ଦି ଟାଇମସ୍ ଅଫ୍ ଇଣ୍ଡିଆ

ଉଇକିପିଡ଼ିଆ ରୁ
(The Times of India ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଦି ଟାଇମସ୍ ଅଫ୍ ଇଣ୍ଡିଆ
The times of india.svg
ପ୍ରକାର ଦୈନିକ ସମ୍ବାଦପତ୍ର
ଗଢ଼ଣ Broadsheet
ମାଲିକ ଦି ଟାଇମସ୍ ଗ୍ରୁପ୍
ମୁଖ୍ୟ ସମ୍ପାଦକ ଜୟଦୀପ ବୋଷ୍
ଗଠିତ ନଭେମ୍ବର 3, 1838; ଆଗରୁ (1838-11-03)
ଭାଷା ଇଂରାଜୀ ଭାଷା
ମୁଖ୍ୟାଳୟ ମୁମ୍ବାଇ
ବଣ୍ଟନ ୩,୩୨୧,୭୦୨ ଦୈନିକ[୧]
ସହ-ଖବର କାଗଜ ଦି ଇକୋନୋମିକ୍ ଟାଇମସ୍
ନବଭାରତ ଟାଇମସ୍
ମହାରାଷ୍ଟ୍ର ଟାଇମସ୍
ଏଇ ସମୟ
OCLC ସଂଖ୍ୟା ୨୩୩୭୯୩୬୯
ୱେବସାଇଟ timesofindia.indiatimes.com

ବର୍ଣ୍ଣନା[ସମ୍ପାଦନା]

ଦି ଟାଇମସ୍ ଅଫ ଇଣ୍ଡିଆ (ଟି.ଓ.ଆଇ) ଇଂରାଜୀ ଭାଷାର ଏକ ଭାରତୀୟ ଦୈନିକ ସମ୍ବାଦପତ୍ର । 'ଅଡିଟ୍ ବ୍ୟୁରୋ ଅଫ୍ ସରକୁଲେସନ୍' (ଭାରତ) ଅନୁସାରେ ଏହା ଭାରତର ତୃତୀୟ ସର୍ବବୃହତ ଓ ପୃଥିବୀର ସର୍ବବୃହତ ବିକ୍ରୟ କରାଯାଉଥିବା ଇଂରାଜୀ ଭାଷାର ଦୈନିକ ସମ୍ବାଦପତ୍ର । 'ଇଣ୍ଡିଆନ ରିଡରସିପ୍ ସର୍ଭେ' (ଆଇ.ଆର୍.ଏସ୍) ୨୦୧୨ ଅନୁସାରେ 'ଟି.ଓ.ଆଇ' ଭାରତରେ ସର୍ବାଧିକ ପାଠ କରାଯାଉଥିବା ସମ୍ବାଦପତ୍ର ଓ ଏହାର ପାଠକ ସଂଖ୍ୟା ପ୍ରାୟ ୭.୬୪୩ ନିୟୁତ । ଏହି ପାଠକ ସଂଖ୍ୟା ଅନୁସାରେ 'ଟି.ଓ.ଆଇ' ଇଂରାଜୀ ଭାଷାର ଦୈନିକ ସମ୍ବାଦପତ୍ରରେ ପ୍ରଥମ ସ୍ଥାନରେ ଅଛି । ଏହା 'ବେନେଟ୍, କୋଲେମାନ୍ ଓ କୋ. ଲିମିଟେଡ଼୍'ର ମାଲିକାନା ଅନ୍ତର୍ଭୁକ୍ତ ଓ ଏହାଦ୍ୱାରା ମଧ୍ୟ ପ୍ରକାଶିତ ହୁଏ । ଏହି ସଂସ୍ଥାର ମାଲିକ ହେଉଛନ୍ତି ସାହୁ ଜୈନ ପରିବାର ।'ବ୍ରାଣ୍ଡ୍ ଟ୍ରଷ୍ଟ ରିପୋର୍ଟ' ଅନୁସାରେ 'ଟି.ଓ.ଆଇ' ଭାରତର ସବୁଠାରୁ ବିଶ୍ଵାସଯୋଗ୍ୟ ଉତ୍ପାଦନ ମଧ୍ୟରେ, ୨୦୧୨ ମସିହାରେ ୮୮ତମ, ୨୦୧୩ ମସିହାରେ ୧୦୦ତମ ଓ ୨୦୧୪ ମସିହାରେ ୧୭୪ତମ ସ୍ଥାନରେ ଥିଲା ।

