ସତ୍ୟନାରାୟଣ ମହାନ୍ତି
ଦେଖଣା
ସତ୍ୟନାରାୟଣ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଜଗନ୍ନାଥପୁର, ଭଦ୍ରକ ଜିଲ୍ଲା | ୧୦ ଜାନୁଆରୀ ୧୯୩୦
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ବିଷୟ | ସାହିତ୍ୟିକ |
ସାହିତ୍ୟ କୃତି | ଓଡ଼ିଆ ରାମଚରିତ ମାନସ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ସମ୍ପର୍କୀୟ | ମୁକୁନ୍ଦ ଚରଣ ମହାନ୍ତି (ପିତା) |
ସତ୍ୟନାରାୟଣ ମହାନ୍ତି(୧୦ ଜାନୁଆରୀ ୧୯୩୦) ଜଣେ ଓଡ଼ିଆ କବି ଓ ଅନୁବାଦକ । ସେ ନିଜ ଅନୁବାଦଓଡ଼ିଆ ରାମଚରିତ ମାନସ' ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୧] ପାଇଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସତ୍ୟନାରାୟଣ ଭଦ୍ରକ ଜିଲ୍ଲାର ଜଗନ୍ନାଥପୁର ଠାରେ ଜନ୍ମଗ୍ରହଣ କରିଥିଲେ[୨] । ରାମାୟଣ ସଂପର୍କରେ ସେ ଏକାଧିକ ଅନୁଶୀଳନାତ୍ମକ ଗ୍ରନ୍ଥ ରଚନା କରିଛନ୍ତି
ସାହିତ୍ୟ ରଚନା
[ସମ୍ପାଦନା]ସେ ତୁଳସୀ ଦାସଙ୍କ ରାମଚରିତ ମାନସର "ସୁନ୍ଦରା କାଣ୍ଡ"କୁ ନେଇ ସୁନ୍ଦରା କାଣ୍ଡର ସୁନ୍ଦରତା ନାମକ ଏକ ପୁସ୍ତକ ରଚନା କରିଥିଲେ ।
ରଚନାବଳୀ
[ସମ୍ପାଦନା]- ସୁନ୍ଦରା କାଣ୍ଡର ସୁନ୍ଦରତା (୧୯୯୨)
- ମନ୍ତ୍ରେ ବଶତି ଦେବତା ୧ମ (୨୦୦୦)
- ଏକାଦଶ ଅବତାର (କବିତା)[୩]
- ଯୁଗେଯୁଗେ ହନୁମାନ
- ହନୁମାନ ଉପାସନା ଧାରା
- ରାମସ୍ତୁ ଭଗବାନ ସ୍ୱୟଂ
- ଗାୟତ୍ରୀ ପଞ୍ଚାଙ୍ଗ
- ମାନସ ମନ୍ଦାକିନୀ
- ହସ୍ତ ସମୁଦ୍ର
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର 'ଓଡ଼ିଆ ରାମଚରିତ ମାନସ' ପାଇଁ ୧୯୯୫ ମସିହା ପାଇଁ[୪]
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/sahitya-award7.php
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬୫୫.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୫୧୦, ୮୮୨. ISBN 81-7400-331-2.
- ↑ ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ, ୧୮୫୦ ମସିହା ପରବର୍ତ୍ତୀ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୨୬୬. ISBN 81-7586-097-9.