ଜୟନ୍ତୀ ପଟ୍ଟନାୟକ
ଜୟନ୍ତୀ ପଟ୍ଟନାୟକ | |
---|---|
![]() | |
ଲୋକ ସଭା ସଦସ୍ୟ | |
In office ୧୯୮୦-୧୯୮୯ ଏବଂ ୧୯୯୮-୧୯୯୯ | |
ପୂର୍ବ ଅଧିକାରୀ | ଜାନକୀ ବଲ୍ଲଭ ପଟ୍ଟନାୟକ |
ପର ଅଧିକାରୀ | ଶ୍ରୀକାନ୍ତ ଜେନା |
ନିର୍ବାଚନ ମଣ୍ଡଳୀ | କଟକ ଏବଂ ବ୍ରହ୍ମପୁର |
ଲୋକ ସଭା ସଦସ୍ୟ | |
ପୂର୍ବ ଅଧିକାରୀ | ପି. ଭି. ନରସିଂହ ରାଓ |
ପର ଅଧିକାରୀ | ଅନାଦି ଚରଣ ସାହୁ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଆସ୍କା, ଗଞ୍ଜାମ ଜିଲ୍ଲା, ଓଡ଼ିଶା, ଭାରତ | ୭ ଅପ୍ରେଲ ୧୯୩୨
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୟନ୍ତୀ ପଟ୍ଟନାୟକ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଂଗଠିକା, ସମାଜସେବିକା ଓ ବକ୍ତା ।[୧] ସେ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସହଧର୍ମିଣୀ । ଓଡ଼ିଶାରୁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସେ ପ୍ରଥମ ମହିଳା ସାଂସଦ । ୧୯୮୧ ମସିହାରେ କଂଗ୍ରେସ ଟିକେଟରେ ସେ କଟକରୁ ନିର୍ବାଚିତ ହୋଇଥିଲେ ।[୨]
ଶିକ୍ଷା[ସମ୍ପାଦନା]
ପଟ୍ଟନାୟକ ଆକ୍ସସ୍ଥିତ ହରିହର ବିଦ୍ୟାଳୟରୁ ମାଟ୍ରିକ୍, କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସ୍ନାତକ ଓ ବମ୍ବେସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର (ପ୍ରଥମ ଓଡ଼ିଆ)[୩] ଶିକ୍ଷାଲାଭ କରିଥିଲେ ।
ପରିବାର[ସମ୍ପାଦନା]
୧୯୫୩ ମସିହାର ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଜୟନ୍ତୀ ବିବାହ କରିଥିଲେ । ତାଙ୍କର ୨ ଝିଅ ସୁଦତ୍ତା ଓ ସୁଜାତା ଏବଂ ଏକମାତ୍ର ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଅଛନ୍ତି ।
ସାହିତ୍ୟ ସର୍ଜନା[ସମ୍ପାଦନା]
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କଦ୍ୱାରା ପ୍ରତିଷ୍ଠିତ ପୌରୁଷ ପତ୍ରିକାର ସମ୍ପାଦନା ସହିତ ପଟ୍ଟନାୟକ ଜଡ଼ିତ ରହିଆସିଛନ୍ତି । ସେ କେ.ଏମ୍. ମୁନ୍ସୀଙ୍କ ଇଂରାଜୀରେ ରଚିତ କୃଷ୍ଣାବତାର ଏବଂ ମହାଭାରତ ପୃଷ୍ଠାରୁ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ଏହା ପ୍ରଥମେ ପୌରୁଷରେ ପ୍ରକାଶ ପାଇଥିଲା । ତାଙ୍କ ଜୀବନୀ ପୁସ୍ତକ ଶୀତଳ ବହ୍ନି ନାମରେ ପ୍ରକାଶିତ ହୋଇଛି ।
ପୁରସ୍କାର[ସମ୍ପାଦନା]
ପଟ୍ଟନାୟକ ସର୍ବଭାରତୀୟ ସ୍ତରରେ ୧୯୯୨ ମସିହା ପାଇଁ ସର୍ବଶ୍ରେଷ୍ଠ ନାରୀ ପ୍ରତିଭା ଭାବେ ମହିଳା ଶିରୋମଣି ଉପାଧି ଓ ୧୯୯୬ ମସିହାରେ ମହିଳା ଗୌରବ ସମ୍ମାନରେ ସମ୍ମାନିତ ।
ରାଜନୀତି[ସମ୍ପାଦନା]
ପିଲାଦିନରୁ ପିତାଙ୍କଦ୍ୱାରା ଅନୁପ୍ରାଣୀତ ହୋଇ ପଟ୍ଟନାୟକ ରାଜନୀତିରେ ପ୍ରବେଶ କରିଥିଲେ । ସେ ୪ ଥର ସାଂସଦ ଭାବେ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି । ୧୯୮୧ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପୁନର୍ବାର ୧୯୮୪ ମସିହାରେ କଟକରୁ ଓ ୧୯୯୮ରେ ବ୍ରହ୍ମପୁର ଆସନରୁ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୭ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବେ ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ହୋଇଥିଲେ । ୧୯୯୨ରୁ ୧୯୯୫ (୩ ଫେବୃଆରୀ ୧୯୯୨ - ୩୦ ଜାନୁଆରୀ ୧୯୯୫) ସେ ପ୍ରଥମ ଓଡ଼ିଆ ତଥା ପ୍ରଥମ ଭାରତୀୟ ଭାବେ ନବଗଠିତ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ଥିଲେ ।[୪]
ଆଧାର[ସମ୍ପାଦନା]
- ↑ "ଭୋଟ ପେଡ଼ିର ପୁରୁଣା କଥା" (ସମ୍ବାଦ ୧୨/୦୪/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨). ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 12 April 2019.
- ↑ http://www.business-standard.com/article/specials/jayanti-patnaik-to-contest-berhampur-198020301014_1.html
- ↑ Biographical Sketch: Member of Parliament, 12th Lok Sabha अँग्रेजी अनुवाद:जीवन वृत: संसद सदस्य, 12 वीं लोकसभा (भारतीय संसद)
- ↑ Shirin Rai (2003). Mainstreaming Gender, Democratizing the State?: Institutional Mechanisms for the Advancement of Women. Manchester University Press. pp. 242–. ISBN 978-0-7190-5978-0.