ଲକ୍ଷ୍ମୀନାରାୟଣ ସାହୁ
ଲକ୍ଷ୍ମୀନାରାୟଣ ସାହୁ | |
---|---|
ଜନ୍ମ | ମଣିଖମ୍ବ, ବାଲେଶ୍ୱର | ୩ ଅକ୍ଟୋବର ୧୮୯୦
ମୃତ୍ୟୁ | ୧୮ ଜାନୁଆରୀ ୧୯୬୩ | (ବୟସ ୭୨)
ଜାତୀୟତା | ଭାରତୀୟ |
ବୃତ୍ତି | ଶିକ୍ଷକତା |
ପିତାମାତା | କ୍ଷେତ୍ରମୋହନ ସାହୁ |
ଲକ୍ଷ୍ମୀନାରାୟଣ ସାହୁ (୩ ଅକ୍ଟୋବର ୧୮୯୦–୧୮ ଜାନୁଆରୀ ୧୯୬୩)[୧] ଜଣେ ଓଡ଼ିଆ ଲେଖକ, କବି, ସାମ୍ବାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଥିଲେ [୨][୩]।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଲକ୍ଷ୍ମୀନାରାୟଣ ବାଲେଶ୍ୱର ନିକଟସ୍ଥ ମଣିଖମ୍ବ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ [୩]। ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ [୨]। ପୁରୀର ଭିକ୍ଟୋରିଆ କ୍ଳବ ହୋଟେଲରେ ଜଣେ ପରିଚାଳକ ଭାବେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅଳ୍ପ କିଛି ଦିନ ପରେ ସେ ଚାକିରି ଛାଡି, ଶିକ୍ଷକତା କରିଥିଲେ । [୩]। ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ୱର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ [୪]।
କର୍ମଜୀବନ
[ସମ୍ପାଦନା]ଓଡ଼ିଶାର ଗ୍ରାମ୍ୟ ନାଚ, ସଙ୍ଗୀତ, ଓ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ସହ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ୱ ନିମନ୍ତେ କାମ କରିଥିଲେ [୫]। ଓଡ଼ିଆ ଛଡା ହିନ୍ଦୀ, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ ତାଙ୍କୁ ପ୍ରସିଦ୍ଧି ଆଣିଥିଲା । ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ଷ୍ଟାର ଅଫ୍ ଉତ୍କଳରେ ଲେଖୁଥିଲେ [୩]। ଅସ୍ପୃଶ୍ୟପ୍ରଥା ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ । ସେ ଓଡ଼ିଶା ବିଧାନ ସଭାକୁ ୧୯୪୭ ମସିହାରେ ନିର୍ବାଚିତ ହୋଇଥିଲେ ଓ ଭାରତୀୟ କନ୍ଷ୍ଟିଚୁଏଣ୍ଟ ଆସେମ୍ବ୍ଲିର ସଭ୍ୟ ଥିଲେ [୨][୬]। ସେ ନିଜ ଭାଷଣରେ ଭାରତର ସମ୍ବିଧାନର ଚିଠା ପ୍ରସ୍ତୁତ ବେଳେ ଯୁକ୍ତିକରି କହିଥିଲେ ଯେ ତାହା ବିପଦଜନକ ଓ ବିପରୀତଧର୍ମୀ ଥିଲା ଯାହାକୁ ବାହାର ନ କଲେ ଭାରତକୁ ଭବିଷ୍ୟତରେ ଖଣ୍ଡ ବିଖଣ୍ଡ କରିଦେବ ଓ ଏହି ଯୁକ୍ତିକୁ ବି. ଆର୍. ଆମ୍ବେଦକର ମଧ୍ୟ ମାନିଥିଲେ ।[୭] ସେ ଛାତ୍ରାବସ୍ଥାରୁ ଜାତିପ୍ରଥାକୁ ବିରୋଧ କରି ସମାଜ ସଂସ୍କାର ପାଇଁ କାର୍ଯ୍ୟ କରିଥିଲେ । ସେ ଏସିଆଟିକ୍ ସୋସାଇଟିର ସଭ୍ୟ, ଓଡ଼ିଆ ସାହିତ୍ୟ ଏକାଡେମିର ସଭାପତି ଓ ସର୍ଭାଣ୍ଟ ଅଫ ଇଣ୍ଡିଆ ସୋସାଇଟିର ସଭ୍ୟ ଥିଲେ ।
