ନଅତୁଣ୍ଡୀ

ଉଇକିପିଡ଼ିଆ‌ରୁ
ନଅତୁଣ୍ଡୀ  
ନଅତୁଣ୍ଡୀ ବହିର ମଲାଟ
ଲେଖକକୁନ୍ତଳା କୁମାରୀ ସାବତ[୧]
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକମୁକୁର ପ୍ରେସ, କଟକ
ପ୍ରକାଶ ତାରିଖ୧୯୨୫
ପୃଷ୍ଠା୧୦୧

ନଅତୁଣ୍ଡୀ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ[୨] ରଚିତ ଏକ ଓଡ଼ିଆ ଉପନ୍ୟାସ[୩]ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ୍ୟ ବିଷୟବସ୍ତୁକୁ ନେଇ ଉପନ୍ୟାସଟି ରଚିତ ।

ଉପନ୍ୟାସର ମୁଖ୍ୟ ଚରିତ୍ର ରତନି ଓ ତା ମା' ଗେହ୍ଲୀ, ଉଭୟଙ୍କ ବ୍ୟକ୍ତିତ୍ୱ କଳିହୁଡ଼ି । ଗାଁର ଅନ୍ୟ ମହିଳାମାନଙ୍କ ସହ ସେମାନଙ୍କର କଳହ ଏକ ନିତିଦିନିଆ କଥା । ସେଠାର ଉଦାରଚିତ ଜମିଦାର କୃଷ୍ଣଚନ୍ଦ୍ର ଜଣେ ସମାଜ ସୁଧାରକ ବ୍ୟକ୍ତି । ରତନି ପ୍ରତି ଆକର୍ଷିତ ହୋଇ, କୃଷ୍ଣଚନ୍ଦ୍ର ତାକୁ ବିବାହ କରନ୍ତି । ବିବାହ ପରେ, ରତନି ଚରିତ୍ରରେ ପରିବର୍ତ୍ତନ ଆସେ । ସେ ନିଜେ ପାଠ ପଢେ ଓ ଗ୍ରାମର ଅନ୍ୟମହିଳାମାନଙ୍କୁ ଶିକ୍ଷିତ କରାଏ । କୃଷ୍ଣଚନ୍ଦ୍ର ଓ ତାଙ୍କର ଦୁଇପତ୍ନୀ ଉମା ଓ ରଜନୀ ଉଭୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦିଅନ୍ତି । ଉପନ୍ୟାସଟିର ଗମ୍ଭୀର ବିଷୟବସ୍ତୁ ରହିଥିଲେ ମଧ୍ୟ, ଲେଖିକା ସେଥିରେ ହାସ୍ୟ ଉପାଦାନମାନ ରଖିବାରେ ସଫଳ ହୋଇଛନ୍ତି ।[୪]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Janaki Ballabha Mohanty (1963). Ādhunika Oḍiā sāhitya. Granthamandira.
  2. Kuntaḷā Kumārī Sābata (1969). Utkaḷa Bhāratī Kuntaḷā Kumārī granthamāḷā. Kaṭaka shṭuḍeṇṭs shṭora.
  3. କୁନ୍ତଳା କୁମାରୀ ସାବତ. ନଅତୁଣ୍ଡୀ. ମୁକୁର ପ୍ରେସ, କଟକ (୧୯୪୦)
  4. "The Novels of Kuntala Kumari Sabat" (PDF). Orissa Review (April 2008): 12. Retrieved 25 February 2019.