ଇତିହାସ[ସମ୍ପାଦନା]

ଟାଇମସ୍ ଅଫ ଇଣ୍ଡିଆର କାର୍ଯ୍ୟାଳୟ ca. ୧୮୯୮

ଆରମ୍ଭ[ସମ୍ପାଦନା]

ଦି ଟାଇମସ୍ ଅଫ୍ ଇଣ୍ଡିଆ, ଏହାର ପ୍ରଥମ ସଂସ୍କରଣ ୩ ନଭେମ୍ବର ୧୮୩୮ ଦିନ ଦି ବମ୍ବେ ଟାଇମସ୍ ଓ ଜର୍ଣ୍ଣାଲ୍ ଅଫ କମର୍ସ୍[୨][୩] ନାମରେ ପ୍ରକାଶ ପାଇଥିଲା ।ଏହି ସମ୍ବାଦପତ୍ର ବୁଧବାରଶନିବାର ଜଣେ ମରାଠୀ ସଂସ୍କରବାଦୀ ରାଓବାହାଦୂର ନାରାୟଣ ଦୀନାନାଥ ଭେଲକାରଙ୍କ ନିର୍ଦ୍ଦେଶନାରେ ପ୍ରକାଶ ପାଇଥିଲା ଏବଂ ଏଥିରେ ବ୍ରିଟେନ୍ ଓ ସମଗ୍ର ବିଶ୍ଵର ଖବର ଓ ତା' ସହିତ ଭାରତୀୟ ଉପମହାଦେଶର ଖବର ମଧ୍ୟ ପ୍ରକାଶ ପାଇଥିଲା ।୧୮୫୦ ମସିହାରେ ଏହାର ଦୈନିକ ସଂସ୍କରଣ ପ୍ରକାଶ ପାଇଲା ।

୧୮୬୦ ମସିହାରେ ସମ୍ପାଦକ ରବର୍ଟ ନାଇଟ (୧୮୨୫-୯୨), ପ୍ରତିଦ୍ଵନ୍ଦୀ ବମ୍ବେ ଷ୍ଟାଣ୍ଡାର୍ଡ ସହ ମିଶ୍ରଣ କରି ଭାରତୀୟ ସେୟାରଧାରୀଙ୍କ ଇଚ୍ଛା ବଢାଇଥିଲେ ଏବଂ ଭାରତର ପ୍ରଥମ ଖବର ସଂସ୍ଥା ଗଢିଥିଲେ । ୧୮୬୧ ମସିହାରେ ସେ ଏହାର ନାମ ବମ୍ବେ ଟାଇମସ୍ ଏଣ୍ଡ୍ ଷ୍ଟାଣ୍ଡାର୍ଡ୍ରୁ ଦି ଟାଇମସ୍ ଅଫ୍ ଇଣ୍ଡିଆକୁ ପରିବର୍ତ୍ତନ କଲେ ।ନାଇଟ ଏକ ମୁକ୍ତ ଗଣମାଧ୍ୟମ ପାଇଁ ସଙ୍ଘର୍ଷ କରିଥିଲେ ଓ ବାରମ୍ବାର ସରକାର, ବ୍ୟବସାୟୀ ଗୋଷ୍ଠୀଙ୍କ ଚେଷ୍ଟାକୁ ପ୍ରତିରୋଧ ମଧ୍ୟ କରିଥିଲେ ଏବଂ ସମ୍ବାଦପତ୍ରକୁ ଜାତୀୟ ପ୍ରାଧାନ୍ୟତା[୪] ଦେବାରେ ନେତୃତ୍ୱ ନେଇଥିଲେ ।୧୯ଶତକରେ ଏହି ସମ୍ବାଦପତ୍ର ସଂଘ ପ୍ରାୟ ୮୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଥିଲା ଏବଂ ଭାରତୟୁରୋପରେ ବଣ୍ଟନ ହେଉଥିଲା ।

