ସମ୍ବଲପୁରୀ ଭାଷା

ଉଇକିପିଡ଼ିଆ ରୁ
Jump to navigation Jump to search
ସମ୍ବଲପୁରୀ
ପଶ୍ଚିମ ଓଡ଼ିଆ
କେଉଁ ଅଞ୍ଚଳଭାରତ
ସ୍ଥାନପଶ୍ଚିମ ଓଡ଼ିଶା
Native ଭାଷାଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧]
(additional speakers may have identified as Oriya speakers)
ଓଡ଼ିଆ
ଭାଷା କୋଡ଼
ISO 639-3spv

ସମ୍ବଲପୁରୀ ଭାଷା ଏକ ପଶ୍ଚିମ ଓଡ଼ିଶା କେନ୍ଦ୍ରିକ ଓଡ଼ିଆ ଭାଷା । ଏହାକୁ ଓଡ଼ିଆ ଭାଷା ମଧ୍ୟରେ ଏକ ସ୍ୱତନ୍ତ୍ର ଭାଷା ଭାବରେ ମଧ୍ୟ ଦାବି କରାଯାଇଥାଏ ।[୨]

ଲିପି [ସମ୍ପାଦନା]

ସମ୍ବଲପୁରୀ ଭାଷାକୁ ଓଡ଼ିଆ ଲିପିରେ ଲେଖାଯାଇଥାଏ । .[୨][୩][୪][୫]

ସାହିତ୍ୟ[ସମ୍ପାଦନା]

ଉନବିଂଶ ଶତାବ୍ଦୀର ଶେଷ ଯାଏ ସମ୍ବଲପୁରୀ ଭାଷାରେ କୌଣସି ଲିଖିତ ସାହିତ୍ୟ ନଥିଲା । ଏହି ଭାଷାରେ ଲିଖିତ କିଛି ପ୍ରସ୍ତର ଖୋଦନ, ତାମ୍ର  ଫଳକ କିମ୍ବା ତାଳପତ୍ର ଲିଖନ ଅଦ୍ୟାବଧି ମିଳିନାହିଁ । ୧୮୯୧ ମସିହାରେ ଦେବଗଡ ରାଜ୍ୟରୁ ପ୍ରକାଶିତ ସମ୍ବଲପୁର ହିତୈଶିଣୀକୁ ପ୍ରଥମ ସମ୍ବଲପୁରୀ ପ୍ରକାଶନ ବୋଲି ଗ୍ରହଣ କରାଯାଏ ।[୬] ଏଥିରେ ମଧୁସୂଦନ ନାମକ ବ୍ୟକ୍ତିଙ୍କଦ୍ୱାରା ଲିଖିତ ସମ୍ବଲପୁର ଅଞ୍ଚଳର ପ୍ରାଚୀନ କବିତା ନାମରେ ଏକ କବିତା ପ୍ରକାଶିତ ହେଇଥିଲା । ତାହାର ଏକ ଅଂଶ ଏହିପରି ,

"କୁହ ଗୋ ଦୁତୀ ମୁଇ କେନତା କରସିଁ ଗୋ 

ନନ୍ଦପୁଅ ଆଙ୍ଖେ ଦେଖଲେ ବଡା କାବା ଲଗଶି ଗୋ "

" ଦିଶୁ ଥିସୀ କାଳିଆ ତାର୍ ତାର୍ 

ପିନ୍ଧି ଥିସୀ ହଳଦିଆ ଜର୍ ଜର୍

ଧୋବ ଫର୍ ଫର୍ ଟେ ଜନବାରୀର୍ ଟେ ବେକେ ଉଲେଇ ହେସୀ ଗୋ " 

ତାହାପରେ ୧୯୦୦ ମସିହାରୁ ୧୯୧୦ ମସିହା ମଧ୍ୟରେ ଭୁଲାମନ ଚଉତିଶା, ଯତନ ନାମକ ଜେନ ବ୍ୟକ୍ତିଙ୍କଦ୍ୱାରା ରଚିତ ହେଇଥିଲା । 

ସେହି ସମୟ କାଳ ମଧ୍ୟରେ ଚଇତନ ଦାସଙ୍କଦ୍ୱାରା "ଚଢେଇ ଚଉତିଶା" ରଚିତ ହେଇ ପ୍ରକାଶିତ ହେଇଥିଲା । ବାଲାଜି ମେହେର ନାମକ ବ୍ୟକ୍ତି "ଗୁଣ୍ଡିଆ" , "ଗଉଡ ଗମନ" , "କୁମ୍ଭାର ପସରା" ଓ "ସୁନାରି ପସରା " ନାମର ଲେଖନ ପ୍ରକାଶିତ କରିଥିଲେ । ୧୯୧୫ରୁ ୧୯୨୫ ମସିହା ମଧ୍ୟରେ "ଲକ୍ଷ୍ମଣ ପତି ଓ କପିଲା ମହାପତାର ମଧ୍ୟ କିଛି କୋଶଳୀ ଲେଖାବଳି ପ୍ରକାଶ କରିଥିଲେ । 

