ଗୁରୁଚରଣ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଗୁରୁଚରଣ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1914-09-29)୨୯ ସେପ୍ଟେମ୍ବର ୧୯୧୪
ଚଣାହାଟ, ବାଲିପାଟଣା
ମୃତ୍ୟୁ୯ ନଭେମ୍ବର ୨୦୦୮(2008-11-09) (ବୟସ ୯୪)
ଅନନ୍ତ-ଆଲୋକ, ଶଙ୍କରପୁର, କଟକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମ୍ପର୍କୀୟଅନନ୍ତ ପଟ୍ଟନାୟକ(ଭାଇ) ଅମରେଶ ପଟ୍ଟନାୟକ (ପୁତୁରା)

ଗୁରୁଚରଣ ପଟ୍ଟନାୟକ(୨୯ ସେପ୍ଟେମ୍ବର ୧୯୧୪- ୯ ନଭେମ୍ବର ୨୦୦୮) ଜଣେ ଓଡ଼ିଆ ସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ ଓ ବାମପନ୍ଥୀ ନେତା ଥିଲେ ।[୧] କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଭାବରେ, ସେ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ମୂଳଦୁଆ ପକେଇଥିଲେ ।[୨] ସାହିତ୍ୟ ସାଧନାପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୩]

ଜୀବନୀ[ସମ୍ପାଦନା]

ଗୁରୁଚରଣ ୧୯୧୪ ମସିହାରେ ବାଲିପାଟଣା ଥାନା ଅନ୍ତର୍ଗତ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଡାକ ନାମ ଥିଲା 'ବାଉ' । ମାତ୍ର ୪ମାସ ବୟସରେ ସେ ଏକାଦିନରେ ଉଭୟ ବାପା ଓ ମାଙ୍କୁ ହରେଇଥିଲେ । ଅଗ୍ରଜ ଅନନ୍ତ ପଟ୍ଟନାୟକ ତାଙ୍କଠାରୁ ୪ବର୍ଷ ବଡ଼ । ଚଣାହାଟରେ ସେ ପ୍ରାଥମିକ ଶିକ୍ଷାରମ୍ଭ କରିଥିଲେ ଓ ପରେ କଟକରେ ପିଉସା-ପିଉସୀଙ୍କ ପାଖରେ ରହି ପାଠ ପଢୁଥିଲେ । ଅଳ୍ପବୟସରୁ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଓ ବାନରସେନାର ଅଂଶ ଥିଲେ । ନବକୃଷ୍ଣ ଚୌଧୁରୀଭଗବତୀ ଚରଣ ପାଣିଗ୍ରାହୀଙ୍କ ସହ ମିଶି ଗୁରୁଚରଣ ଓଡ଼ିଶାରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ପ୍ରତିଷ୍ଠା କରିଥିଲେ । ୧୯୩୬ ମସିହାରେ ସେ ପ୍ରଥମ ଓଡ଼ିଆ ଭାବେ କଲିକତାର ଅଣ୍ଡରଗ୍ରାଉଣ୍ଡ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦାନ କରିଥିଲେ । ତାଙ୍କ ପରେ ବଡ଼ଭାଇ ଅନନ୍ତ, ଭଗବତୀ ଚରଣ, ପ୍ରାଣନାଥ ପଟ୍ଟନାୟକଆଦି ସେହି ପାର୍ଟିରେ ଯୋଗ ଦେଇଥିଲେ । ସେ ନିଜ ଲେଖା ମାଧ୍ୟମରେ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନକୁ ଆଗେଇ ନେଇଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାପ୍ତାହିକ ମୁଖପତ୍ର ନୂଆ ଦୁନିଆ ଆଦି ତାଙ୍କରି ସମ୍ପାଦନାରେ ପ୍ରକାଶ ପାଉଥିଲା । ନବଯୁଗ ସାହିତ୍ୟ ସଂସଦ, କୃଷକ ସଭା ଆଦି ପ୍ରଗତିଶୀଳ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ଗୁରୁଚରଣ ପଟ୍ଟନାୟକ ।[୪] ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବାରୁ ସେ ୧୩ଥର କାରାବରଣ କରିଥିଲେ । [୫]

ରଚନାବଳୀ[ସମ୍ପାଦନା]

  • ଜଗତ ଦର୍ଶନରେ ଜଗନ୍ନାଥ
  • British Rule in India[୬]
  • ପ୍ରଳୟ ଗର୍ଭରୁ
  • ସୃଷ୍ଟି ଦୃଷ୍ଟି କୃଷ୍ଟି
  • ଓଡ଼ିଆ ସାହିତ୍ୟର ମତି ଓ ଗତି
  • ସଂକଟରେ ସମାଜ[୭]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪ (ଜଗତ ଦର୍ଶନରେ ଜଗନ୍ନାଥ ପାଇଁ)[୮]
  • ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର - ୧୯୭୧
  • ଉତ୍କଳ ରତ୍ନ - ୨୦୦୭ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର[ସମ୍ପାଦନା]

  1. http://www.thehindu.com/todays-paper/tp-national/tp-otherstates/Gurucharan-Patnaik-remembered/article15353632.ece
  2. Immortal Heroes: Lives of Communist Leaders. Communist Party of India. 1975.
  3. General Information as on ... The Akademi. 2008.
  4. Biswamoy Pati (2001). Situating Social History: Orissa, 1800-1997. Orient Blackswan. pp. 86–. ISBN 978-81-250-2007-3.
  5. https://www.mainstreamweekly.net/article1443.html
  6. D. N. Malhotra (2006). Sixty Years of Book Publishing in India, 1947-2007. Federation of Indian Publishers. ISBN 978-81-86519-06-6.
  7. "ତିରୋଧାନ ଦିବସ". No. ସମ୍ବାଦ ୨୩/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡିଆ. p. ୨. Archived from the original on 23 November 2020. Retrieved 23 November 2020.
  8. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021. {{cite web}}: Check date values in: |accessdate= (help)