ବେନେଟ୍ ଏବଂ କୋଲେମାନ୍ ମାଲିକାନା[ସମ୍ପାଦନା]

ଦି ଟାଇମସ୍ ଅଫ୍ ଇଣ୍ଡିଆ ୧୮୯୨ ମସିହା ପର୍ଯ୍ୟନ୍ତ ବାରମ୍ବାର ଏହାର ମାଲିକାନା ପରିବର୍ତ୍ତନ ଦେଖି ଆସୁଥିଲା । ମାତ୍ର ଥୋମାସ୍ ବେନେଟ୍ ଏବଂ ଫ୍ରାଙ୍କ ମୋରିସ୍ କୋଲେମାନ୍ , ଯେଉଁମାନେ ୧୯୧୫ ମସିହାରେ ଏସ୍ ଏସ୍ ପର୍ସିଆ ନାମକ ଏକ କମ୍ପାନୀ ସହ ବୁଡି ଯାଇଥିଲେ, ସେମାନେ ଏହି 'ଟି ଓ ଆଇ' ସମ୍ବାଦପତ୍ରକୁ, ସେମାନଙ୍କ ନୂଆ କମ୍ପାନୀ, ବେନେଟ୍, କୋଲେମାନ୍ ଏଣ୍ଡ କୋ. ଲିମିଟେଡ଼୍ ଦ୍ଵାରା ଅଧିକାର କଲେ ।

ଡାଲମିଆ ମାଲିକାନା[ସମ୍ପାଦନା]

୧୯୪୬ ମସିହାରେ, କମ୍ପାନୀକୁ ଚିନି ବ୍ୟବସାୟୀ ରାମକ୍ରିଷ୍ଣ ଡାଲମିଆ, ସେତେବେଳର ପ୍ରସିଦ୍ଧ ଶିଳ୍ପପତି ଡାଲମିଆ ପରିବାରକୁ, ୨୦ ନିୟୁତ ଟଙ୍କାରେ ସେମାନେ ବିକ୍ରି କରାଗଲା । ୧୯୫୫ ମସିହାରେ ଭିଭିଆନ୍ ବୋଷ୍, ଯେ କି ଅନୁସନ୍ଧାନର କମିଶନର୍ ଥିଲେ, ଜାଣିବାକୁ ପାଇଲେ ଯେ ୧୯୪୭ ମସିହାରେ ରାମକୃଷ୍ଣ ଡାଲମିଆ ଏହି ବୃହତ ଗଣମାଧ୍ୟମ ବେନେଟ୍, କୋଲେମାନ୍କୁ, ଏକ ବ୍ୟାଙ୍କ ଓ ଏକ ବୀମା କମ୍ପାନୀ, ଯାହାର ସେ ନିଜେ ଅଧ୍ୟକ୍ଷ ଥିଲେ, ସେଥିରୁ ଅର୍ଥ ବଦଳ କରି ଅଧିଗ୍ରହଣ କରିଛନ୍ତି । ନ୍ୟାୟାଳୟରେ ରାମକୃଷ୍ଣ ଡାଲମିଆଙ୍କୁ ଟଙ୍କା ଆତ୍ମସାତ୍ ଏବଂ ପ୍ରବଞ୍ଚନା[୫] ଅଭିଯୋଗରେ ତିହାର କାରାଗାରରେ ୨ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଗଲା ।

