ଇନ୍ଦିରା ଗାନ୍ଧୀ

ଉଇକିପିଡ଼ିଆ‌ରୁ
ଇନ୍ଦିରା ଗାନ୍ଧୀ
ଭାରତର ପୂର୍ବତନ (୩ୟ)ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୧୪ ଜାନୁଆରୀ ୧୯୮୦ – ୩୧ ଅକ୍ଟୋବର ୧୯୮୪
ରାଷ୍ଟ୍ରପତିନୀଲମ ସଞ୍ଜୀବ ରେଡ୍ଡୀ
ଜ୍ଞାନୀ ଜୈଲ ସିଂହ
ପୂର୍ବ ଅଧିକାରୀଚରଣ ସିଂହ
ପର ଅଧିକାରୀରାଜୀବ ଗାନ୍ଧୀ
କାର୍ଯ୍ୟକାଳ
୨୪ ଜାନୁଆରୀ ୧୯୬୬ – ୨୪ ମାର୍ଚ ୧୯୭୭
ରାଷ୍ଟ୍ରପତିସର୍ବପଲ୍ଲୀ ରାଧାକୃଷ୍ଣନ
ଜାକିର ହୁସେନ
ବରାହଗିରି ଭେଙ୍କଟଗିରି
ଫକୀରୁଦ୍ଦିନ ଅଲ୍ଲି ଅହମଦ
ପୂର୍ବ ଅଧିକାରୀଗୁଲଜାରିଲାଲ ନନ୍ଦା
ପର ଅଧିକାରୀମୋରାରଜୀ ଦେଶାଇ
Minister of External Affairs
କାର୍ଯ୍ୟକାଳ
୯ ମାର୍ଚ ୧୯୮୪ – ୩୧ ଅକ୍ଟୋବର ୧୯୮୪
ପୂର୍ବ ଅଧିକାରୀପି.ଭି. ନରସିଂହ ରାଓ
ପର ଅଧିକାରୀରାଜୀବ ଗାନ୍ଧୀ
କାର୍ଯ୍ୟକାଳ
୨୨ ଅଗଷ୍ଟ ୧୯୬୭ – ୧୪ ମାର୍ଚ ୧୯୬୯
ପୂର୍ବ ଅଧିକାରୀମହୋମଡାଳି କୁରରିମ ଚଗଲା
ପର ଅଧିକାରୀଦିନେଶ ସିଂହ
Minister of Finance
କାର୍ଯ୍ୟକାଳ
୨୬ ଜୁନ ୧୯୭୦ – ୨୯ ଅପ୍ରେଲ ୧୯୭୧
ପୂର୍ବ ଅଧିକାରୀମୋରାରଜୀ ଦେଶାଇ
ପର ଅଧିକାରୀଯଷୁଅନ୍ତରାୟ ଚବାନ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1917-11-19)୧୯ ନଭେମ୍ବର ୧୯୧୭
ଅଲାହାବାଦ, United Provinces, ବ୍ରିଟିଶ ରାଜ
ମୃତ୍ୟୁ୩୧ ଅକ୍ଟୋବର ୧୯୮୪(1984-10-31) (ବୟସ ୬୬)
ଦିଲ୍ଲୀ, ଭାରତ
ରାଜନୀତିକ ଦଳIndian National Congress
ଜୀବନ ସାଥୀଫିରୋଜ ଗାନ୍ଧୀ
ସନ୍ତାନରାଜୀବ ଗାନ୍ଧୀ
ସଂଜୟ ଗାନ୍ଧୀ
ଶିକ୍ଷାନୁଷ୍ଠାନSomerville College, Oxford

ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ଯାଏଁ ଏବଂ ପରେ ୧୯୮୦ରୁ ୧୯୮୪ (ଇନ୍ଦିରା ଗାନ୍ଧୀଙ୍କ ହତ୍ୟା) ପର୍ଯ୍ୟନ୍ତ ସର୍ବାଧିକ ଦିନ ଦେଶର ସେବା କରିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକମାତ୍ର ସନ୍ତାନ । ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୪ରେ ପିତାଙ୍କ ମୃତ୍ୟୁ ପରେ ପ୍ରଧାନ ମନ୍ତ୍ରୀ ପଦପାଇଁ ଦୌଡରେ ସାମିଲ ହେବାକୁ ମନାକରି ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ମନ୍ତ୍ରୀଭାବେ ଯୋଗ ଦେଇଥିଲେ । ଶାସ୍ତ୍ରୀଙ୍କ ମୃତ୍ୟୁପରେ, ୧୯୬୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ମୋରାରଜୀ ଦେଶାଇଙ୍କୁ ପରାସ୍ତ କରି ଭାରତର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ।

ପ୍ରାଥମିକ ଜୀବନ[ସମ୍ପାଦନା]

ଇନ୍ଦିରା ଗାନ୍ଧୀ (ଜନ୍ମ ନାମ- ଇନ୍ଦିରା ନେହେରୁ) ଆଲାହାବାଦର ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ୧୯ ନଭେମ୍ବର, ୧୯୧୭ ଦିନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜବାହରଲାଲ ନେହେରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ଆଗଧାଡିର ନେତା ଥିଲେ ଯିଏ କି ପରବର୍ତ୍ତୀ ସମୟରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ହୋଇଥିଲେ । ପିତା ଜବାହରଲାଲ ନେହେରୁ ଏବଂ ମାତା କମଳା ନେହେରୁଙ୍କ ସେ ଏକମାତ୍ର ସନ୍ତାନ ଥିଲେ । ମାତାଙ୍କ ସହ ଆନନ୍ଦ ଭବନରେ ତାଙ୍କ ପିଲାଦିନ କଟିଥିଲା । ମାଆ କମଳା ଅଧିକାଂଶ ସମୟରେ ଅସୁସ୍ଥ ରହୁଥିଲେ ଏବଂ ରାଜନୈତିକ ବ୍ୟସ୍ତତା ମଧ୍ୟରେ ଜବାହର ଅଧିକାଂଶ ସମୟ ବାହାରେ ରହୁଥିବାରୁ ଇନ୍ଦିରାଙ୍କ ବାଲ୍ୟଜୀବନ ନିଃସଙ୍ଗ ତଥା ଦୁଃଖପୂର୍ଣ୍ନ ଥିଲା । ମାଆ କମଳା ନେହରୁ ଯକ୍ଷ୍ମାରେ ପୀଡ଼ିତ ହୋଇ କମ୍ ବୟସରେ ପ୍ରାଣ ହରାଇଥିଲେ । ବାଲ୍ୟ ଜୀବନରେ ଇନ୍ଦିରାଙ୍କ ପିତାଙ୍କ ସହ ସୀମିତ ପ୍ରତ୍ୟକ୍ଷ ସଂପର୍ହ ରହିଥିଲେ ବି ପତ୍ରାଳାପ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ପରୋକ୍ଷ ସମ୍ପର୍କର ପରିସର ବୃଦ୍ଧି ପାଇଥିଲା ।

ଅନିୟମିତ ବିଦ୍ୟାଳୟ ଶିକ୍ଷା ମଧ୍ୟରେ ଇନ୍ଦିରା ମାଟ୍ରିକ ଶିକ୍ଷା ପର୍ଯ୍ୟନ୍ତ (୧୯୩୪) ମୁଖ୍ୟତଃ ଘରୋଇ ଶିକ୍ଷକଙ୍କଦ୍ୱାରା ଶିକ୍ଷା ଲାଭ କରିଥିଲେ । ପ୍ରାଥମିକ ସ୍ତରରେ ସେ ଦିଲ୍ଲୀର ମୋଡେର୍ଣ୍ଣ ବିଦ୍ୟାଳୟ (Modern School), ଆଲାହାବାଦର ସେଇଣ୍ଟ ସେସିଲା ଏବଂ ସେଇଣ୍ଟ ମେରୀ ଖ୍ରୀଷ୍ଟୀୟାନ ବିଦ୍ୟାଳୟ ଜେନେଭାର ଇକୋଲେ ଇଣ୍ଟନ୍ୟାସନାଲେ ବିଦ୍ୟାଳୟ, ବେକ୍ସର ଇକୋଲେ ନୌଭେଲା ତଥା ପୁନା ଓ ମୁମ୍ବାଇର ପ୍ୟୂପିଲସ୍ ଓନ୍ ସ୍କୁଲରେ ବିଦ୍ୟାଲାଭ କରିଥିଲେ । ପରେ ସେ ଶାନ୍ତିନିକେତନର ବିଶ୍ୱ ଭାରତୀରେ ଯୋଗ ଦେଇଥିଲେ । ଶାନ୍ତିନିକେତନରେ ରବିନ୍ଦ୍ରନାଥ ଟାଗୋରଙ୍କଦ୍ୱାରା ସେ ଇନ୍ଦିରା ପ୍ରିୟଦର୍ଶିନୀ ନାମରେ ପରିଚିତ ହେଲେ ।[୧] ଏହାର ବର୍ଷକ ପରେ ଅସୁସ୍ଥ ମାଁଙ୍କର ସେବା କରିବାକୁ ସେ ଶାନ୍ତିନିକେତନ ଛାଡି ଇଉରୋପ ଚାଲିଗଲେ । ତେବେ ଇଉରୋପ ରହଣିକାଳରେ ତାଙ୍କର ଅକ୍‌ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିବା ସ୍ଥିର ହେଲା । ତେବେ ମାଁ କମଳା ନେହେରୁଙ୍କ ମୃତ୍ୟୁ ପରେ ୧୯୩୭ରେ ସେ ଅକ୍‌ସଫୋର୍ଡର ସୋମରଭିଲ୍ଲା ମହାବିଦ୍ୟାଳରେ ଯୋଗଦେବା ପୂର୍ବରୁ ସାମୟିକ ଭାବେ ବ୍ୟାଡମିଣ୍ଟନ୍ ବିଦ୍ୟାଳୟରେ ବିଦ୍ୟାଲାଭ କରିଥିଲେ । ଏଠାରେ ବିଦ୍ୟାଳୟର ପ୍ରବେଶ ପରୀକ୍ଷାରେ ଲାଟିନ ବିଷୟରେ ଭଲ ପ୍ରଦର୍ଶନ କରି ନ ପାରି ପ୍ରଥମ ଥର ଅକୃତକାର୍ଯ୍ୟ ହେବାପରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ପ୍ରବେଶ ପରୀକ୍ଷା ଦେବାକୁ ପଡିଥିଲା । ଅକ୍‌ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଇତିହାସ, ରାଜନୀତି ବିଜ୍ଞାନ ଓ ଅର୍ଥନୀତିରେ ତାଙ୍କରି ପ୍ରଦର୍ଶନ ଭଲ ଥିଲେ ବି ଲାଟିନରେ ସେ ଦୁର୍ବଳ ଥିଲେ ।[୨][୩]

୧୯୨୪ରେ ଖଦୀ ବସ୍ତ୍ର ପରିହିତା ଯୁବା ଇନ୍ଦିରା ମହାତ୍ମା ଗାନ୍ଧୀଙ୍କ ସହ
Indira Nehru c. early 1930s