ଏହି କ୍ରମରେ ୧୮୯୧ ମସିହାରୁ ୧୯୪୭ ମସିହା ଯାଏଁ ୩୫ଟି କୋଶଳୀ କବିତା ପ୍ରକାଶିତ ହେଇଥିବାର ତଥ୍ୟ ମିଳେ । [୭] ୧୮୯୧ ପୂର୍ବବର୍ତ୍ତୀ ଯୁଗକୁ ସମ୍ବଲପୁରୀ ଭାଷାର "ଅନ୍ଧାର ଯୁଗ" କୁହାଯାଏ । ୧୯୭୦ ମସିହାରେ ପ୍ରଥମ କରି କବି ସତ୍ୟନାରାୟଣ ବହିଦାର ପ୍ରଚୁର ପରିମାଣରେ ସମ୍ବଲପୁରୀ ସାହିତ୍ୟ ଲେଖିବା ସହ ଅନ୍ୟମାନଙ୍କୁ ସେ ଦିଗରେ ଦିଗଦର୍ଶନ ଦେଇଥିଲେ । ସେ ସମ୍ବଲପୁରୀ ସାହିତ୍ୟକୁ ଏକ ସ୍ୱତନ୍ତ୍ର ଶୈଳୀର ଭାଷା ବୋଲି ସିଦ୍ଧ କରିବା ସହ ତାଙ୍କ ପରେ ଅନେକ ଲେଖକ ସେ ଦିଗରେ ଅଗ୍ରଣୀ ଭୂମିକା ନେଇ ଅନେକ ସମ୍ବଲପୁରୀ ଲେଖା ମାନ ପ୍ରକାଶ କରିଥିଲେ । ସେହିପରି କିଛି ଲେଖକ , ଯାହାଙ୍କର ଲେଖା ସମ୍ବଲପୁରୀ ସାହିତ୍ୟକୁ ଋଦ୍ଧିମନ୍ତ କରିଥିଲା ତାଙ୍କର ନାମ ନିମ୍ନରେ ଦିଆଗଲା , ( ଏହି ତାଲିକା କେବଳ ମାତ୍ର ଏକ ସୂଚକ ଓ ଏହା ସମ୍ପୂର୍ଣ୍ଣ ନୁହେଁ ) 

  1. ସତ୍ୟନାରାୟଣ ବହିଦାର (୧୯୧୩-୧୯୮୦) - ତାଙ୍କର ପ୍ରଥମ କବିତା "ଅନୁଭୂତି" ୧୯୩୧ ମସିହାରେ ପ୍ରକାଶିତ ହେଇଥିଲା । ସେ ୧୧୯ଟି କବିତା ସହ ଏକ ସଂକ୍ଷିପ୍ତ ସମ୍ବଲପୁରୀ ବ୍ୟାକରଣ ପୁସ୍ତକ ପ୍ରକାଶ କରିଥିଲେ ।[୮]
  2. ଖଗେଶ୍ୱର ସେଠ - ସେ "ପାଏର୍ଚ୍ଛା ସତୀ" ୧୯୪୯ ମସିହାରେ ଲେଖିଥିଲେ ।
  3. ଇନ୍ଦ୍ରମଣି ସାହୁ (୧୯୨୩-୨୦୦୬‌) - ସେ "ଝରମଲ୍ଲୀ" (୧୯୫୩) ଏବଂ "କୋଶଳୀ ରାମାୟଣ" (୧୯୯୭) ଲେଖିଥିଲେ ।
  4. ହଳଧର ନାଗ (ଜନ୍ମ: ୩୧ ମାର୍ଚ୍ଚ ୧୯୫୦) - ସମ୍ବଲପୁରୀ ଭାଷାକୁ ସେ ବରଦାନ ସଦୃଶ ।[୯] ସେ ବିଭିନ୍ନ ସମ୍ବଲପୁରୀ କବିତା ଲେଖିଛନ୍ତି, ଯଥା: "ମହାସତୀ ଉର୍ମିଳା", "ଅଛିଆ" ଇତ୍ୟାଦି । ତାଙ୍କ ଲେଖାଗୁଡ଼ିକ ଏକାଠି ଗୁନ୍ଥାଯାଇ "ଲୋକକବି ହଳଧର ଗ୍ରନ୍ଥାବଳୀ" ଏବଂ "ସୁରାଟ" ପ୍ରସ୍ତୁତ କରାଯାଇଛି । ୨୦୧୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଆଭୂଷିତ କରାଯାଇଥିଲା ।[୧୦]

ଆଧାର ସମୂହ [ସମ୍ପାଦନା]

  1. ସମ୍ବଲପୁରୀ at Ethnologue (18th ed., 2015)
  2. ୨.୦ ୨.୧ International Encyclopedia of Linguistics.
  3. Bulletin of the Anthropological Survey of India.
  4. Chitrasen Pasayat (1998).
  5. Subodh Kapoor (2002).
  6. Sambalpur Hiteishini, Vol III, Issue 1500, 1891.
  7. Panda, Sasanka Sekhar, " JHULPUL ", Chitrotpala Publications, Cuttack, 2003, {{ISBN|81-86556-33-8
  8. "Satya Narayan Granthabali", compiler – Shyam Sunder Dhar, Friends Emporium, Sambalpur, 2001.
  9. http://www.telegraphindia.com/1100925/jsp/Odisha/story_12978196.jsp
  10. Mar 30, Dipak K. Dash | TNN | Updated:; 2016; Ist, 17:15. "5 PhD theses on this class III-dropout poet | India News - Times of India". The Times of India (in ଇଂରାଜୀ). Retrieved 2019-08-20.CS1 maint: extra punctuation (link) CS1 maint: numeric names: authors list (link)