ଆକାଶବାଣୀ ସମ୍ବଲପୁର
Appearance
ଆକାଶବାଣୀ ସମ୍ବଲପୁର କେନ୍ଦ୍ର ୧୯୬୩ ମସିହା ମଇ ୨୬ ତାରିଖରୁ ଆରମ୍ଭ ହୋଇଥିଲା । ଏହି କେନ୍ଦ୍ରଦ୍ୱାରା ପ୍ରସାରିତ କାର୍ଯ୍ୟକ୍ରମକୁ ସମ୍ବଲପୁର, ସୁନ୍ଦରଗଡ଼, {ବଲାଙ୍ଗୀର ଜିଲ୍ଲା|ବଲାଙ୍ଗୀର]], ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବୌଦ୍ଧ ତଥା ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳର ଲୋକ ଶୁଣିପାରନ୍ତି । ଏହି କେନ୍ଦ୍ର ପ୍ରଥମେ ଏହା ସାକ୍ଷୀପଡ଼ାର ଏକ ଭଡ଼ା ଘରୁ କାର୍ଯ୍ୟାରମ୍ଭ କରିଥିଲା । ୧୯୮୪ରେ କଚେରୀ ରୋଡସ୍ଥିତ ନୂଆ କୋଠାକୁ ସ୍ଥାନାନ୍ତରିତ ହୋଇଥିଲା । ଆରମ୍ଭରୁ ୧୦ କିଲୋୱାଟ ଯୋଗେ କାର୍ଯ୍ୟକ୍ରମ ପ୍ରସାର କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ତାହା ୧୦୦ କିଲୋୱାଟକୁ ବୃଦ୍ଧି ପାଇଥିଲା । ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି, ପରମ୍ପରା, ସଙ୍ଗୀତ ଓ ନାଟକ ଆଦିର ପ୍ରଚାର ପ୍ରସାର କ୍ଷେତ୍ରରେ ଆକାଶବାଣୀ ସମ୍ବଲପୁର କାର୍ଯ୍ୟ କରିଥାଏ । ରଙ୍ଗବତୀ ଭଳି ବିଶ୍ୱପ୍ରସିଦ୍ଧ ଗୀତ ଏହି କେନ୍ଦ୍ରର ସୃଷ୍ଟି ।[୧]
ଇତିହାସ
[ସମ୍ପାଦନା]- ୧୯୬୩ ମସିହା ମଇ ୨୬ ତାରିଖରେ ସାକ୍ଷୀପଡ଼ାରୁ ଆରମ୍ଭ
- ୧୯୮୪ ମସିହାରେ କଚେରୀ ରୋଡସ୍ଥିତ ଆକାଶବାଣୀର ନୂଆ କୋଠାକୁ ସ୍ଥାନାନ୍ତର
- ୨୦୧୫ ମସିହା ନଭେମ୍ବର ୨୬ ତାରିଖରେ ସମ୍ବଲପୁର କେନ୍ଦ୍ରର ଏଫଏମ୍ ସେବାର ଲୋକାର୍ପଣ
- ୨୦୧୬ ମସିହା ଜାନୁଆରୀ ୨୩ ତାରିଖରୁ ସମ୍ବଲପୁରୀ ଭାଷାରେ ସମ୍ବାଦ ପ୍ରସାରଣ ଆରମ୍ଭ[୨]