ଇଉରୋପ ରହଣୀ କାଳରେ ଇନ୍ଦିରାଙ୍କ ସ୍ୱାସ୍ଥ୍ୟ ଠିକ୍ ରହୁ ନ ଥିଲା । ଫଳରେ ସେ ବାରମ୍ବାର ଡାକ୍ତରଙ୍କଦ୍ୱାରା ଚିକିତ୍ସିତ ହେଉଥିଲେ । ଏପରିକି ସୁସ୍ଥ ହେବା ନିମିତ୍ତ ତାଙ୍କୁ ବହୁବାର ସୁଇଜରଲାଣ୍ଡ ଯିବାକୁ ପଡିଥିଲା । ୧୯୪୦ରେ ସେ ଯେତେବେଳେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଥିଲେ, ନାଜିସେନାଙ୍କଦ୍ୱାରା ଇଉରୋପ ଅଧିକୃତ ହୋଇଥିଲା । ଇନ୍ଦିରା ପର୍ତ୍ତୁଗାଲ ଦେଇ ଇଂଲାଣ୍ଡ ଫେରିଯିବାକୁ ଚେଷ୍ଟା କଲେ, କିନ୍ତୁ ପାଖାପାଖି ଦୁଇମାସ ପାଇଁ ସେ ପଥମଧ୍ୟରେ ଫସି ରହିଲେ । ୧୯୪୧ରେ ସେ ଇଂଲାଣ୍ଡ ଫେରିବାକୁ ସକ୍ଷମ ହେଲେ ଏବଂ ସେଠାରୁ ଦିଲ୍ଲୀ ଫେରିଆସିଲେ । ଫଳରେ ଅକ୍‌ସଫୋର୍ଡର ଶିକ୍ଷା ସମାପ୍ତ କରିପାରିଲେ ନାହିଁ । ପରବର୍ତ୍ତୀ ସମୟରେ ସେହି ଉନିଭରସିଟି ଇନ୍ଦିରାଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରିଥିଲା । ପୁଣି ୨୦୧୦ରେ ଅକ୍‌ସଫୋର୍ଡ ଇନ୍ଦିରାଙ୍କୁ ଏସିଆ ମହାଦେଶର ଦଶଜଣଙ୍କ ମଧ୍ୟରେ ଅନ୍ୟତମ ଅକ୍ସ୍‌ଫୋର୍ଡ ସ୍ନାତକ ଭାବେ ମନୋନୀତ କରି ସମ୍ମାନୀତ କରିଥିଲା ।[୪]

ଗ୍ରେଟବ୍ରିଟେନ୍‌ରେ ରହଣୀକାଳରେ ଇନ୍ଦିରା ବହୁବାର ତାଙ୍କ ଭାବୀ ସ୍ୱାମୀ ଫିରୋଜଗାନ୍ଧୀଙ୍କ ସହ ଦେଖା କରୁଥିଲେ । ଇନ୍ଦିରା ଫିରୋଜଙ୍କୁ ଅଲାହାବାଦରୁ ହିଁ ଜାଣିଥିଲେ । ଯୁବକ ଫିରୋଜ ସେତେବେଳେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକସ୍‌ରେ ଅଧ୍ୟୟନ କରୁଥିଲେ । ପରନର୍ତ୍ତୀ ସମୟରେ ଇନ୍ଦିରା ଏବଂ ଫିରୋଜଙ୍କ ( ଯିଏକି ଗୁଜରାଟର ଏକ ପାର୍ଶୀ ସଂପ୍ରଦାୟର) ବିବାହ ଆଲାହାବାଦରେ ଆଦି ଧର୍ମ ରୀତି ଅନୁସାରେ ସପନ୍ନ ହୋଇଥିଲା ।[୫]

