ସୀତେଶ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ସୀତେଶ ତ୍ରିପାଠୀ
ଜନ୍ମ (1957-01-04) ୪ ଜାନୁଆରୀ ୧୯୫୭ (ବୟସ ୬୬)
ସାଆନ୍ତ ସାହି,କଟକ
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କାମତେଜସ୍ୱିନୀ
ପୁରସ୍କାର(ଗୁଡ଼ିକ)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧

ସୀତେଶ ତ୍ରିପାଠୀ (୪ ଜାନୁଆରୀ ୧୯୫୭), ଜଣେ ଓଡ଼ିଆ ସାହିତ୍ୟିକ ।[୧] ମୁଖ୍ୟତଃ ଗଳ୍ପ ଲେଖୁଥିବା ସୀତେଶ କବିତା, ନାଟକ ଓ ଅନୁବାଦ ସାହିତ୍ୟ ମଧ୍ୟ ଲେଖନ୍ତି । ୨୦୧୧ ମସିହାରେ ନିଜ ଅନୁବାଦ ପୁସ୍ତକ "ତେଜସ୍ୱିନୀ" ପାଇଁ ସେ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର" ଲାଭ କରିଛନ୍ତି ।[୨]

ସୀତେଶ ୧୯୫୭ ମସିହା ଜାନୁଆରୀ ୪ ତାରିଖ ଦିନ[୩] କଟକର ସାଆନ୍ତ ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଗ୍ରାମ ଜଗତସିଂହପୁର ଜିଲ୍ଲାର ରାଉତରାପୁର । ମାଟ୍ରିକ ପଢିଲାବେଳେ, ତାଙ୍କ ପ୍ରଥମ ଲେଖା "ଚକ୍ରାନ୍ତ" ପତ୍ରିକାରେ ପ୍ରକାଶ ପାଇଥିଲା । ୧୯୮୫/୮୬ରେ ପ୍ରକାଶିତ ତାଙ୍କର ପ୍ରେମଗଳ୍ପ "ଜଟାୟୁ" ଓ ୧୯୯୧ରେ ପ୍ରକାଶିତ "ପଡୋଶୀ" ତାଙ୍କୁ ଲେଖକୀୟ ପରିଚିତି ଆଣିଦେଇଥିଲା ।

ରଚନାବଳୀ[ସମ୍ପାଦନା]

  • ଫେରାର ମଣିଷ
  • ମିତ
  • ସେଇ ବୁଢାଲୋକ
  • ଜେଜେମାଙ୍କ ଡାଏରୀ
  • ବିଜେତା ଓ ଅନ୍ୟାନ୍ୟ ଗଳ୍ପ[୪]
  • ତେଜସ୍ୱିନୀ (ଅନୁବାଦ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୨୦୧୧ (ତେଜସ୍ୱିନୀ)
  • ଝଙ୍କାର ନାଟକ ପୁରସ୍କାର
  • କୋଣାର୍କ ସାହିତ୍ୟ ସମ୍ମାନ
  • ଡକ୍ଟର ହରେକୃଷ୍ଣ ମହତାବ ଗଳ୍ପ ପୁରସ୍କାର[୫]
  • ଶତାବ୍ଦୀର କଳାକାର ସମ୍ମାନ - ୨୦୨୨ ( ଶତାବ୍ଦୀର କଳାକାର ନାଟ୍ୟାନୁଷ୍ଠାନ ପ୍ରଦତ୍ତ)[୬]

ଆଧାର[ସମ୍ପାଦନା]

  1. http://sahitya-akademi.gov.in/sahitya-akademi/pdf/multilingualwritersmeet_25-26-aug-2018.pdf
  2. http://inpr.odisha.gov.in/samachar/2015/Sep/data/10-09-2015/newssmishra_100915AAA.pdf
  3. "ମାଷ୍ଟ୍ରଘର ସାହିତ୍ୟିକ ସୀତେଶ". ଗୋପବନ୍ଧୁଙ୍କ ସତ୍ୟବାଦୀ. Retrieved 13 April 2019.
  4. "ପହିଲି ପୁଲକ". No. ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୧୭-୩୦, ୨୦୧୮ ପୃଷ୍ଠା ୮. Retrieved 22 October 2018.
  5. "ଅଳ୍ପ ଆଳାପ". No. ସମ୍ବାଦ ୦୮/୧୧/୨୦୨୦. ଇଷ୍ଟର୍ଣ୍ଣ ମିଡିଆ. Archived from the original on 14 November 2020. Retrieved 14 November 2020.
  6. "୨୦ରୁ କଳିଙ୍ଗ ନାଟ୍ୟ ମହୋତ୍ସବ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 31 March 2022. {{cite web}}: |archive-url= is malformed: save command (help)