ମାତ୍ର କାରାଦଣ୍ଡର ଅଧିକାଂଶ ସମୟ ସେ ଚିକିତ୍ସାଳୟରେ କଟାଇଥିଲେ । ମୁକ୍ତି ପରେ ତାଙ୍କ ଜାମାତା ସାହୁ ଶାନ୍ତି ପ୍ରସାଦ ଜୈନ ଯାହାକୁ ସେ ବିଶ୍ଵାସ କରି ବେନେଟ୍, କୋଲେମାନ୍ ଏଣ୍ଡ କୋ. ଲିମିଟେଡ଼୍ର ପରିଚାଳନା ଭାର ଦେଇଥିଲେ, ସେ, ତାଙ୍କର କମ୍ପାନୀ[୫][୬]ର ପୁଣିଥରେ ନେତୃତ୍ଵ ନେବା ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ଜୈନ ପରିବାର (ଶାନ୍ତି ପ୍ରସାଦ ଜୈନ)[ସମ୍ପାଦନା]

୧୯୬୦ ମସିହାର ଆରମ୍ଭରେ, ଶାନ୍ତି ପ୍ରସାଦ ଜୈନ କଳାବଜାର[୭][୮]ରେ ବିକିବା ଅପରାଧରେ ବନ୍ଦୀ ହୋଇଥିଲେ ଏବଂ ଭିଭିଆନ୍ ବୋଷ୍ କମିଶନର ପୂର୍ବ ତଥ୍ୟ (ଯାହା ଡାଲମିଆ-ଜୈନ ଗ୍ରୁପର ସମସ୍ତ କଳା କାରନାମା ପଦାରେ ପକାଇଥିଲା) କୁ ଭିତ୍ତିକରି, ଶାନ୍ତି ପ୍ରସାଦ ଜୈନଙ୍କ ବିପକ୍ଷରେ ଭାରତ ସରକାର ଏକ ପିଟିସନ ଦାଖଲ କଲେ ଏବଂ ବେନେଟ୍, କୋଲେମାନ୍ ଏଣ୍ଡ୍ କମ୍ପାନୀର ପରିଚାଳନାକୁ ବେଦଖଲ କଲେ । ଫଳାଫଳ ଅନୁଯାୟୀ ବିଚାରପତି ସରକାରଙ୍କୁ ସମ୍ବାଦପତ୍ରର ନିୟନ୍ତ୍ରକ ବୋଲି ମାନିନେବାକୁ ନିର୍ଦ୍ଦେଶ ଦେଲେ ।ଯାହାଫଳରେ ଅଧା ନିର୍ଦ୍ଦେଶକଙ୍କ ପରିବର୍ତ୍ତେ ବମ୍ବେ (ବର୍ତ୍ତମାନ ମୁମ୍ବାଇ) ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶଙ୍କୁ ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଗଲା ।

ଭାରତ ସରକାରଙ୍କ ଅଧୀନରେ[ସମ୍ପାଦନା]

