ବିନୋଦ କୁମାର ପଶାୟତ
ବିନୋଦ କୁମାର ପଶାୟତ | |
---|---|
ଜନ୍ମ | ବଲାଙ୍ଗୀର |
ବୃତ୍ତି | ଲେଖକ, ଗୀତିକାର, ନାଟ୍ୟକାର |
ବିନୋଦ କୁମାର ପଶାୟତ ଜଣେ ଭାରତୀୟ ସମ୍ବଲପୁରୀ କବି, ଗୀତିକାର, ନାଟ୍ୟକାର ଓ ପ୍ରାକ୍ତନ ବାରିକ । ସମ୍ବଲପୁରୀ ଲୋକକଳା ଓ ପରମ୍ପରାର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଜୀବନବ୍ୟାପୀ ସେବା ପାଇଁ ତାଙ୍କୁ ୨୦୨୪ ମସିହାରେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିଲା । ସେ ସମର୍ପଣ, ଆଦିବାସୀ, ପରସ୍ତ୍ରୀ, ଚିନି ଆଦି ଚଳଚ୍ଚିତ୍ର ନିମନ୍ତେ ଗୀତ ରଚନା କରିଛନ୍ତି । ତାଙ୍କ ରଚିତ ଜଣାଶୁଣା ଗୀତଗୁଡ଼ିକ ମଧ୍ୟରେ "ହାଏ କୃଷ୍ଣ ହାଏ କୃଷ୍ଣ ବଲି ଯାଉ ମୋର ଜୀବନ", "ମା’ ଠାନୁ ବଡ଼୍ କିଏ ଅଛେ", "ଏ ନନୀ ସୁଲୋଚନା", "ଲବଂଗଲତା ମୋର ଗଜମୁକୁତା", "ଗଲାରାତି ଝୁମରା ସୁରେ", "ଲିଟି ଉଡେ ଫୁରୁପୁରୁ", "ରଥର ଚକା ଚାଲେ ଘିଡ଼ି ଘିଡ଼ି", "ସରବ ସହେନି ମା ଗୋ ତୁଇ", "ବୋଇଲେ ରାଧିକା ସୁନଗୋ ଦୁତି" ଆଦି ଅନ୍ୟତମ । ତାଙ୍କ ରଚିତ ବ୍ୟଙ୍ଗ ନାଟକଗୁଡ଼ିକ ହେଲା ତାହାର ବା, ମୁଁ ନାଇଁ ମରେ, ଚୁଟକୁଛୁଟା ଆଦି ।
ପ୍ରାରମ୍ଭିକ ଜୀବନ ଓ ବୃତ୍ତି
[ସମ୍ପାଦନା]ବିନୋଦ କୁମାର ପଶାୟତ ବଲାଙ୍ଗୀର ଜିଲ୍ଲାର ଟିକ୍ରାପଡ଼ାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାରର ଆର୍ଥିକ ଅସ୍ୱଚ୍ଛଳତା ହେତୁ ତାଙ୍କୁ ସ୍କୁଲରେ ପାଠପଢ଼ା ଛାଡ଼ି ତାଙ୍କ ପିତାଙ୍କ ସେଲୁନ୍ରେ କାମ କରିବାକୁ ପଡ଼ିଥିଲା । ସେହି ସମୟରେ ସେ ବଲାଙ୍ଗିରର ରାମଜୀ ନାଟକ ପାର୍ଟିରେ ଶିଶୁ ଅଭିନେତା ଭାବେ ଅଭିନୟ କରିବା ଆରମ୍ଭକରିଥିଲେ । ପରେ ସେ ୧୯ ବର୍ଷ ବୟସରେ ସମ୍ବଲପୁର ଯାଇ ସେଠାକାର ବୈଦ୍ୟନାଥ ଛକରେ ନିଜର ଏକ ସେଲୁନ୍ ଆରମ୍ଭ କରିଥିଲେ ।[୧]
ସାହିତ୍ୟ ରଚନା
[ସମ୍ପାଦନା]ସମ୍ବଲପୁରରେ ସାହିତ୍ୟିକ ଅରୁଣ ପ୍ରସନ୍ନ ସେଠ ସମ୍ବଲପୁରୀରେ ତାଙ୍କୁ ସାହିତ୍ୟ ରଚନା ପାଇଁ ପ୍ରେରଣା ଦେଇଥିଲେ । ତାଙ୍କ ସେଲୁନ୍ରେ ସାହିତ୍ୟିକମାନଙ୍କ ମିଳନ କେନ୍ଦ୍ର ହୋଇଥିଲା । ସମ୍ବଲପୁରୀ ଭାଷାର ଜନକ ନାମରେ ପରିଚିତ ସତ୍ୟ ନାରାୟଣ ବହିଦାର ଥରେ କହିଥିଲେ "ବିନୋଦ ପଶାୟତଙ୍କ ସେଲୁନ୍ ହେଉଛି ସରସ୍ବତୀଙ୍କ ମନ୍ଦିର" ।[୧]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଗୀତିକାର, ନାଟ୍ୟକାର ବିନୋଦ ପଶାୟତ ପାଇବେ ପଦ୍ମଶ୍ରୀ ପୁରସ୍କାର". Sambad. 2024-01-26. Retrieved 2024-02-15.
- ↑ Sahu, Diana (2024-01-26). "Padma honour for four unsung Odias". The New Indian Express (in ଇଂରାଜୀ). Retrieved 2024-02-15.
- ↑ Rout, Himansu Shekhar. "Padma Awards 2024: Four from Odisha conferred Padma Shri". Padma Awards 2024: Four from Odisha conferred Padma Shri (in ଇଂରାଜୀ). Retrieved 2024-02-15.