Jump to content

ବାବା ବଳିଆ

ଉଇକିପିଡ଼ିଆ‌ରୁ
(Baba Baliaରୁ ଲେଉଟି ଆସିଛି)
ବାବା ବଳିଆ
ବାବା ବଳିଆ ଭାରତୀୟ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଛନ୍ତି
ବାବା ବଳିଆ ଭାରତୀୟ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଛନ୍ତି ।
ଜନ୍ମବିଚିତ୍ରାନନ୍ଦ ମହାନ୍ତି
(1954-04-08) ୮ ଅପ୍ରେଲ ୧୯୫୪ (ବୟସ ୭୦)
ଅରିଲୋ, ଓଡ଼ିଶା
ଜାତୀୟତାଭାରତୀୟ
ଗୁରୁନାମାଚାର୍ଯ୍ୟ ବାୟାବାବା

ବିଚିତ୍ରାନନ୍ଦ ମହାନ୍ତି (ଜନ୍ମ: ୮ ଅପ୍ରେଲ ୧୯୫୪, ବାବା ବଳିଆ ନାମରେ ଜଣାଶୁଣା) ଜଣେ ଭାରତୀୟ ହିନ୍ଦୁ ସନ୍ୟାସୀ । ସେ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ଅରିଲୋଠାରେ ଶିଶୁ ଅନନ୍ତ ଆଶ୍ରମରେ ରହନ୍ତି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ବିଚିତ୍ରାନନ୍ଦ ମହାନ୍ତି ଓଡ଼ିଶାର କଟକ ଜିଲ୍ଲାସ୍ଥିତ ଅରିଲୋଠାରେ ୧୯୫୪ ମସିହା ଅପ୍ରେଲ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ଧର୍ମ ପ୍ରଚାର

[ସମ୍ପାଦନା]

ବିଚିତ୍ରାନନ୍ଦ ମହାନ୍ତିଙ୍କ ପ୍ରାଥମିକ ଗୁରୁ ନାମାଚାର୍ଯ୍ୟ ବାୟାବାବା ତାଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ ଓ ଏହା ପରେ ସେ ବାବା ବଳିଆ ନାମରେ ଜଣାଶୁଣା । ତାଙ୍କର ଧର୍ମଶିକ୍ଷା ମୁଖ୍ୟତଃ ଆଦର୍ଶ ପରିବାର ଗଠନ, ଆଦର୍ଶ ସମାଜ ଗଠନ ଉପରେ ପର୍ଯ୍ୟବସିତ । ସେ ନିଜ ଧର୍ମଶିକ୍ଷାରେ ବିଭିନ୍ନ ଧର୍ମ ଓ ଧର୍ମଗୁରୁମାନଙ୍କୁ ସମାନତା ଓ ସମ୍ମାନ ଭାବ ପୋଷଣ କରି ନିଜ ଆଦ୍ୟ ବନ୍ଦନାରେ ଏହି ଗୁରୁମାନଙ୍କୁ ସ୍ତୁତି କରିଥାନ୍ତି । ତାଙ୍କର ଧର୍ମଶିକ୍ଷା ଭଗବତ ଗୀତାର ଆଧାରରେ ତିଆରି । ସେ ନିଜ ବାଣୀରେ ପଞ୍ଚତତ୍ତ୍ୱ (ଗୀତା, ସମନ୍ୱୟ, ସେବା, ଜଗନ୍ନାଥ ସଂସ୍କୃତି ଓ ପରିବେଶ) ଓ ଚତୁର୍ମହାଶକ୍ତିଙ୍କ (ମହାଲକ୍ଷ୍ମୀ, ମହା ସରସ୍ୱତୀ, ମହାକାଳୀ ଓ ମହାଦୁର୍ଗା) ବିଷୟରେ ବର୍ଣ୍ଣନା କରିଛନ୍ତି । ମହାଲକ୍ଷ୍ମୀ ଜୀବନ ଧାରଣ ଓ ସମୃଦ୍ଧି, ମହାସରସ୍ୱତୀ ଜ୍ଞାନ, ମହାକାଳୀ ସ୍ୱାସ୍ଥ୍ୟ ଓ ମହାଦୁର୍ଗା ଦେଶଭକ୍ତିର ପ୍ରତୀକାତ୍ମକ ରୂପ ବୋଲି ସେ କହନ୍ତି ।[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ପଦ୍ମଶ୍ରୀ ସମ୍ମାନ, ୨୦୨୨[]
  1. "Pujya Pujak Baba Balia". Retrieved 10 March 2014.
  2. "Padma Awards 2022 announced". ସୂଚନା ଓ ଲୋକସମ୍ପର୍କ ବିଭାଗ, ଭାରତ. Archived from the original on ୨୫ ଜାନୁଆରୀ ୨୦୨୨. Retrieved 26 January 2022. {{cite web}}: Check date values in: |archivedate= (help)