କଟକସ୍ଥିତ ଜଗତପୁରରେ ତାଙ୍କ ନାମରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ସ୍ଥାପିତ ହୋଇଛି [୮]।
ରଚନାବଳୀ
[ସମ୍ପାଦନା]ଗ୍ରନ୍ଥ
[ସମ୍ପାଦନା]- ମୁଁ ଓଡ଼ିଆ
- ମା
- ସାଙ୍ଗସାଥୀ
- ଲାଇବ୍ରେରୀ ଆନ୍ଦୋଳନ
ଗଳ୍ପ
[ସମ୍ପାଦନା]- ବୀଣା
- ସୁଲତା
- କଣ୍ଟ୍ରୋଲ ରୁମ୍
- ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍
କବିତା
[ସମ୍ପାଦନା]- ପଶର
- ୧୯୬୧ କବିତା
ଉପନ୍ୟାସ
[ସମ୍ପାଦନା]- ବୀଣା
ଆତ୍ମଚରିତ
[ସମ୍ପାଦନା]- ମୋ ବାରବୁଲା ଜୀବନ[୯]
ଅନ୍ୟାନ୍ୟ
[ସମ୍ପାଦନା]- ଲକ୍ଷ୍ମୀନାରାୟଣ ସାହୁ ଜାତିରେ ପାଣ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ସନ ୧୯୫୫ ମସିହାରେ ସାହିତ୍ୟ ଓ ଶିକ୍ଷା ବିଷୟରେ ତାଙ୍କର ଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଇତିହାସ ଉପରେ ତାଙ୍କର କାମ ନିମନ୍ତେ ତାଙ୍କୁ ଇତିହାସ ରଥ କୁହାଯାଉଥିଲା ।[୧୦]
ଆଧାର
[ସମ୍ପାଦନା]- ↑ ବଳ, ସରୋଜ. "ଲକ୍ଷ୍ମୀନାରାୟଣ ସାହୁ". odishasambad.in. Retrieved 7 February 2021.
- ↑ ୨.୦ ୨.୧ ୨.୨ Eminent Indians who was who, 1900-1980, also annual diary of events. 1985. p. 286.
- ↑ ୩.୦ ୩.୧ ୩.୨ ୩.୩ Laxminarayan Sahu Balasore Official Website
- ↑ Midwest folklore , Volumes 10-11. Indiana University. 1960. p. 191.
- ↑ Six acres and a half: Oriya novel: Chhamana atha guntha. Ministry of Information and Broadcasting, Govt. of India. 1967. p. 5.
- ↑ "Debates of The Constituent Assembly of India". 164.100.47.132. Retrieved 2012-06-19.
- ↑ "It is Time for Indian Patriotic Intelligentsia to Wake up « Orissa Matters". Orissamatters.com. 2011-06-06. Retrieved 2012-06-19.
- ↑ "Lakshmi Narayan Sahu Mahavidyalaya". Lnsmahavidyalaya.org. 2009-03-08. Archived from the original on 2011-09-10. Retrieved 2012-06-19.
- ↑ "ମୋର ଆସାମ ଭ୍ରମଣ" (PDF). www.oerp.in/SiteHome.aspx. Odisha Education Resource Portal. Archived from the original (PDF) on 29 August 2020. Retrieved 29 August 2020.
- ↑ "ଜନ ସେବକ 'ଲକ୍ଷ୍ମୀନାରାୟଣ'". ସମ୍ବାଦ ୧୮/୦୧/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 18 January 2016.[permanent dead link]