ବାବା ବଳିଆ

ଉଇକିପିଡ଼ିଆ‌ରୁ
ବାବା ବଳିଆ
ବାବା ବଳିଆ ଭାରତୀୟ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଛନ୍ତି
ବାବା ବଳିଆ ଭାରତୀୟ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଛନ୍ତି ।
ଜନ୍ମବିଚିତ୍ରାନନ୍ଦ ମହାନ୍ତି
(1954-04-08) ୮ ଅପ୍ରେଲ ୧୯୫୪ (ବୟସ ୬୯)
ଅରିଲୋ, ଓଡ଼ିଶା
ଜାତୀୟତାଭାରତୀୟ
ଗୁରୁନାମାଚାର୍ଯ୍ୟ ବାୟାବାବା

ବିଚିତ୍ରାନନ୍ଦ ମହାନ୍ତି (ଜନ୍ମ: ୮ ଅପ୍ରେଲ ୧୯୫୪, ବାବା ବଳିଆ ନାମରେ ଜଣାଶୁଣା) ଜଣେ ଭାରତୀୟ ହିନ୍ଦୁ ସନ୍ୟାସୀ । ସେ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ଅରିଲୋଠାରେ ଶିଶୁ ଅନନ୍ତ ଆଶ୍ରମରେ ରହନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବିଚିତ୍ରାନନ୍ଦ ମହାନ୍ତି ଓଡ଼ିଶାର କଟକ ଜିଲ୍ଲାସ୍ଥିତ ଅରିଲୋଠାରେ ୧୯୫୪ ମସିହା ଅପ୍ରେଲ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ଧର୍ମ ପ୍ରଚାର[ସମ୍ପାଦନା]

ବିଚିତ୍ରାନନ୍ଦ ମହାନ୍ତିଙ୍କ ପ୍ରାଥମିକ ଗୁରୁ ନାମାଚାର୍ଯ୍ୟ ବାୟାବାବା ତାଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ ଓ ଏହା ପରେ ସେ ବାବା ବଳିଆ ନାମରେ ଜଣାଶୁଣା । ତାଙ୍କର ଧର୍ମଶିକ୍ଷା ମୁଖ୍ୟତଃ ଆଦର୍ଶ ପରିବାର ଗଠନ, ଆଦର୍ଶ ସମାଜ ଗଠନ ଉପରେ ପର୍ଯ୍ୟବସିତ । ସେ ନିଜ ଧର୍ମଶିକ୍ଷାରେ ବିଭିନ୍ନ ଧର୍ମ ଓ ଧର୍ମଗୁରୁମାନଙ୍କୁ ସମାନତା ଓ ସମ୍ମାନ ଭାବ ପୋଷଣ କରି ନିଜ ଆଦ୍ୟ ବନ୍ଦନାରେ ଏହି ଗୁରୁମାନଙ୍କୁ ସ୍ତୁତି କରିଥାନ୍ତି । ତାଙ୍କର ଧର୍ମଶିକ୍ଷା ଭଗବତ ଗୀତାର ଆଧାରରେ ତିଆରି । ସେ ନିଜ ବାଣୀରେ ପଞ୍ଚତତ୍ତ୍ୱ (ଗୀତା, ସମନ୍ୱୟ, ସେବା, ଜଗନ୍ନାଥ ସଂସ୍କୃତି ଓ ପରିବେଶ) ଓ ଚତୁର୍ମହାଶକ୍ତିଙ୍କ (ମହାଲକ୍ଷ୍ମୀ, ମହା ସରସ୍ୱତୀ, ମହାକାଳୀ ଓ ମହାଦୁର୍ଗା) ବିଷୟରେ ବର୍ଣ୍ଣନା କରିଛନ୍ତି । ମହାଲକ୍ଷ୍ମୀ ଜୀବନ ଧାରଣ ଓ ସମୃଦ୍ଧି, ମହାସରସ୍ୱତୀ ଜ୍ଞାନ, ମହାକାଳୀ ସ୍ୱାସ୍ଥ୍ୟ ଓ ମହାଦୁର୍ଗା ଦେଶଭକ୍ତିର ପ୍ରତୀକାତ୍ମକ ରୂପ ବୋଲି ସେ କହନ୍ତି ।[୧]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ପଦ୍ମଶ୍ରୀ ସମ୍ମାନ, ୨୦୨୨[୨]

ଆଧାର[ସମ୍ପାଦନା]

  1. "Pujya Pujak Baba Balia". Retrieved 10 March 2014.
  2. "Padma Awards 2022 announced". ସୂଚନା ଓ ଲୋକସମ୍ପର୍କ ବିଭାଗ, ଭାରତ. Archived from the original on ୨୫ ଜାନୁଆରୀ ୨୦୨୨. Retrieved 26 January 2022. {{cite web}}: Check date values in: |archivedate= (help)