଶା (କାର୍ଯ୍ୟକାରୀ)
କାର୍ଯ୍ୟକାଳ
୧ ଜୁଲାଇ ୧୯୭୨ – ୮ ନଭେମ୍ବର ୧୯୭୨
ପୂର୍ବ ଅଧିକାରୀବସପ୍ପା ଦନପ୍ପା ଜତ୍ତି
ପର ଅଧିକାରୀଯୋଜେନ୍ଦ୍ର ସିଂହ
ବ୍ୟକ୍ତିଗତ ସବିଶେଷ
ଜନ୍ମଗଇଲୋ, ଢେଙ୍କାନାଳ, ଓଡ଼ିଶା
ମୃତ୍ୟୁ୬ ଜୁଲାଇ ୨୦୦୯(2009-07-06) (ବୟସ ୯୭)
କଟକ
ଜାତୀୟତାଭାରତୀୟ
ଶିକ୍ଷାବି.ଏ., ଏଲ.ଏଲ.ବି.
ଶିକ୍ଷାନୁଷ୍ଠାନପାଟଣା ବିଶ୍ୱବିଦ୍ୟାଳୟ

ଗତିକୃଷ୍ଣ ମିଶ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସପ୍ତମ ମୁଖ୍ୟ ବିଚାରପତି ଥିଲେ (୦୧.୦୫.୧୯୬୯ - ୩୦.୧୦.୧୯୭୫) ।[୧] ୧୯୬୯ ମଇ ପହିଲାରେ ସେ ଏହି ଆସନ ଅଳଙ୍କୃତ କରିଥିଲେ । ଏହି ପଦବୀରେ ସେ ଛଅ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ ।[୨]

ବୃତ୍ତିଗତ ଜୀବନ[ସମ୍ପାଦନା]

ଢେଙ୍କାନାଳ ଜିଲ୍ଲାର ଗଇଲୋ ଗ୍ରାମରେ ଜନ୍ମିତ ଶ୍ରୀ ମିଶ୍ରଙ୍କ ପ୍ରାଥମିକ ଶିକ୍ଷା ନିଜ ଗାଁ ବିଦ୍ୟାଳୟରେ ସମ୍ପନ୍ନ ହୋଇଥିଲା । ପାଟନା ବିଶ୍ୱବିଦ୍ୟାବିଦ୍ୟାଳୟରେ ୧୯୩୭ରେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରି ପାଟନାରେ ହିଁ ଆଇନ ଶିକ୍ଷା ସମାପ୍ତ କଲେ ଓ ତାପରେ ସେ ଓଡ଼ିଶା ଫେରିଥିଲେ । ୧୯୪୦ରେ କଟକରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ୧୯୪୩ରେ ସେ ମୁନ୍‌ସଫ୍ ଭାବେ ସରକାରୀ ଚାକିରିରେ ଯୋଗ ଦେଲେ । ପରେ ସବ୍ ଜଜ୍ ପାହ୍ୟାକୁ ଉନ୍ନିତ ହୋଇ ବିଭିନ୍ନ ସ୍ଥାନରେ ଏହି ଦାୟିତ୍ୱ ତୁଲାଇ ଥିଲେ । ତେବେ ୧୯୫୦ ମସିହାରେ ସରକାରୀ ଚାକିରିରୁ ଇସ୍ତଫା ଦେଇ ଓକିଲାତି ବ୍ୟବସାୟ ଆରମ୍ଭ କରିଥିଲେ । ବାର ବର୍ଷ ପରେ ଅର୍ଥାତ, ୩୦.୦୧.୧୯୬୨ରେ ଓଡ଼ିଶା ଉଚ୍ଚ ନ୍ୟାୟାୟଳରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହେଲେ ।

ମୁଖ୍ୟ ବିଚାରପତି ପଦବୀରେ ଥିବା ବେଳେ ସେ ୧ ଜୁଲାଇ ୧୯୭୨ଠାରୁ ୮ ନଭେମ୍ବର ୧୯୭୨ ଓ ୨୧ ଅଗଷ୍ଟ ୧୯୭୪ଠାରୁ ୨୫ ଅକ୍ଟୋବର ୧୯୭୪ ପର୍ଯ୍ୟନ୍ତ ଦୁଇଥର ଓଡ଼ିଶାର ରାଜ୍ୟପାଳ (କାର୍ଯ୍ୟକାରୀ) ଦାୟିତ୍ୱ ନିର୍ବାହ କରିଥିଲେ ।[୩][୪]

ଜୁଲାଇ ୦୬, ୧୯୯୨ରେ ତାଙ୍କର ଦେହାବସାନ ହେଲା ।[୫] ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଥିଲେ ।

ଆଧାର[ସମ୍ପାଦନା]

  1. "Former Chief Justices". orissahighcourt.nic.in. Retrieved 7 July 2015.
  2. "ଦୃଢମନା ନିରପେକ୍ଷ ବିଚାରପତି". 6 July 2015. Retrieved 6 July 2015.
  3. "Governors List- Odisha". Odisha Info. Archived from the original on 8 July 2015. Retrieved 6 July 2015.
  4. Dash, Vivekananda. "Odisha headed by a non-warranted non-notified Governor !". HotnHitNews. Archived from the original on 7 July 2015. Retrieved 6 July 2015.
  5. "Former Orissa HC chief justice Gati Krushna Mishra passes away". Hindustan Times. July 06, 2009. Archived from the original on 6 July 2015. Retrieved 6 July 2015. {{cite news}}: Check date values in: |date= (help)