ଜଗତସିଂହପୁର
ଦେଖଣା
(Jagatsinghpurରୁ ଲେଉଟି ଆସିଛି)
ଜଗତସିଂହପୁର | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଜଗତସିଂହପୁର |
Elevation | 15 m (49 ft) |
Population (୨୦୦୧) | |
• Total | ୩୦,୬୮୮ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫:୩୦ (ଭାରତୀୟ ମାନକ ସମୟ) |
ଜଗତସିଂହପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଏକ ସହର । ଏହା ଜଗତସିଂହପୁର ଜିଲ୍ଲାର ସଦର ମହକୁମା । କଟକଠାରୁ ଏହାର ଦୂରତା ୪୧ କିଲୋମିଟର ।
ଭୁଗୋଳ
[ସମ୍ପାଦନା]ଜଗତସିଂହପୁର ୨୦°୨୭'ଉତ୍ତର, ୮୬°୧୭' ପୂର୍ବରେସ୍ଥିତ ଅଛି ।
ଇତିହାସ
[ସମ୍ପାଦନା]ଏହାର ପୁରୁଣା ନାଁ ହରିହରପୁର ଥିଲା ।[୧] 'ଜଗତ ସିଂହ' ଜାମ୍ମୁ ଅଞ୍ଚଳର ଜଣେ 'ପଠାଣିଆ ରାଜପୁତ' ଥିଲେ (ପଠାଣମାନଙ୍କର ଆକ୍ରମଣ ପ୍ରତିରୋଧ କରିଥିବାରୁ ସେମାନଙ୍କୁ ପଠାଣିଆ ରାଜପୁତ କୁହାଯାଉଥିଲା) ଓ ତାଙ୍କ ନାଁରେ ରାଜ୍ୟର ନାମ ଜଗତସିଂହପୁର ହୋଇଥିଲା ।[୨]
ପ୍ରମୁଖ ଶିକ୍ଷା ଅନୁଷ୍ଠାନ
[ସମ୍ପାଦନା]- ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହା ଲୋକମୁଖରେ ଏସ.ବି.ଏମ (SVM) ଭାବେ ପରିଚିତ । ଏହା ମୃତ ଅଳକା ନଦୀର ବାଲି ଉପରେ ଗଢ଼ା ହୋଇଛି ।
- ଶ୍ରୀକୃଷ୍ଣ ଏକାଡେମୀ , ଓଡ଼ିଶାର ପ୍ରାଚୀନତମ ଶିକ୍ଷା ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ । ଏହା ଏସ.କେ. ଏକାଡେମୀ (S.K. Academy) ଭାବେ ଜଣାଶୁଣା ।
- ବାଲିକୁଦା ଉଚ୍ଚ ବିଦ୍ୟାଳୟ, ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟ ମଧ୍ୟରୁ ଗୋଟେ । ଏହା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିକୁଦାରେ ଅବସ୍ଥିତ।
ଦର୍ଶନୀୟ ସ୍ଥାନ
[ସମ୍ପାଦନା]ମା ଶାରଳା ମନ୍ଦୀର ପାରାଦ୍ୱୀପ ବନ୍ଦର ଗାରେଇ ଆଶମ
କିପରି ଯିବେ
[ସମ୍ପାଦନା]କଟକରୁ ରେଳ ଯୋଗେ ପାରାଦୀପ ସଂଯୋଗ ହୋଇଛି । ଗୋରଖନାଥଠାରେ ମଧ୍ୟ ଏକ ଷ୍ଟେସନ ଅଛି , ସେଠାରୁ ଜଗତସିଂହପୁରର ଦୂରତା ୧୦ କି.ମି । କଟକ , ଭୁବନେଶ୍ୱର ସହ ଏହି ସହରକୁ ସବୁ ବେଳେ ବସ ଚଳାଚଳ କରିଥାଏ ।
ଆଧାର
[ସମ୍ପାଦନା]- ↑ ଶତାବ୍ଦୀର ସୂର୍ଯ୍ୟ , ସୁରେନ୍ଦ୍ର ମହାନ୍ତି , ପୃଷ୍ଠା-୪୫, ପ୍ରଥମ ପ୍ରକାଶନ-୧୯୭୦
- ↑ ହୃଷୀକେଶ ପଣ୍ଡା (୨୦୧୦). ଗର୍ବ କରିବାର କଥା. ବିନୋଦବିହାରୀ, କଟକ: ଫ୍ରେଣ୍ଡସ ପବ୍ଲିଶର୍ସ. p. ୧୧. ISBN ୮୧-୭୪୦୧-୭୦୨-x.
{{cite book}}
: Check|isbn=
value: invalid character (help)