କ୍ରିଷ୍ଣା ପଟେଲ

ଉଇକିପିଡ଼ିଆ‌ରୁ
(Krishna Patelରୁ ଲେଉଟି ଆସିଛି)
କ୍ରିଷ୍ଣା ପଟେଲ
Born (1957-11-28) ୨୮ ନଭେମ୍ବର ୧୯୫୭ (ବୟସ ୬୬)
Nationalityଭାରତୀୟ
Citizenshipଭାରତୀୟ
Notable workରଙ୍ଗବତୀ
Parent(s)ଜନ୍ମେଜୟ ପଟେଲ, ସେହ୍ନଲତା ପଟେଲ
Awardsପଦ୍ମଶ୍ରୀ - ୨୦୨୩
ଓଡ଼ିଶା ସଙ୍ଗୀତ ନାଟକ ସମ୍ମାନ - ୨୦୧୩

କ୍ରିଷ୍ଣା ପଟେଲ (ଜନ୍ମ: ୨୮ ନଭେମ୍ବର ୧୯୫୭) ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ରଙ୍ଗବତୀ ଗୀତର ଗାୟିକ ଭାବରେ ସେ ପରିଚିତ । ଏହି ଗୀତ ସେ ଜିତେନ୍ଦ୍ର ହରିପାଲଙ୍କ ସହିତ ଗାଇଥିଲେ । ମିତ୍ରଭାନୁ ଗଉନ୍ତିଆ ଏହି ଗୀତଟିକୁ ରଚନା କରିଥିଲେ ଓ ପ୍ରଭୁଦତ୍ତ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧] ୨୦୨୩ ମସିହାରେ କ୍ରିଷ୍ଣାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ପ୍ରଦାନ କରାଯାଇଥିଲା ।[୨]

ବ୍ୟକ୍ତିଗତ ଜୀବନୀ[ସମ୍ପାଦନା]

କ୍ରିଷ୍ଣା ପଟେଲ ୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜନ୍ମେଜୟ ପଟେଲ ଓ ମାତାଙ୍କ ନାମ ସେହ୍ନଲତା ପଟେଲ । ତାଙ୍କ ପୈତୃକ ଘର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା । ତାଙ୍କ ବାପା ଜଣେ ପୋଲିସ ଅଫିସର ଓ ମା’ ଗୃହିଣୀ ଥିଲେ । ମାତାଙ୍କର ସଙ୍ଗୀତରେ ରୁଚି ଥିଲା । ମାତାଙ୍କ ପ୍ରେରଣାରେ ସେ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ । ସାତବର୍ଷ ବେଳୁ ସେ ଓଡ଼ିଶୀ, ଛାନ୍ଦ, ଚମ୍ପୂ ଶିକ୍ଷାଲାଭ କରିଥିଲେ । ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷାସାରି ସେ କୁଚିଣ୍ଡା ବାଳିକା ଉଚ୍ଚବିଦ୍ୟାଳୟରୁ ମେଟ୍ରିକ ପରୀକ୍ଷା ପାସ କରିଥିଲେ । ବରଗଡ଼ ପଞ୍ଚାୟତ କଲେଜରୁ ସେ କଳାରେ ସ୍ନାତକ ଶିକ୍ଷାଲାଭ କରିଥିଲେ ।

ଗୁରୁ ଫକୀର ମୋହନ ପଟ୍ଟନାୟକ, ପ୍ରଭୁଦତ୍ତ ପ୍ରଧାନ, ଶାସ୍ତ୍ରୀୟରେ ପ୍ରଦୀପ ପାତ୍ର, ଜ୍ଞାନରଞ୍ଜନ ମହାପାତ୍ର, ପ୍ରଫୁଲ ମିତ୍ର, ପ୍ରମୋଦ ମିଶ୍ର, ରତନ ପୂଜାରୀ ଏବଂ ସମ୍ବଲପୁର କଳାପରିଷଦରେ ଗୁରୁ ରଣଜିତ ଦାଶ, କୃପାସିନ୍ଧୁ ଗୁରୁ ଓ ଅରୁଣ ସେଠ ପ୍ରମୁଖଙ୍କଠାରୁ ସେ ସଂଗୀତ ଶିକ୍ଷା ଲାଭ କରିଥିଲେ ।

ସଙ୍ଗୀତ ଜୀବନ[ସମ୍ପାଦନା]

କ୍ରିଷ୍ଣା ମୁଖ୍ୟତଃ ସମ୍ବଲପୁରୀ ଗୀତ ଗାଇଥାନ୍ତି । କିନ୍ତୁ ଆଧୁନିକ, କ୍ଲାସିକ ଓ ଭଜନ ମଧ୍ୟ ଗାଆନ୍ତି । ୧୯୭୭/୭୮ମସିହା ବେଳକୁ ରଙ୍ଗବତୀ ଗୀତକୁ ଆକାଶବାଣୀ ସମ୍ବଲପୁରକେନ୍ଦ୍ରରେ ଗାଇବାପାଇଁ ସୁଯୋଗ ମିଳିଥିଲା । ରସର କେଲି, ଲରୀ ମଟର, ଆହେ କଳାକାହ୍ନୁ ଓ ରସ ଜାମୁଡାଳିରେ ଆଦି ଶତାଧିକ ଗୀତ ସେ ଗାଇଛନ୍ତି । ଅସ୍ତରାଗ ଚଳଚ୍ଚିତ୍ରରେ ସେ ପ୍ରଚ୍ଛଦପଟ ଗାୟିକା ଭାବରେ କାମ କରିଛନ୍ତି ।

ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସେ ଜଣେ ଏ-ଗ୍ରେଡ଼ କଳାକାର ଓ ଲୋକଗୀତ କଣ୍ଠଶିଳ୍ପୀ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "And the singer sings his song". The Hindu. Archived from the original on 2017-12-07. Retrieved 2022-03-07. {{cite news}}: |archive-date= / |archive-url= timestamp mismatch; 2012-10-06 suggested (help)
  2. ୨.୦ ୨.୧ https://www.padmaawards.gov.in/Content/PadmaAwardees2023.pdf
  3. "ବ୍ୟକ୍ତିତ୍ୱ ରଙ୍ଗବତୀର ଗାୟିକା". www.dharitri.com. ଧରିୟ୍ରୀ. Archived from the original on 30 September 2021. Retrieved 30 September 2021.