ସୁବ୍ରତ କୁମାର ଆଚାର୍ଯ୍ୟ
ସୁବ୍ରତ କୁମାର ଅଛାର୍ୟା | |
---|---|
ଜନ୍ମ | |
ଶିକ୍ଷା | ଏମ୍.ବି.ବି.ଏସ୍, ଏମ୍.ଡି, ଡି.ଏମ୍ |
ଶିକ୍ଷାନୁଷ୍ଠାନ | ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ନୂଆଦିଲ୍ଲୀ |
ପୁରସ୍କାର | ପଦ୍ମଶ୍ରୀ |
ସୁବ୍ରତ କୁମାର ଆଚାର୍ଯ୍ୟ (ଜନ୍ମ: ୦୧ ଜାନୁଆରୀ ୧୯୫୧)[୧] ଜଣେ ଗାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟି ଓ ଯକୃତ ପ୍ରତ୍ୟାରୋପଣ ବିଶେଷଜ୍ଞ ।[୨] ୨୦୧୪ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।
ଜୀବନୀ
[ସମ୍ପାଦନା]ସୁବ୍ରତ ୧୯୫୧ ମସିହା ନଭେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରୁ ୧୯୭୪ ମସିହାରେ ଏମ୍.ବି.ବି.ଏସ୍ କରିଥିଲେ । ସେହିବର୍ଷ ସୁବ୍ରତ ଶ୍ରେଷ୍ଠ ସ୍ନାତକର ପୁରସ୍କାର ଲାଭ କରିଥିଲେ । ୧୯୮୨ ମସିହାରେ ସେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ନୂଆଦିଲ୍ଲୀରୁ ଡକ୍ଟରେଟ ଲାଭ କରିଥିଲେ ।[୩] ୧୯୮୬ ମସିହାରେ ସେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ପରବର୍ତ୍ତୀ ସମୟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ନୂଆଦିଲ୍ଲୀରେ ଯୋଗଦେଇ, ୨୦୧୪ ମସିହାରେ ବିଭାଗୀୟ ମୁଖ୍ୟକୁ ପଦୋନ୍ନତି ପାଇଥିଲେ ।[୪] ୨୦୧୨ ମସିହାରେ ସୁବ୍ରତ କୁମାର ଆଚାର୍ଯ୍ୟଙ୍କୁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ଭୁବନେଶ୍ୱରର ନିର୍ଦ୍ଦେଶକ ଭାବରେ ନିଯୁକ୍ତି ମିଳିଥିଲା, କିନ୍ତୁ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହାକୁ ପ୍ରତ୍ୟାଖାନ କରିଥିଲେ ।[୫] ୨୦୧୬ ମସିହାରେ ତାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ଭାବରେ ନିଯୁକ୍ତି ମିଳିଛି ।[୬]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Fellows". The Indian Academy of Sciences. Retrieved 23 August 2014.
- ↑ "Indian Fellow". INSA. Retrieved 23 August 2014.
- ↑ "26 Padma Shri recipients in the field of medicine for 2014". TheHealthSite. Archived from the original on 15 July 2014. Retrieved 23 August 2014.
- ↑ http://medind.nic.in/ica/t07/i1/icat07i1p1.pdf[permanent dead link]
- ↑ "Neurosurgery professor named director of new hospital". Times of India. Retrieved 23 August 2014.
- ↑ "ଆର୍କାଇଭ୍ କପି". ସମ୍ବାଦ ୧୯/୧୧/୨୦୧୬ ପୃଷ୍ଠା ୮. Archived from the original on 21 November 2016. Retrieved 19 November 2016.
{{cite news}}
: Cite has empty unknown parameter:|1=
(help) - ↑ "Details of the Previous Winners". Odisha Bigyan Academy. Archived from the original on 4 March 2016. Retrieved 23 August 2014.
ବାହାର ଆଧାର
[ସମ୍ପାଦନା]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |