ସୀତେଶ ତ୍ରିପାଠୀ
ଦେଖଣା
ସୀତେଶ ତ୍ରିପାଠୀ | |
|---|---|
| ଜନ୍ମ | ୪ ଜାନୁଆରୀ ୧୯୫୭ ସାଆନ୍ତ ସାହି,କଟକ |
| ଜାତୀୟତା | ଭାରତୀୟ |
| ଉଲ୍ଲେଖନୀୟ କୃତି | ତେଜସ୍ୱିନୀ |
| ପିତାମାତା | ଲକ୍ଷ୍ମୀଧର ତ୍ରିପାଠୀ, ପ୍ରଭାବତୀ ତ୍ରିପାଠୀ |
| ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧ |
ସୀତେଶ ତ୍ରିପାଠୀ (୪ ଜାନୁଆରୀ ୧୯୫୭), ଜଣେ ଓଡ଼ିଆ ସାହିତ୍ୟିକ ।[୧] ମୁଖ୍ୟତଃ ଗଳ୍ପ ଲେଖୁଥିବା ସୀତେଶ କବିତା, ନାଟକ ଓ ଅନୁବାଦ ସାହିତ୍ୟ ମଧ୍ୟ ଲେଖନ୍ତି । ୨୦୧୧ ମସିହାରେ ନିଜ ଅନୁବାଦ ପୁସ୍ତକ "ତେଜସ୍ୱିନୀ" ପାଇଁ ସେ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର" ଲାଭ କରିଛନ୍ତି ।[୨]
ସୀତେଶ ୧୯୫୭ ମସିହା ଜାନୁଆରୀ ୪ ତାରିଖ ଦିନ[୩] କଟକର ସାଆନ୍ତ ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଗ୍ରାମ ଜଗତସିଂହପୁର ଜିଲ୍ଲାର ରାଉତରାପୁର । ମାଟ୍ରିକ ପଢିଲାବେଳେ, ତାଙ୍କ ପ୍ରଥମ ଲେଖା "ଚକ୍ରାନ୍ତ" ପତ୍ରିକାରେ ପ୍ରକାଶ ପାଇଥିଲା । ୧୯୮୫/୮୬ରେ ପ୍ରକାଶିତ ତାଙ୍କର ପ୍ରେମଗଳ୍ପ "ଜଟାୟୁ" ଓ ୧୯୯୧ରେ ପ୍ରକାଶିତ "ପଡୋଶୀ" ତାଙ୍କୁ ଲେଖକୀୟ ପରିଚିତି ଆଣିଦେଇଥିଲା ।
ରଚନାବଳୀ
[ସମ୍ପାଦନା]ଗଳ୍ପ
[ସମ୍ପାଦନା]- ଫେରାର ମଣିଷ
- ମିତ
- ସେଇ ବୁଢାଲୋକ
- ଜେଜେମା'ଙ୍କ ଡାଏରୀ
- ବିଜେତା ଓ ଅନ୍ୟାନ୍ୟ ଗଳ୍ପ[୪]
- ଷ୍ରେଷ୍ଠ ଗଳ୍ପ
- ପୋହଳା ଦ୍ବୀପର ଗପ [୫]
ନାଟକ
[ସମ୍ପାଦନା]- ସୁଜନେ ଶୁଣ କଥା ସାର
- ଅଥବା ବିବର୍ତ୍ତନ
- ଅବୁଝା ରାଜା ଓ ଅନ୍ୟାନ୍ୟ ଏକାଙ୍କିକା
- ଏକାଙ୍କିକା ତ୍ରୟୀ
- ବୁମେରାଂ
ଉପନ୍ୟାସ
[ସମ୍ପାଦନା]- କଳ୍କୀ
କବିତା
[ସମ୍ପାଦନା]- ମଧୁର ମଧ୍ୟାହ୍ନ
ଅନୁବାଦ
[ସମ୍ପାଦନା]- ତେଜସ୍ୱିନୀ (ଅନୁବାଦ)
ଶିଶୁ ସାହିତ୍ୟ
[ସମ୍ପାଦନା]- ବୀର ବାଳକ (ଗପ)
- ବୀର ବାଳିକା (ଗପ)
ନବ ସାକ୍ଷର
[ସମ୍ପାଦନା]- ମୋ ଗାଁ ମୋ ଦେଶ
- ଦୀପାଳି
- ରଥ ଯାଏ ଗଡ଼ି
- ମଞ୍ଛୁଆଁ ଗପ
ସଙ୍କଳନ/ସମ୍ପାଦନା
[ସମ୍ପାଦନା]- ଅଶୀ ଉତ୍ତର ଗଳ୍ପ
- ରକ୍ତ ରାଗିଣୀ
- ଅସୀମା
- ଗାନ୍ଧୀ କଥା ଓ କାହାଣୀ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୨୦୧୧ (ତେଜସ୍ୱିନୀ)
- ଝଙ୍କାର ଗଳ୍ପ ପୁରସ୍କାର, ୨୦୨୪[୬]
- କୋଣାର୍କ ସାହିତ୍ୟ ସମ୍ମାନ
- ଡକ୍ଟର ହରେକୃଷ୍ଣ ମହତାବ ଗଳ୍ପ ପୁରସ୍କାର[୭]
- ଶତାବ୍ଦୀର କଳାକାର ସମ୍ମାନ - ୨୦୨୨ ( ଶତାବ୍ଦୀର କଳାକାର ନାଟ୍ୟାନୁଷ୍ଠାନ ପ୍ରଦତ୍ତ)[୮]
ଆଧାର
[ସମ୍ପାଦନା]- ↑ http://sahitya-akademi.gov.in/sahitya-akademi/pdf/multilingualwritersmeet_25-26-aug-2018.pdf
- ↑ http://inpr.odisha.gov.in/samachar/2015/Sep/data/10-09-2015/newssmishra_100915AAA.pdf
- ↑ "ମାଷ୍ଟ୍ରଘର ସାହିତ୍ୟିକ ସୀତେଶ". ଗୋପବନ୍ଧୁଙ୍କ ସତ୍ୟବାଦୀ. Retrieved 13 April 2019.
- ↑ "ପହିଲି ପୁଲକ". No. ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୧୭-୩୦, ୨୦୧୮ ପୃଷ୍ଠା ୮. Retrieved 22 October 2018.
- ↑ https://sambadepaper.com/imageview_111081_95239_4_80_23-11-2025_4_i_1_sf.html
- ↑ "ଆଜି ବିଷୁବ ମିଳନର ବାର୍ଷିକ ସମାବର୍ତ୍ତନ ଉତ୍ସବ". ପ୍ରଜାତନ୍ତ୍ର. No. 14 April 2024. Archived from the original on 17 April 2025. Retrieved 17 April 2025.
- ↑ "ଅଳ୍ପ ଆଳାପ". No. ସମ୍ବାଦ ୦୮/୧୧/୨୦୨୦. ଇଷ୍ଟର୍ଣ୍ଣ ମିଡିଆ. Archived from the original on 14 November 2020. Retrieved 14 November 2020.
- ↑ "୨୦ରୁ କଳିଙ୍ଗ ନାଟ୍ୟ ମହୋତ୍ସବ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 31 March 2022. Retrieved 31 March 2022.