Jump to content

ଗୋବିନ୍ଦଚନ୍ଦ୍ର ସାହୁ

ଉଇକିପିଡ଼ିଆ‌ରୁ
ଗୋବିନ୍ଦ ଚନ୍ଦ୍ର ସାହୁ
ଜନ୍ମ (1942-05-13) ୧୩ ମଇ ୧୯୪୨ (ବୟସ ୮୨)
ଅମରାବତୀ ପାଟଣା, ଛତିଆ, ଯାଜପୁର
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିହଜାରେ ଚଉରାଶୀର ମା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧

ଗୋବିନ୍ଦ ଚନ୍ଦ୍ର ସାହୁ (୧୩ ମଇ ୧୯୪୨), ଜଣେ ଓଡ଼ିଆ ଅନୁବାଦକ । ୨୦୦୧ ମସିହାରେ ସେ ନିଜ ଅନୁବାଦ ପୁସ୍ତକ "ହଜାରେ ଚଉରାଶୀର ମା" ପାଇଁ ସେ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର" ଲାଭ କରିଛନ୍ତି ।[][]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଗୋବିନ୍ଦ ଇଞ୍ଜିନିୟରିଂରେ ଉପାଧ୍ୟୁତ୍ତର ଶିକ୍ଷା ଲାଭ କରିଥିଲେ । ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀ ଭାବେ ବିଭିନ୍ନ ସମୟରେ ପାରାଦୀପ ବନ୍ଦର, ରେଙ୍ଗାଲି ବନ୍ଧ ଯୋଜନା, ସମଲ ବ୍ୟାରେଜ, ମହାନଦୀ ବ୍ୟାରେଜ, ଚିତ୍ରୋତ୍ପଳା ଜଳସେଚନ ପ୍ରକଳ୍ପ, ନରାଜ ବ୍ୟାରେଜ ଆଦିର ଅନୁସନ୍ଧାନ, ପ୍ଲାନିଂ, ଡିଜାଇନ ଓ ନିର୍ମାଣ କାର୍ଯ୍ୟ ପରିଚାଳନା କରିଥିଲେ । ୧୯୮୨ରେ ବିଶ୍ୱବ୍ୟାଙ୍କ ସହାୟତାରେ ଆମେରିକା, କୋରିଆ, ଫ୍ରାନ୍ସ ଓ ମରକ୍କୋ ପ୍ରଭୃତି ଦେଶ ଭ୍ରମଣ କରି ଜଳସମ୍ପଦର ବ୍ୟବହାର ଓ ପରିଚାଳନା ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିଥିଲେ । ଲୋକପ୍ରିୟ ବିଜ୍ଞାନ ସମ୍ବନ୍ଧରେ ସନ୍ଦର୍ଭ ଓ ଗବେଷଣାମୂଳକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ।[] ୨୦୦୭ରୁ ସେ 'ମହାନଦୀ' ପତ୍ରିକା ସଂପାଦନା କରିଆସିଛନ୍ତି । ତାଙ୍କ ରଚିତ 'ଭଜ ଗୋବିନ୍ଦମ୍'ର ଭାଷ୍ୟ ବଙ୍ଗଳା, ହିନ୍ଦୀ, ଗୁଜୁରାଟୀ, ସଂସ୍କୃତ ଓ ଇଂରାଜୀରେ ଅନୂଦିତ ଏବଂ 'ଭର୍ତ୍ତୃହରି ନୀତିଶତକ"ର ଭାଷ୍ୟ ବଙ୍ଗଳାରେ ଅନୂଦିତ ।[] ତାଙ୍କ ପତ୍ନୀ ପ୍ରିୟମ୍ବଦା ସାହୁ ମଧ୍ୟ ଜଣେ ଅନୁବାଦିକା ।

ରଚନାବଳୀ

[ସମ୍ପାଦନା]

ଅନୁବାଦ

  • ବିମଳ ମିତ୍ରଙ୍କ 'ପଇସା ପରମେଶ୍ୱର' ୧୯୯୨
  • ଭାରତୀୟ କରଣ ୧୯୭୭
  • ମାନିକ ବନ୍ଦୋପାଧ୍ୟାୟଙ୍କ 'ପଦ୍ମାନଦୀର ମାଝି' ୧୯୯୨
  • ଭର୍ତ୍ତୃହରିକୃତ ନୀତିଶତକ : ଏକ ଅଧ୍ୟୟନ
  • ହଜାରେ ଚଉରାଶୀର ମା
  • ଭଜ ଗୋବିନ୍ଦମ୍
  • ବିମଳ କରଙ୍କ 'ଅସମୟ'
  • ନରେନ୍ଦ୍ର କୋହଲିଙ୍କ 'ଅଭିଜ୍ଞାନ' (ଯୁଗ୍ମ: ମାନସୀ ପାତ୍ର)
  • ବିଭୁତି ଭୁଷଣ ବନ୍ଦୋପାଧ୍ୟାୟଙ୍କ 'ପଥେର ପାଞ୍ଚାଳୀ' (ଯୁଗ୍ମ: ପ୍ରିୟମ୍ବଦା ସାହୁ)

ଅନ୍ୟାନ୍ୟ

  • ଚିରନ୍ତନୀ (ଉଦ୍ଧୃତ ସଂଗ୍ରହ) ୧୯୭୨
  • ଗୃହ ନିର୍ମାଣ
  • ଗୃହ ନିର୍ମାଣ ଶୈଳୀ (ଯୁଗ୍ମ: ଜୟଗୋପାଳ ଜେନା)
  • ପ୍ରବନ୍ଧ ପଞ୍ଚବିଂଶତି
  • ଚାଣକ୍ୟ ନୀତିଶ୍ଲୋକ : ଏକ ଚିନ୍ତନ ଓ ମନନ ୨୦୨୨, ୨୦୨୩

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୨୦୦୧ (ହଜାରେ ଚଉରାଶୀର ମା)
  • ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର ୧୯୯୬
  • ଇନିଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍‌ସ୍, ଓଡ଼ିଶା ଶାଖା ତରଫରୁ ସ୍ୱର୍ଣ୍ଣପଦକ ଲାଭ
  1. http://odishasahityaakademi.org/English/sahitya-award9.php
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଅ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୮୮୭. ISBN 81-7400-331-2.
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୨୬୪-୩୬୫. ISBN 81-903352-2-7.
  4. ସାହୁ, ଗୋବିନ୍ଦ ଚନ୍ଦ୍ର (୨୦୨୩). ଚାଣକ୍ୟ ନୀତିଶ୍ଳୋକ : ଏକ ଚିନ୍ତନ ଓ ମନନ (୨ୟ ed.). କଟକ: ବିଦ୍ୟାପୁରୀ. pp. ପଛପୃଷ୍ଠା. ISBN 978-93-90816-30-9.