ଭିଭିଆନ୍ ବୋଷ କମିଶନଙ୍କ ବିବୃତି ପରେ, ଯାହା ୨୮ ଅଗଷ୍ଟ ୧୯୬୯ ମସିହାରେ ଡାଲମିଆ-ଜୈନ ଗ୍ରୁପର କଳାକାରନାମା ଦର୍ଶାଇଥିଲା, ମାନ୍ୟବର ବମ୍ବେ ଉଚ୍ଚ ନ୍ୟାୟାଳୟ, ନ୍ୟାୟାଧୀଶ ଜେ.ଏଲ୍ ନଏନଙ୍କ ଅଧ୍ୟକ୍ଷତାରେ, ଚାଲୁଥିବା ବେନେଟ୍, କୋଲେମାନ୍ ମଣ୍ଡଳୀକୁ ଭାଙ୍ଗିବା ପାଇଁ ଓ ସରକାରଙ୍କ ଅଧୀନରେ ନୂଆ ମଣ୍ଡଳୀ ତିଆରି କରିବା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ବିବୃତି ଦେଲେ ।ନ୍ୟାୟାଳୟଙ୍କ ଅନୁଯାୟୀ "ଏପରି ପରିସ୍ଥିତିରେ, ଅର୍ଜିଦାତାଙ୍କ ଦ୍ଵାରା କରାଯାଇଥିବା ଅଭିଯୋଗ ଅନୁଯାୟୀ କମ୍ପାନୀ ଦ୍ଵାରା କରାଯାଇଥିବା ସମସ୍ତ କାର୍ଯ୍ୟ ଲୋକ ହିତକର ଓ କମ୍ପାନୀର ସ୍ଵାର୍ଥ ଅନୁସାରେ ସମସ୍ତ ଠିକ” [୯] ଏହି ମନ୍ତବ୍ୟ ଦେବା ସର୍ବୋତ୍କୃଷ୍ଟ କାର୍ଯ୍ୟ ଥିଲା । ଏହି ମନ୍ତବ୍ୟକୁ ଆଧାର କରି ଶାନ୍ତି ପ୍ରସାଦ ଜୈନଙ୍କୁ ନିର୍ଦ୍ଦେଶକ ହେବାରୁ ରୋକାଗଲା ଓ କମ୍ପାନୀ ଜୈନଙ୍କର ଏକମାତ୍ର ସାଙ୍କେତିକ ଲେଖକଙ୍କ ସହ ଭାରତ ସରକାରଙ୍କ ଦ୍ଵାରା ନିଯୁକ୍ତ ନୂଆ ନିର୍ଦ୍ଦେଶକଙ୍କ ସହ କାର୍ଯ୍ୟ କରିବାକୁ ଲାଗିଲା । କୌତୁହଳପୂର୍ଣ୍ଣଭାବେ ନ୍ୟାୟାଳୟ ଡି କେ କୁନ୍ତେଙ୍କୁ ମଣ୍ଡଳୀର ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ । ମାତ୍ର ଜଣେ ସ୍ଵାଧୀନତା ସଂଗ୍ରାମୀ ଏବଂ ନିର୍ଦ୍ଦୋଷ ଓ ସାଧୁତାର ପ୍ରତୀକ କୁନ୍ତେଙ୍କର କୌଣସି ବ୍ୟବସାୟିକ ଅଭିଜ୍ଞତା ନ ଥିଲା ଏବଂ ସେ ମଧ୍ୟ ଲୋକସଭାରେ ବିରୋଧୀ ଦଳରେ ଥିଲେ ।

ଜୈନ ପରିବାରକୁ ପର୍ତ୍ତ୍ୟାବର୍ତ୍ତନ[ସମ୍ପାଦନା]

୧୯୭୬ ମସିହାରେ, ଭାରତରେ ଜରୁରୀକାଳୀନ ପରିସ୍ଥିତି ସମୟରେ, ସରକାର ସମ୍ବାଦପତ୍ରର ମାଲିକାନା ପୁଣିଥରେ ଅଶୋକ କୁମାର ଜୈନ (ସାହୁ ଶାନ୍ତି ପ୍ରସାଦ ଜୈନଙ୍କ ପୁଅ ଏବଂ ରାମକୃଷ୍ଣ ଡାଲମିଆଙ୍କ ନାତି ଏବଂ ସମୀର ଜୈନବିନୀତ ଜୈନଙ୍କ ବାପାଙ୍କ ନାମରେ କରିଥିଲେ) ।[୧୦] ତେବେ ଜୈନ 'ମନି ଲଣ୍ଡରିଂ' ପ୍ରତାରଣା ଅଭିଯୋଗରେ ଫସିଥିଲେ ଏବଂ ଅଶୋକ କୁମାର ଜୈନଙ୍କୁ ମଧ୍ୟ ଦେଶ ଛାଡିବାକୁ ପଡିଥିଲା ଯେତେବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୯୯୮ ମସିହାରେ ବେନିୟମ ଭାବେ ୟୁ ଏସ୍ $୧.୨୫ ନିୟୁତ ଅର୍ଥ ସ୍ଵିଜରଲ୍ୟାଣ୍ଡ୍.[୧୧][୧୨][୧୩][୧୪]ର ଏକ ବିଦେଶୀ ଖାତାକୁ ଚାଲାଣ କରିଥିବା ଅଭିଯୋଗ କଲା ।

ସଂସ୍କରଣ ଓ ପ୍ରକାଶନ[ସମ୍ପାଦନା]

ଛତ୍ରପତି ଶିବାଜୀ ଟରମିନସ୍ ମୁମ୍ବାଇର ଅପର ପାର୍ଶ୍ଵରେ ଥିବା ଟି.ଓ.ଆଇର ପ୍ରଥମ କାର୍ଯ୍ୟାଳୟ[୩]

ଦି ଟାଇମସ୍ ଅଫ ଇଣ୍ଡିଆ ମିଡିଆ ଗ୍ରୁପ ବେନେଟ୍, କୋଲେମାନ୍ ଏଣ୍ଡ୍ କୋ. ଲିମିଟେଡ଼୍ ଦ୍ଵାରା ପ୍ରକାଶ ପାଇଥିଲା । ଏହି କମ୍ପାନୀ, ନିଜର ଅନ୍ୟ କମ୍ପାନୀ ସହ ଦି ଟାଇମସ୍ ଗ୍ରୁପ୍ ନାମରେ ଜଣାଶୁଣା ।ଏହା ମଧ୍ୟ ଅନ୍ୟ କେତେଗୁଡିଏ ସମ୍ବାଦପତ୍ର ପ୍ରକାଶ କରେ, ଯଥା - ଅହମଦାବାଦ୍ ମିରର୍, ବାଙ୍ଗାଲୋର ଟାଇମସ୍, ଦିଲ୍ଲୀ ଟାଇମସ୍, ଦି ଇକୋନୋମିକ୍ ଟାଇମସ୍, ଏଇ ସମୟ, (ଏକ ବଙ୍ଗଳା ଦୈନିକ), ମହାରାଷ୍ଟ୍ର ଟାଇମସ୍, (ଏକ ମରାଠୀ-ଭାଷା ଦୈନିକ), ମୁମ୍ବାଇ ମିରର୍, ନବଭାରତ ଟାଇମସ୍, (ଏକ ହିନ୍ଦୀ-ଭାଷା ଦୈନିକ) ଏବଂ ପୁନେ ମିରର୍

ଦି ଟାଇମସ୍ ଅଫ ଇଣ୍ଡିଆବଜାର କେତେକ ମୁଖ୍ୟ ସହର ଯଥା ମୁମ୍ବାଇ,[୧୫] ଅହମଦାବାଦ, ଔରଙ୍ଗାବାଦ, ବାଙ୍ଗାଲୋର, ଭୋପାଳ, ଭୁବନେଶ୍ୱର, କାଲିକଟ, ଚଣ୍ଡୀଗଡ଼, ଚେନ୍ନାଇ, କୋଇମ୍ବାଟୋର, ଦିଲ୍ଲୀ, ଗୌହାଟି, ହାଇଦ୍ରାବାଦ, ଇନ୍ଦୋର, ଜୟପୁର, କୋଲ୍ହାପୁର, କୋଲକାତା, ମଦୁରାଇ, ପାଟନା, ପୁଡୁଚେରୀ, ପୁଣେ, କୋଚି, ଲକ୍ଷ୍ନୌ, ନାଗପୁର, ନାଶିକ, ପାଣାଜୀ, ମହୀଶୂର, ହୁବଳି, ମାଙ୍ଗାଲୋର, ରାୟପୁର, ରାଞ୍ଚି, ସୁରତ, ତ୍ରିଚି, ତ୍ରିବେନ୍ଦ୍ରମ, ବାରଣାସୀ , ବିଜୟ୍ୱାଡ଼ା ଏବଂ ବିଶାଖାପଟନମ୍[ଆଧାର ଲୋଡ଼ା]

ସମ୍ପାଦକୀୟ ମତଭେଦ[ସମ୍ପାଦନା]

୨୬ ଜାନୁଆରୀ ୧୯୭୫, ଭାରତରେ ଏକ ଜରୁରୀକାଳୀନ ପରିସ୍ଥିତିର ପରଦିନ, ଦି ଟାଇମସ୍ ଅଫ୍ ଇଣ୍ଡିଆବମ୍ବେ ସଂସ୍କରଣ ଏକ ମୃତ୍ୟୁ ସମ୍ବାଦର ସ୍ତମ୍ଭ ସହ ପ୍ରବେଶ କରିଥିଲା, ଯାହାର ନାମ ଥିଲା, "ଡି.ଇ.ଏମ୍.ଓ' କ୍ରେସି ବିଲଭଡ୍ ହଜବ୍ୟାଣ୍ଡ୍ ଅଫ ଟି. ରୁଥ୍, ଫାଦର ଅଫ ଏଲ୍.ଆଇ. ବର୍ଟି, ବ୍ରଦର୍ ଅଫ୍ ଫେଥ୍, ହୋପ୍ ଏଣ୍ଡ ଜଷ୍ଟିକା ଏକ୍ସପାୟାର୍ଡ ଅନ୍ ୨୬ ଜୁନ [୧୬] ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୨୧-ମାସ ଜରୁରୀକାଳୀନ ପରିସ୍ଥିତିର ଏକ ସମାଲୋଚନା ଥିଲା ଯାହାକି ବର୍ତ୍ତମାନ ବିସ୍ତୃତ ଭାବରେ ଦି ଏର୍ମଜେନ୍ସି ଭାବରେ ଜଣାଶୁଣା ଏବଂ ଏହାକୁ ଅଧିକାଂଶ ଭାରତ ସରକାର[୧୭][୧୮]ଙ୍କ ସମ୍ପୂର୍ଣ୍ଣ ଆଜ୍ଞାକାରୀର ଯୁଗ ରୂପେ ଦେଖିଥାନ୍ତି ।

ଟାଇମସ୍ ଗ୍ରୁପ ନେଟୱର୍କ[ସମ୍ପାଦନା]

  • ଜିଗହ୍ଵିଲସ୍ : ଏକ ୱେବସାଇଟ୍, ଯାହା କାର୍ ଓ ସେମାନଙ୍କ ସମୀକ୍ଷା, ରାସ୍ତା ପରୀକ୍ଷା ଏବଂ ଅନ୍ୟ ସ୍ଵତନ୍ତ୍ର ବୈଶିଷ୍ଟ୍ୟ ଉପରେ ଆଧାରିତ ।
  • ସ୍ପିକିଙ୍ଗ୍ ଟ୍ରି : ଏକ ଆଧ୍ୟାତ୍ମିକ ନେଟୱର୍କ ।
  • ହେଲଥ୍ ମି ଅପ୍ : ସ୍ଵାସ୍ଥ୍ୟ, ଖାଦ୍ୟ ଓ ସୁସ୍ଥ ରହିବାର ଏକ ୱେବସାଇଟ ।
  • କ୍ରିକ୍ ବଜ୍ : ନଭେମ୍ବର ୨୦୧୪ ମସିହାରେ ଦି ଟାଇମସ୍ ଗ୍ରୁପ୍ ଏହାକୁ ଅଧିଗ୍ରହଣ କରିଥିଲା ।କ୍ରିକେଟର ଖବର ଓ ଚାଲିଥିବା ଖେଳର ସ୍କୋର ଏହି ୱେବସାଇଟ ଦିଏ ।

ପ୍ରମୁଖ କର୍ମଚାରୀ[ସମ୍ପାଦନା]

ନିକଟ ଅଧୁନାତନ[ସମ୍ପାଦନା]

୨୦୦୬ ମସିହାର ଶେଷ ଭାଗରେ, ଦି ଟାଇମସ୍ ଗ୍ରୁପ୍ ବିଜୟାନନ୍ଦ ପ୍ରିଣ୍ଟର୍ସ ଲିମିଟେଡ଼୍ (ଭି ପି ଏଲ୍) ଅଧିଗ୍ରହଣ କଲା । ପୂର୍ବରୁ ଭିପିଏଲ୍ ଦୁଇଟି କନ୍ନଡ଼ ଭାଷାର ସମ୍ବାଦପତ୍ର ବିଜୟ କର୍ଣ୍ଣାଟକଊଷା କିରଣ ଏବଂ ଏକ ଇଂରାଜୀ ଭାଷାର ଦୈନିକ ବିଜୟ ଟାଇମସ୍ ପ୍ରକାଶ କରୁଥିଲା । ବିଜୟ କର୍ଣ୍ଣାଟକ ସେତେବେଳେ[୧୯] କନ୍ନଡ଼ ଭାଷାର ଅଗ୍ରଣୀ ସମ୍ବାଦପତ୍ର ଥିଲା ।

ଏହି ସମ୍ବାଦପତ୍ର ତା'ର ଚେନ୍ନାଇ ସଂସ୍କରଣ, ୧୨ ଅପ୍ରେଲ ୨୦୦୮[୨୦]ରେ ପ୍ରକାଶ କଲା । ଏହା ଫେବୃଆରୀ ୨୦୧୩ରେ କୋହ୍ଲାପୁର ସଂସ୍କରଣ ମଧ୍ୟ ପ୍ରକାଶ କରିଥିଲା ।

ଅଧିକ ପଢିବେ[ସମ୍ପାଦନା]

  • ଅଲେଟ୍ଟା, କେନ୍: "ସିଟିଜେନସ୍ ଜୈନ – ହ୍ଵାଏ ଇଣ୍ଡିଆ'ସ୍ ନ୍ୟୁଜ୍ ପେପର ଇଣ୍ଡଷ୍ଟ୍ରି ଇଜ୍ ଥ୍ରାଇଭିଂ ଦି ନ୍ୟୁୟର୍କର୍, ୮ ଅକ୍ଟୋବର ୨୦୧୨, ପୃଷ୍ଠା ୫୨ ରୁ ୬୧
  • ହିର୍ଶ୍ଚମନ୍, ଏଡଓ୍ଵିନ୍ ଆନ୍ ଏଡିଟର୍ ସ୍ପିକସ୍ ଫର୍ ନେଟିଭସ୍: ରବର୍ଟ ନାଇଟ୍ ଇନ୍ ୧୯ଥ୍ ସେଞ୍ଚୁରୀ ଇଣ୍ଡିଆ, ଜର୍ଣ୍ଣାଲିଜମ୍ କ୍ଵାଟର୍ଲି (୧୯୮୬) ୬୩#୨ ପିପି.ଏଣ୍ଡ୍ ଏନ୍ ବି ଏସ୍ ପି,୨୬୦-୨୬୭
  • ମେରିଲ୍, ଜନ୍ ସି. ଏଣ୍ଡ୍ ହାରୋଲ୍ଡ ଏ. ଫିସର୍. ଦି ଓ୍ଵାର୍ଲଡ'ସ୍ ଗ୍ରେଟ୍ ଡେଲିଜ୍: ପ୍ରୋଫାଇଲସ୍ ଅଫ୍ ଫିଫ୍ଟି ନ୍ୟୁଜ୍ ପେପର୍ (୧୯୮୦) ପିପି.ଏଣ୍ଡ୍ ଏନ୍ ବି ଏସ୍ ପି; ୩୩୦-୩୩

ବାହ୍ୟ ଆଧାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Details of language wise most circulated dailies for the audit period July-December 2013". Audit Bureau of Circulations. Retrieved 2014-11-10. 
  2. "The Times of India". Encyclopædia Britannica. 15 April 2013. Retrieved 2014-11-10. 
  3. ୩.୦ ୩.୧ "The Times of India turns the Times of Colour". Televisionpoint.com. 30 April 2006. Retrieved 2007-10-16. 
  4. Hirschmann, Edwin (୨୦୦୮). Robert Knight: Reforming Editor in Victorian India. Oxford University Press. ISBN ