ମଧୁସୂଦନ କାନୁନଗୋ
ପ୍ରଫେସର ମଧୁସୂଦନ କାନୁନଗୋ | |
---|---|
ଜନ୍ମ | |
ମୃତ୍ୟୁ | ୨୬ ଜୁଲାଇ ୨୦୧୧ ବାରଣାସୀ, ଭାରତ | (ବୟସ ୮୪)
ବୃତ୍ତି | ବୈଜ୍ଞାନିକ |
ପ୍ରସିଦ୍ଧି | Founder Co-ordinator Brain Research Centre , Banaras Hindu University |
ବୈବାହିକ-ସାଥୀ | ଶରତ କାନୁନଗୋ |
ପୁରସ୍କାର | ପଦ୍ମଶ୍ରୀ ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର |
ପ୍ମଧୁସୂଦନ କାନୁନଗୋ (୧ ଏପ୍ରିଲ ୧୯୨୭–୨୭ ଜୁନ ୨୦୧୧) ଜଣେ ଭାରତୀୟ ବୃଦ୍ଧାବସ୍ଥା ଅଧ୍ୟୟନ ସ୍ନାୟୁ ବିଜ୍ଞାନ ବୈଜ୍ଞାନିକ ଏବଂ ଆଣବିକ ଜୀବବିଜ୍ଞାନ ଓ ଜୈବରସାୟନ ଶିକ୍ଷକ ଅଧ୍ୟାପକ ଥିଲେ । ବୟସ ବୃଦ୍ଧି ସହ ଜିନର ପରିବର୍ତ୍ତନ ତାଙ୍କ ଗବେଷଣାର ବିଷୟ ଥିଲା । ଏଥି ପାଇଁ ୨୦୦୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।[୧] ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ସେ ପ୍ରଫେସର ଏମିରଟସ ଥିଲେ । ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟରେ ସେ ମୃତ୍ୟୁ ପର୍ଯ୍ୟନ୍ତ କୁଳାଧିପତି (ଚାନ୍ସେଲର) ଭାବେ ରାହିଥିଲେ ।[୨][୩]
ଶିକ୍ଷାଗତ ଯୋଗ୍ୟତା
[ସମ୍ପାଦନା]୧୯୪୯ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ବିଜ୍ଞାନରେ ସ୍ନାତକ ଓ ୧୯୫୧ରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସେ ପ୍ରାଣୀବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିଲେ । ସେଠାରେ କିଛି ଦିନ ଗବେଷଣା ପରେ ରେଭେନ୍ସା କଲେଜରେ ସେ ପ୍ରାଣୀବିଜ୍ଞାନର ଅଧ୍ୟାପକ ରହିଥିଲେ । ପରେ ୧୯୫୯ରେ ସେ ଇଲିନୋଇ ବିଶ୍ୱବିବ୍ୟାଳୟରେ ପ୍ରସିଦ୍ଧ ବୈଜ୍ଞାନିକ କ୍ଲିଫ୍ଫୋର୍ଡ ଲଡ୍ଡ ପ୍ରୋସେର ଅଧୀନରେ ଡକ୍ଟରେଟ କରିଥିଲେ ।[୪]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ପ୍ରାଣୀବିଜ୍ଞାନରେ ରେଭେନ୍ସା କଲେଜରୁ ସେ ତାଙ୍କ ଅଧ୍ୟାପକ କାମ ଆରମ୍ଭ କରିଥିଲେ । ଫ୍ରେବୃଆରୀ ୧୯୬୧ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ରିଡର ଭାବରେ ଯୋଗ ଦେଇଥିଲେ ଓ ୧ ବର୍ଷ ପାଇଁ ଅଧ୍ୟାପକ ଥିଲେ । ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗରେ ରିଡର (୧୯୬୨-୧୯୬୯) ଭାବରେ ଯୋଗ ଦେଇଥିଲେ । ପରେ ପରେ ସେ ସେଇଠାରେ ଅଧ୍ୟାପକ(୧୯୭୦-୧୯୮୭),HOD ଭାବରେ (୧୯୭୪-୧୯୭୬),ପରିଚାଳକ ଓ ଡିନ୍(୧୯୮୬) ଭାବରେ ଯୋଗ ଦେଇଥିଲେ । ୧୯୯୩ରୁ ୨୦୧୧ ପର୍ଯ୍ୟନ୍ତ ସେ ପ୍ରଫେସର ଏମିରଟସ ଥିଲେ । ୪୦ ବର୍ଷ ପର୍ଯ୍ୟନ୍ତ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରସିଦ୍ଧ ଓ ଜଣାଶୁଣା ଅଧ୍ୟାପକ ଥିଲେ ।
ରଚନାବଳୀ
