ଗର୍ବ କରିବାର କଥା

ଉଇକିପିଡ଼ିଆ‌ରୁ
ଗର୍ବ କରିବାର କଥା  
ଲେଖକହୃଷୀକେଶ ପଣ୍ଡା
ମଲାଟ ଚିତ୍ରକରସରୋଜ
ଦେଶଭାରତ, ଓଡ଼ିଶା
ଭାଷାଓଡ଼ିଆ
ବିଷୟଉପନ୍ୟାସ
ବିଭାଗଐତିହାସିକ ଉପନ୍ୟାସ
ପ୍ରକାଶକଫ୍ରେଣ୍ଡସ ପବ୍ଲିଶର୍ସ,ବିନୋଦବିହାରୀ, କଟକ
ପ୍ରକାଶ ତାରିଖ୨୦୧୦
ମାଧ୍ୟମ ପ୍ରକାରଛପା ବହି, ମୋଟା ବନ୍ଧେଇ
ପୃଷ୍ଠା୫୭୨
ISBN81-7401-702-X

ଗର୍ବ କରିବାର କଥା ହୃଷୀକେଶ ପଣ୍ଡାଙ୍କଦ୍ୱାରା ରଚିତ ଏକ ଉପନ୍ୟାସ ଅଟେ । ଏହି ରଚନା ପାଇଁ ତାଙ୍କୁ ୨୦୧୨ ମସିହା ପାଇଁ ଶାରଳା ପୁରସ୍କାର ପ୍ରଦାନ କରାଯାଇଥିଲା ।[୧]

ପୁସ୍ତକ ସମୀକ୍ଷା[ସମ୍ପାଦନା]

'ଗର୍ବ କରିବାର କଥା' ଗତ ପାଞ୍ଚଶହ ବର୍ଷର ଉତ୍କଳର ଗୌରବ ଓ ସେ ଗୌରବର ଅବକ୍ଷୟର କଥା । ଏହା ରାଜାରାଜୁଡ଼ାଙ୍କ କଥା ନୁହେଁ; ସାଧାରଣ ଚାଷୀ, କାରିଗର, ଲୁଗା ବୁଣାଳି, ନାବିକ, ବଣିକ ଓ ସାଧବଙ୍କ କଥା । ଉତ୍ତର ଓଡ଼ିଶାର ଗୋଟିଏ ପରିବାରର କାହାଣୀ ମାଧ୍ୟମରେ ଏ ଉପନ୍ୟାସ ସମଗ୍ର ଓଡ଼ିଶାର ପାଞ୍ଚଶହ ବର୍ଷର ଅର୍ଥନୈତିକ ଉତ୍‌ଥାନ ପତନର କଥା ଆବିଷ୍କାର କରିବାକୁ ପ୍ରୟାସ କରେ । ଏହା ଇତିହାସ ନୁହେଁ ସତ, କିନ୍ତୁ ବହୁଦେଶର ଐତିହାସିକ ତଥ୍ୟ ଓ ଲୋକକଥା ଉପରେ ଆଧାରିତ । ଏହା ଅଳସ ଇତିହାସର ଅଲେଖ୍ୟ ନୁହେଁ; ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ସବୁଠାରୁ ବିଭବଶାଳୀ ଅଞ୍ଚଳ ଥାଇ,କୌଣସି ବେଦେଶୀ ଶାସକର ପରାଧୀନ ନ ହୋଇ, ଓଡ଼ିଶା କେବେ କାହିଁକି ଦରିଦ୍ର ହୋଇଗଲା, ସେ ପ୍ରଶ୍ନର ଉତ୍ତର ଏ ଉପନ୍ୟାସ ସାହିତ୍ୟିକ ମାଧ୍ୟମଦ୍ୱାରା ଅନ୍ୱେଷ କରେ । ବିଜେତା ଇତିହାସ ଲେଖେ, ସେ ଇତିହାସର ବିଜେତାକୁ ବଡ଼ କରି ଦେଖାଏ, ପରାଜିତକୁ ଉପହାସ କରେ, ସେ ବିଜେତା ଅଶୋକ ହୁଅନ୍ତୁ କି ଇଂରେଜ ହୁଅନ୍ତୁ । ଲିଖିତ ଇତିହାସ ମିଛ ହୋଇପାରେ, ଲୋକକଥା ଓ ଉପନ୍ୟାସ ଅଧିକ ସତ୍ୟାଶ୍ରୟୀ ହୋଇପାରେ ।[୨]

ବଂଶାବଳୀ[ସମ୍ପାଦନା]

ଏହା ଉପନ୍ୟାସରେ ବର୍ଣ୍ଣିତ ଚରିତ୍ରମାନଙ୍କର ବଂଶାବଳୀ ।[୩]

ଉପନ୍ୟାସରେ ବର୍ଣ୍ଣିତ ଚରିତ୍ରମାନଙ୍କର ବଂଶାବଳୀ
ଉପନ୍ୟାସରେ ବର୍ଣ୍ଣିତ ଚରିତ୍ରମାନଙ୍କର ବଂଶାବଳୀ

ଆଧାର[ସମ୍ପାଦନା]

  1. "IMFA". ଶାରଳା ପୁରସ୍କାର ବିଜେତା. Archived from the original on 21 January 2016. Retrieved 7 September 2013.
  2. ହୃଷୀକେଶ ପଣ୍ଡା (2010). ଗର୍ବ କରିବାର କଥା (ଆଗ ମଲାଟର ଭିତର ଭାଗ). ବିନୋଦବିହାରୀ, କଟକ: ଫ୍ରେଣ୍ଡସ ପବ୍ଲିଶର୍ସ. ISBN 81-7401-702-X.
  3. ହୃଷୀକେଶ ପଣ୍ଡା (2012). ଗର୍ବ କରିବାର କଥା. ବିନୋଦବିହାରୀ, କଟକ: ଫ୍ରେଣ୍ଡସ. p. ୫୬୫. ISBN 81-7401-702-X.