ପ୍ରଭୁଦତ୍ତ ପ୍ରଧାନ

ଉଇକିପିଡ଼ିଆ‌ରୁ
ପ୍ରଭୁଦତ୍ତ ପ୍ରଧାନ
Born
ପ୍ରଭୁଦତ୍ତ ପ୍ରଧାନ

(1943-11-11)୧୧ ନଭେମ୍ବର ୧୯୪୩
ମୁଦିପଡ଼ା, ସମ୍ବଲପୁର, ଓଡ଼ିଶା
Died୨୮ ମଇ ୨୦୧୮(2018-05-28) (ବୟସ ୭୪)
Cause of deathମଧୁମେହ
Nationalityଭାରତୀୟ
Known forସଙ୍ଗୀତକାର
Spouseଆରତୀ ପ୍ରଧାନ
Childrenଆଶିଷ ପ୍ରଧାନ, ଅସୀମ ପ୍ରଧାନ
Parentପ୍ରଭାସ ଚନ୍ଦ୍ର ପ୍ରଧାନ

ପ୍ରଭୁଦତ୍ତ ପ୍ରଧାନ (୧୧ ନଭେମ୍ବର ୧୯୪୩–୨୮ ମଇ ୨୦୧୮) ଜଣେ ଓଡ଼ିଆ ସଙ୍ଗୀତକାର ଥିଲେ । ତାଙ୍କର ସଙ୍ଗୀତ ନିର୍ଦ୍ଦେଶନା ଭିତରୁ ସେ ଜଣାଶୁଣା ସମ୍ବଲପୁରୀ ଲୋକଗୀତ ରଙ୍ଗବତୀର ସଙ୍ଗୀତ ନିର୍ଦ୍ଦେଶକ ଭାବେ ପ୍ରସିଦ୍ଧିଲାଭ କରିଥିଲେ ।[୧] ସେ ତିନି ବର୍ଷ ବୟସରେ ନିଜ ବାପାଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୬୯ ମସିହାରେ ସେ ଆକାଶବାଣୀ ସମ୍ବଲପୁର ଷ୍ଟେସନରେ ବାଦ୍ୟଯନ୍ତ୍ର ବାଦନରେ ଯୋଗଦେଇଥିଲେ ।[୨] ୧୯୭୫ ମସିହାରେ ସେ ରଙ୍ଗବତୀର ସଙ୍ଗୀତ ସଂଯୋଜନା କରିଥିଲେ ।[୩]

୨୦୧୮ ମସିହା ମଇ ୨୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[୪][୫][୬][୭]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପ୍ରଧାନ ୧୯୪୩ ମସିହା ନଭେମ୍ବର ୧୧ରେ ସମ୍ବଲପୁରର ମୁଦିପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା "ପ୍ରଭାସ ଚନ୍ଦ୍ର ପ୍ରଧାନ" ।[୮] ତାଙ୍କୁ ତିନି ବର୍ଷ ହୋଇଥିବା ବେଳେ ସେ ନିଜ ବାପାଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ।[୭] ମାଟ୍ରିକ ପାସ କଲାପରେ, ସେ ବାରଣାସୀ ଯାଇ, ଗୁରୁ "ଯଦୁନାଥ ସୁପକାର"ଙ୍କଠାରୁ ତବଲାବାଦନ ଶିକ୍ଷା କରିଥିଲେ ।[୯]

୨୦୧୮ ମସିହା ମଇ ୨୮ ତାରିଖରେ ସମ୍ବଲପୁରଠାରେ ତାଙ୍କର ୭୫ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାଙ୍କ ପରିବାରରେ ତାଙ୍କ ବିଧବା ପତ୍ନୀ ଆରତୀ ଓ ଦୁଇ ପୁଅ ଅସୀମ ଓ ଆଶିଷ ଅଛନ୍ତି ।[୭]

ପେଶାଗତ ଜୀବନ[ସମ୍ପାଦନା]