[ସମ୍ପାଦନା]- Genes & Aging, Cambridge University Press, (1993) ISBN 0-521-38299-8, ISBN 978-0-521-38299-1
- Biochemistry of Aging, Academic Press, London, (1980) ISBN 0-12-396450-4, ISBN 978-0-12-396450-2
ଉପାଧି
[ସମ୍ପାଦନା]- ପଦ୍ମଶ୍ରୀ
- ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର (ପ୍ରାଣୀବିଜ୍ଞାନ) (୧୯୭୧)[୫]
- ଜୱାହାରଲାଲ ନେହରୁ ଫେଲୋସିପ (୧୯୮୭)
- Golden Jubilee Commemoration medal, INSA (1992)[୬]
- ସାର ଶ୍ରୀରାମ ମେମୋରିଆଲ ଓରାସନ ଆୱାର୍ଡ,National Academy of Medical Sciences,(୧୯୮୮)
- Fellowship of Indian Chambers of Commerce & Industry (FICCI)(1989)
- ଭାରତୀୟ ବିଜ୍ଞାନ ଇଣ୍ଡିଆନ ଏକାଡେମି,ବାଙ୍ଗାଲୋର (୧୯୭୫)
- ଭାରତୀୟ ବିଜ୍ଞାନ ଇଣ୍ଡିଆନ ଏକାଡେମି,ଆଲହବାଦ (୧୯୮୯)
- ଭାରତୀୟ ସ୍ନାୟୁ ବିଜ୍ଞାନ ଏକାଡେମି (୨୦୦୮)
- National Academy of Medical Sciences, India (୧୯୯୬)
- ନ୍ୟାସନାଲ ଫେଲୋ (୧୯୭୬-୧୯୭୭)
- ନ୍ୟାସନାଲ ଲେକ୍ଚର (୧୯୮୨) ଇଉଜିସି
- ଏମିରଟସ ସାଇନଟିଷ୍ଟ ଅଫ ସିଏସଆଇଆର (୧୯୮୯-୧୯୯୪)
- ସିନିୟର ସାଇନଟିଷ୍ଟ INSA (୧୯୯୫-୧୯୯୯)
- Chancellor of Nagaland University (୨୦୦୯-୨୦୧୧)
ଆଧାର
[ସମ୍ପାଦନା]- ↑ "Padma Awards Directory (1954–2009)" (PDF). Ministry of Home Affairs. Archived from the original (PDF) on 2013-05-10. Retrieved 2016-01-24.
- ↑ PROSPECTUS FOR ACADEMIC SESSION, 2010–2011 (PDF). NAGALAND UNIVERSITY. 2010. p. 5. Archived from the original (PDF) on 2012-03-21. Retrieved 2016-01-24.
- ↑ "Noted scholar M S Kanungo passes away". The Times of India. 27 July 2011. Archived from the original on 16 September 2012. Retrieved 27 July 2011.
- ↑ National Academy of Sciences (NAS). "Biographical Memoirs". V. 91 (2009). National Academy of Sciences (NAS). Retrieved 2 August 2011.
- ↑ HANDBOOK OFSHANTI SWARUP BHATNAGAR PRIZE WINNERS( 1958–1998 ). HUMAN RESOURCE DEVELOPMENT GROUP COUNCIL OF SCIENTIFIC & INDUSTRIAL RESEARCH. 1999. p. 32.
- ↑ Kanungo, M S. "Indian National Science Academy Fellows". INSA. Retrieved 1 August 2011.
ବାହାର ତଥ୍ୟ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |