ବିଜୟ କୁମାର ପ୍ରଧାନ
ଦେଖଣା
ବିଜୟ କୁମାର ପ୍ରଧାନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ମୁଣ୍ଡଳା, ଶ୍ରୀକାକୁଲମ, ଆନ୍ଧ୍ର ପ୍ରଦେଶ | ୨୦ ନଭେମ୍ବର ୧୯୫୪
ବୃତ୍ତି |
|
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୧୩ |
ବିଜୟ କୁମାର ପ୍ରଧାନ (ଜନ୍ମ: ୨୦ ନଭେମ୍ବର ୧୯୫୪; ମୁଣ୍ଡଳା, ଆନ୍ଧ୍ର ପ୍ରଦେଶ) ଜଣେ ଓଡ଼ିଆ ଲେଖକ ତଥା ଅନୁବାଦକ, ଯିଏକି ୨୦୧୩ ମସିହାରେ ତାଙ୍କ ଅନୁବାଦ ପୁସ୍ତକ ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧] ଏହା ବ୍ୟତୀତ କିଛି ଲାଭ ନାହିଁ, କିନ୍ନର କଥା, ମହଲ ଭଳି ଅନେକ ଅନୁବାଦ ପୁସ୍ତକ ରଚନା କରିଛନ୍ତି ।[୨]
ଜୀବନୀ
[ସମ୍ପାଦନା]୧୯୫୪ ମସିହାର ନଭେମ୍ବର ୨୦ ତାରିଖରେ ସେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମସ୍ଥିତ ମୁଣ୍ଡଳାଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ହିନ୍ଦୀ କ୍ଷୁଦ୍ରଗଳ୍ପକୁ ଓଡ଼ିଆକୁ ଅନୁବାଦ କରୁଥିଲେ । ୨୦୧୨ ମସିହାରେ ତାଙ୍କ ପ୍ରଥମ ଅନୁବାଦ ପୁସ୍ତକ ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ ପ୍ରକାଶିତ ହୋଇଥିଲା ।[୩]
ରଚନାବଳୀ
[ସମ୍ପାଦନା]- ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ
- ପାଇକ ରିବେଲିଅନ୍: ପ୍ରିକର୍ସର ଟୁ ଫ୍ରିଡମ୍ ଷ୍ଟ୍ରଗଲ୍ ଇନ୍ ଇଣ୍ଡିଆ
- କାଳକଥା[୪]
- କିଛି ଲାଭ ନାହିଁ
- କିନ୍ନର କଥା
- ମହଲ
- ଯୁଦ୍ଧନାଦ
- ମୁଁ ପାୟଲ
- ଜଙ୍ଗଲ ଜଙ୍ଗଲ ପର୍ବତ ପର୍ବତ
- ରାଜନର୍ତ୍ତକୀ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୨୦୧୩[୫]
- ତୀରତରଙ୍ଗ ଅନୁସୃଜନ ସମ୍ମାନ
- କୋରାପୁଟ ପରବ ସମ୍ମାନ
- ଚିରାଗ ଅନୁବାଦ ସମ୍ମାନ
ଆଧାର
[ସମ୍ପାଦନା]- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 12 January 2024. Retrieved 19 April 2024.
{{cite web}}
:|archive-date=
/|archive-url=
timestamp mismatch; 9 ଜାନୁଆରୀ 2024 suggested (help) - ↑ "ଉଭୟ ଭାଷା ପ୍ରତି ଯଥେଷ୍ଟ ଜ୍ଞାନ ଥିଲେ ହିଁ ଜଣେ ସଫଳ ଅନୁବାଦକ ହୋଇପାରିବ : ବିଜୟ କୁମାର ପ୍ରଧାନ". Odisha Sambad (in ଆମେରିକୀୟ ଇଂରାଜୀ). 2022-05-29. Retrieved 2024-04-22.
- ↑ "ଅଳ୍ପ ଆଳାପ: ବିଜୟ କୁମାର ପ୍ରଧାନ". 10 December 2023. Archived from the original on 10 December 2023. Retrieved 22 April 2024.
- ↑ "ଅନୁବାଦ ସାହିତ୍ୟରେ ଚର୍ଚ୍ଚିତ ଚେହେରା କୋରାପୁଟର ସାହିତ୍ୟିକ ବିଜୟ ପ୍ରଧାନ". ETV Bharat News. 2023-08-06. Retrieved 2024-04-22.
- ↑ "୨୦୧୩ ଓ ୧୪ ଲାଗି ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର". ସମ୍ବାଦ ପୋର୍ଟାଲ. 28 October 2017. Retrieved 22 April 2024.