୧୯୫୦ ଦଶକରେ ବିବାହ ପରେ ଶ୍ରୀମତି ଗାନ୍ଧୀ ପିତାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ତାଙ୍କରି ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟ କଲେ । ଏହି ଦଶକର ଶେଷ ଆଡକୁ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହଲେ । ତାଙ୍କରି ସଭାପତିତ୍ୱ କାଳରେ, ୧୯୫୯ରେ କେରଳରେ କମ୍ୟୁନିଷ୍ଟ ଶାସିତ ସରକାରର ପତନ ସୁନିଶ୍ଚିତ କରାଇବାରେ ତାଙ୍କରି ଭୂମିକା ମୁଖ୍ୟ ଥିଲା ।[୬] ୧୯୬୪ରେ ପିତା ଜବାହରଙ୍କ ମୃତ୍ୟୁ ପରେ ସେ ରାଜ୍ୟ ସଭାର ସଭ୍ୟ ମନୋନୀତ ହେଲେ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ (ସୂଚନା ଏବଂ ପ୍ରସାରଣ ବିଭାଗ) ଭାବେ ସ୍ଥାନ ପାଇଲେ ।[୭] ୧୯୬୬ରେ ଶାସ୍ତୀଙ୍କ ପରଲୋକ ପରେ, ମୋରାରଜୀ ଦେଶାଇଙ୍କୁ ପରାଜିତ କରି ସେ କଂଗ୍ରେସର ବିଧାୟକ ଦଳର ଦଳୀୟ ନେତା ଭାବେ ମନୋନୀତ ହେଲେ । କଂଗ୍ରେସର ତତ୍କାଳୀନ ଜଣାଶୁଣା ନେତା କେ. କାମରାଜ ଇନ୍ଦିରାଙ୍କୁ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ ।[ଆଧାର ଲୋଡ଼ା]


ନେହେରୁଙ୍କ ମୃତ୍ୟୁ ପରେ ଲାଲ ବହାଦୁର ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ।ସେ ସମୟରେ ଇନ୍ଦିରା ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।


ନେହେରୁ-ଗାନ୍ଧୀ ବଂଶ ବୃକ୍ଷ[ସମ୍ପାଦନା]

ମୋତିଲାଲ ନେହେରୁସ୍ୱରୂପ ରାଣୀ
କମଳା ନେହେରୁଜବାହରଲାଲ ନେହେରୁବିଜୟଲକ୍ଷ୍ମୀ ପଣ୍ଡିତରଣଜୀତ ସିତାରାମ ପଣ୍ଡିତକୃଷ୍ଣା ନେହେରୁଗୁଣୋତମ ହତୀସିଂହ
ଇନ୍ଦିରା ଗାନ୍ଧୀଫିରୋଜ ଗାନ୍ଧୀନୟନତାର ସେହଗଲହର୍ଷ ହତୀସିଂହଅମୃତା ହତୀସିଂହଅଜୀତ ହତୀସିଂହହେଲେନ ଆମସ୍ଟ୍ରଙ୍ଗ
ଗୀତା ସେହଗଲରବି ହତୀସିଂହ
ରାଜୀବ ଗାନ୍ଧୀସୋନିଆ ଗାନ୍ଧୀସଂଜୟ ଗାନ୍ଧୀମେନକା ଗାନ୍ଧୀ
ରାହୁଳ ଗାନ୍ଧୀପ୍ରିୟଙ୍କା ଗାନ୍ଧୀରବର୍ଟ ଭଡ୍ରାବରୁଣ ଗାନ୍ଧୀୟାମିନୀ ଗାନ୍ଧୀ
ରେହାନ ଭଡ୍ରାମିରାୟା ଭଡ୍ରା

ଆଧାର[ସମ୍ପାଦନା]

  1. Frank 2010, p. 90.
  2. Somervill 2007, p. 36.
  3. Gupte 2012, p. 184.
  4. "Exhibit celebrates 120 years of South Asians at Oxford". University of Oxford. 22 April 2010. Archived from the original on 2 January 2013. Retrieved 24 December 2012.
  5. "Sonia assures help for father-in-law's grave". Indianexpress.com. 21 November 2005. Retrieved 31 July 2013.
  6. Upadhyaya, Prakash Chandra (1989). "Review of Marxist State Governments in India, Politics, Economics and Society by T. J. Nossiter". Social Scientist,. 17 (1/2 January - February 1989): 84–91. doi:10.2307/3520112.{{cite journal}}: CS1 maint: extra punctuation (link)
  7. Gandhi, Indira. (1982) My Truth

ଅଧିକ ତଥ୍ୟ[ସମ୍ପାଦନା]