ପ୍ରଧାନ ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ବାଦ୍ୟଯନ୍ତ୍ର ଶିଳ୍ପୀଭାବେ ୧୯୫୯ ମସିହାରୁ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଢୋଲ ଓ ମାଦଳ ବଜାଇବାରେ ବିଶେଷ ପାରଙ୍ଗମ ଥିଲେ ।[୭]

ନିର୍ଦ୍ଦେଶିତ ଜଣାଶୁଣା ଗୀତ[ସମ୍ପାଦନା]

  • ଡାଲଖାଇରେ
  • ଲେ ଲେ ଲେ ବଉଲ
  • ରଙ୍ଗବତୀ[୧୦]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର
  • ଅରୁନ୍ଧତୀ ସମ୍ମାନ
  • କାଦମ୍ବିନୀ ପୁରସ୍କାର
  • ଜୁହାର ସମ୍ମାନ
  • ଡାଲଖାଇ ସମ୍ମାନ
  • ଓଡ଼ିଶା ଲିଭିଂ ଲିଜେଣ୍ଡ ଆଓ୍ବାର୍ଡ
  • ପଶ୍ଚିମ ଓଡ଼ିଶା ସଂସ୍କୃତି ସମ୍ମାନ
  • ନୂଆଖାଇ ସମ୍ମାନ[୧୧]

ଆଧାର[ସମ୍ପାଦନା]

  1. "Shankar-Ehsaan-Loy to ring in Asian Athletics with Rangabati". ନିଉ ଇଣ୍ଡିଆନ ଏକ୍ସପ୍ରେସ. 29 June 2017. Retrieved 28 May 2018.
  2. "ଆର୍କାଇଭ୍ କପି". Archived from the original on 2018-05-31. Retrieved 2018-05-29. {{cite web}}: Cite has empty unknown parameter: |1= (help)
  3. "Music composer of 'Rangabati' song Prabhudatta Pradhan passes away". ପ୍ରଗତିବାଦୀ. 28 May 2018. Retrieved 28 May 2018.
  4. "ରଙ୍ଗବତୀ ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନଙ୍କ ପରଲୋକ". ଓଡ଼ିଶା ଟିଭି. 28 May 2018. Archived from the original on 27 September 2020. Retrieved 28 May 2018.
  5. "ପରପାରିରେ ପ୍ରଭୁଦତ୍ତ". ଧରିତ୍ରୀ. 28 May 2018. Retrieved 28 May 2018.
  6. "ଆଖି ବୁଜିଲେ ରଙ୍ଗବତୀ ଗୀତର ସଙ୍ଗୀତ ନିର୍ଦ୍ଦେଶକ". ଇନାଡୁ. 28 May 2018. Retrieved 28 May 2018.[permanent dead link]
  7. ୭.୦ ୭.୧ ୭.୨ ୭.୩ "ପରଲୋକରେ ରଙ୍ଗବତୀ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ ! ୭୫ ବର୍ଷ ବୟସରେ ସମ୍ବଲପୁର ବାସଭବନରେ ଦେହାନ୍ତ । ଗାୟକ ଜିତେନ୍ଦ୍ରିୟ ହରିପାଲ କହିଲେ ଘଟିଛି ଅପୂରଣିୟ କ୍ଷତି ।". କନକ ନ୍ୟୁଜ୍. 28 May 2018. Retrieved 28 May 2018.
  8. http://www.business-standard.com/article/pti-stories/rangabati-music-composer-prabhudatta-pradhan-passes-away-118052800365_1.html
  9. https://www.nayaindia.com/entertainment-news/prabodhya-pradhan-dies-in-music.html[permanent dead link]
  10. "'ରଙ୍ଗବତୀ'ର ସଙ୍ଗୀତକାର ପ୍ରଭୁଦତ୍ତଙ୍କ ପରଲୋକ". ସମ୍ବାଦ ୨୯/୦୫/୨୦୧୮ ପୃଷ୍ଠା ୮. Retrieved 29 May 2018.[permanent dead link]
  11. http://sambad.in/state/prabhudutt-pradhan-is-no-more-148179/