Jump to content

ଏନ୍. ୱ।ଇ. ହନୁମନ୍ଥାପା

ଉଇକିପିଡ଼ିଆ‌ରୁ
Justice

ଏନ୍. ୱ।ଇ. ହନୁମନ୍ଥାପା
Member of parliament of ୧୪ଶ ଲୋକ ସଭା
କାର୍ଯ୍ୟକାଳ
2004-2009
ପୂର୍ବ ଅଧିକାରୀShashi Kumar
ପର ଅଧିକାରୀJanardhana Swamy
ନିର୍ବାଚନ ମଣ୍ଡଳୀChitradurga
18th Chief Justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
17 February 2001  24 September 2001
ପୂର୍ବ ଅଧିକାରୀବିଶ୍ୱନାଥ ଅଗ୍ରୱାଲା
ପର ଅଧିକାରୀପି. କେ. ବାଲାସୁବ୍ରମଣ୍ୟନ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1939-09-25) ୨୫ ସେପ୍ଟେମ୍ବର ୧୯୩୯ (ବୟସ ୮୬)
Chitradurga, କର୍ଣ୍ଣାଟକ,
ଭାରତ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀN.Y. Adilakshmi
ସନ୍ତାନ3 sons
ସମ୍ପର୍କୀୟN. Y. Gopalakrishna (brother)[]
ଘରବେଙ୍ଗାଳୁରୁ
25 September, 2006 ସୁଦ୍ଧା
ଆଧାର:

ଏନ୍. ୱ।ଇ. ହନୁମନ୍ଥାପା (ଜନ୍ମ ୨୫ ସେପ୍ଟେମ୍ବର ୧୯୩୯) ଭାରତର ୧୪ମ ଲୋକ ସଭାର ସଦସ୍ୟ ଥିଲେ ।[] ସେ କର୍ଣ୍ଣାଟକର ଚିତ୍ରଦୁର୍ଗ ନିର୍ବାଚନ ମଣ୍ଡଳର ପ୍ରତିନିଧିତ୍ୱ କରିଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସ (ଆଇ.ଏନ୍.ସି) ରାଜନୈତିକ ଦଳର ସଦସ୍ୟ ଥିଲେ ।

ଲୋକ ସଭାକୁ ନିର୍ବାଚିତ ହେବା ପୂର୍ବରୁ, ହନୁମନ୍ଥାପ୍ପା ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟକରିଥିଲେ । ସେ ତା’ପୂର୍ବରୁ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ଉଚ୍ଚନ୍ୟାୟାଳୟରେ ବି ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[]

ଶିକ୍ଷା ଓ ବୃତ୍ତି

ହନୁମାନ୍ଥପ୍ପା ୨୫.୦୯.୧୯୩୯ରେ କର୍ଣ୍ଣାଟକ ରାଜ୍ୟର ରାମପୁରାରେ ଜନ୍ମଗ୍ରହଣ କରିଥିଲେ । ବେଲ୍ଲାରୀରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ମହୀଶୁର ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏମ୍‌.ଏ. ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ ୧୯୬୫ରେ ସ୍ନାତକ ଆଇନ ଡିଗ୍ରୀ ଓ ୧୯୬୭ରେ ସ୍ନାତକୋତ୍ତର ଆଇନ(ଏଲ୍‌ଏଲ୍‌.ଏମ୍‌.) ଡିଗ୍ରୀ ହାସଲ କରିଥିଲେ । ୨୭.୧୦.୧୯୬୭ରେ ଏକ ଆଇନଜୀବୀ ଭାବେ ବେଶା ଆରମ୍ଭ କରିଥିଲେ ।

୨୯.୦୩.୧୯୯୦ରେ କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ ନିୟୁକ୍ତ ହୋଇଥିଲେ ।[] ୨୦.୦୪.୧୯୯୪ରେ ଆନ୍ଧ୍ରପ୍ରଦେଶ ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସେ ମଧ୍ୟ ୧୧.୧୧.୨୦୦୦ରୁ ୧୧.୧୨.୨୦୦୦ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଉଚ୍ଚନ୍ୟାୟାଳୟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିଲେ ।[]

ପରେ ସେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଉନ୍ନିତ ହୋଇଥିଲେ ।[]

୨୦୦୯ ଏବଂ ୨୦୧୪ ମସିହାରେ ବେଳ୍ଲାରୀ ନିର୍ବାଚନ ମଣ୍ଡଳରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ କିନ୍ତୁ ସେଥିରେ ଅସଫଳ ହୋଇଥିଲେ।[]

  1. "Two Karnataka MLAs resign, tipped to join Congress". The Indian Express (in ଇଂରାଜୀ). 2023-03-31. Retrieved 2024-02-04.
  2. "n y hanumanthappa". The Times of India. 2018-03-13. ISSN 0971-8257. Retrieved 2024-12-16.
  3. AK, Aditya (2016-07-30). "In Conversation with ex-Chief Justice of Orissa, Justice NY Hanumanthappa". Bar and Bench - Indian Legal news (in ଇଂରାଜୀ). Retrieved 2024-12-16.
  4. "High Court for the State of Telangana". tshc.gov.in. Retrieved 2024-12-16.
  5. 1 2 "High Court for the State of Telangana". tshc.gov.in. Retrieved 2024-12-16.
  6. "Congress's first list for LS polls: Rahul, Sonia, Nilekani among 194 candidates named". The Times of India. 2014-03-08. ISSN 0971-8257. Retrieved 2024-12-16.