ରଘୁନାଥ ମହାପାତ୍ର (ଲେଖକ)
Appearance
(ରଘୁନାଥ ମହାପାତ୍ର (ଅନୁବାଦକ)ରୁ ଲେଉଟି ଆସିଛି)
ରଘୁନାଥ ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଝୁଟୁଣା, ଭଣ୍ଡାରିପୋଖରୀ, ବାଲେଶ୍ୱର | ୮ ଡିସେମ୍ବର ୧୯୩୯
ଶୈଳୀ | ଗାଳ୍ପିକ, ଔପନ୍ୟାସିକ, ଅନୁବାଦକ |
ସାହିତ୍ୟ କୃତି | ଲୌହ କପାଟ |
ରଘୁନାଥ ମହାପାତ୍ର (୦୮ ଡିସେମ୍ବର ୧୯୩୯) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅନୁବାଦକ ।[୧]
ଜନ୍ମ ଓ ଜୀବନ
[ସମ୍ପାଦନା]ରଘୁନାଥଙ୍କ ଜନ୍ମ ୧୯୩୯ ମସିହା, ଡିସେମ୍ବର ୮ ତାରିଖରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅନ୍ତର୍ଗତ ଝୁଟୁଣା ଗ୍ରାମରେ । ଘରୋଇ ସଂସ୍ଥାରେ ଚାକିରୀ କରୁଥିଲେ । ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ଅହେତୁକ ଆଗ୍ରହ ଯୋଗୁଁ ସେ ଅର୍ଦ୍ଧଶତାଧିକ ଗଳ୍ପ, ଉପନ୍ୟାସ ରଚନା କରିପାରିଥିଲେ । ୧୯୬୨ରେ କେନ୍ଦୁଝର ସାହିତ୍ୟ ସଂସଦର ସଂଗଠକ, ୧୯୬୯ରେ ଡଗର ସହକାରୀ ସମ୍ପାଦକ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୭୩ରେ ତାଙ୍କ ପ୍ରତ୍ୟକ୍ଷ ସମ୍ପାଦନାରେ ଅଧୁନା ପ୍ରକାଶ ପାଇଥିଲା ।[୨] ୨୦୦୧ରେ ନିଜ ଅନୁବାଦ ପୁସ୍ତକ 'ଲୌହ କପାଟ' ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୩]
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ମନ ଓ ମାନସୀ (୧୯୬୭)
- ଅଭୁଲା ସ୍ମୃତି (୧୯୬୧)
ଗଳ୍ପ
[ସମ୍ପାଦନା]- ରଙ୍ଗ ବଲ୍ଲରୀ (୧୯୬୮)
- ମନ ଅରଣ୍ୟ (୧୯୭୧)
- ସ୍ମୃତି ମରୁର ନଈ (୧୯୭୧)
- ଶୁଆ ନୁହେଁ ଶାରୀ (୧୯୭୮)
- ରଘୁନାଥ ମହାପାତ୍ରଙ୍କ କଥା ସମଗ୍ର (୨୦୦୩)[୪]
- ଜୀବନ ନଈ ଅଙ୍କାବଙ୍କା (୨୦୧୩)
- ଶେଷ ପ୍ରହର
- ନିଶି ବିହଙ୍ଗୀ
- ଦୂର ବସନ୍ତର ପକ୍ଷୀ
ଉପନ୍ୟାସ
[ସମ୍ପାଦନା]- ଘଟସୂତ୍ର (୧୯୬୨)
- ପରଦେଶୀ ପ୍ରିୟା (୧୯୬୨)
- ଶତାବ୍ଦୀର କ୍ଷୁଧା (୧୯୭୦)
- ମୁଁ ମନ୍ତ୍ରୀ ହେବି (୧୯୭୨)
- ଧୂସର ମାଟି ଓ ସବୁଜ ଶସ୍ୟ
- ନିଃସଙ୍ଗ ପୃଥିବୀ
- ଏଇ ଦିନଟି
- ଶେଷ ପ୍ରହର
- ପ୍ରଥମ ପ୍ରତିଶ୍ରୁତି
- ଅନେକ ଝଡ଼ର ଆକାଶ
- ଶଶିକଳା
- ନାଁ ଆଉ ନାଁ
ଅନୁବାଦ
[ସମ୍ପାଦନା]- ଜାପାନ ଚାଲ - ଜାପାନ ଚାଲ
- ସଦାଚାର ତାବିଜ
- ଚାନ୍ଦର ଦାମ୍ ଏକ ପଇସା
- ଲୌହ କପାଟ
- ରବୀନ୍ଦ୍ର ନାଥଙ୍କ ଜନପ୍ରିୟ ଗଳ୍ପ
- ଆଶାପୂର୍ଣ୍ଣାଙ୍କ ଜନପ୍ରିୟ ଗଳ୍ପ
- ରାଜରାଣୀ
- ମନ ତଳେ ମନ
- ଅଗ୍ନିପରୀକ୍ଷା
- ଭଲପାଇବାର ଭଟ୍ଟା
- ଆଶାପୂର୍ଣ୍ଣା ଦେବୀଙ୍କ ଦୂରଗବାକ୍ଷ
- ତାମସୀ
- ନବୀନ ଦତ୍ତ
- ଜୀବନ ଜାହ୍ନବୀ
- ଆଶାପୂର୍ଣ୍ଣା ଦେବୀଙ୍କ ଆତ୍ମକଥା
ଜୀବନୀ
[ସମ୍ପାଦନା]- ଖାରବେଳ
- କାଳଜୟୀ କଥାଶିଳ୍ପୀ ଶରତଚନ୍ଦ୍ର
- ଜାତିର ଜନକ ଗାନ୍ଧିଜୀ
- ଜବାହାରଲାଲ ନେହୁରୁ
ଅନ୍ୟାନ୍ୟ
[ସମ୍ପାଦନା]- ଶ୍ରୀ ସତ୍ୟସାଇ କଥାମୃତ
- ପ୍ରେମାବତାର ଶ୍ରୀ ସତ୍ୟସାଇ
- ଶରିଡ଼ି ସାଇଙ୍କ ଲୀଳା ବିଭୁତି
- ପୁଟ୍ଟପର୍ତ୍ତିରେ ଦୁଇଦିନ (ଭ୍ରମଣକାହାଣୀ)
- ଫତୁରା ନନ୍ଦଙ୍କ ଶ୍ରେଷ୍ଠ ହାସ୍ୟ ଗଳ୍ପ
- ମାଧବ ଶତପଥିଙ୍କ ଶ୍ରେଷ୍ଠଗଳ୍ପ
ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧ (ଲୌହ କପାଟ ପାଇଁ)[୫]
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/sahitya-award9.php
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୩୬୮-୧୩୬୯.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୮୩, ୭୫୯, ୮୬୦, ୮୬୯, ୮୮୪. ISBN 81-7400-331-2.
- ↑ ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ (୧୮୫୦ ମସିହା ପରବର୍ତ୍ତୀ). ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୨୨୬. ISBN 81-7586-097-9.
- ↑ ମହାନ୍ତି, ଅଶୋକ (ସଂକଳକ) (୨୦୦୭). ଓଡ଼ିଆ ଲେଖକ ପରିଚିତି. ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ. pp. ୨୩୦.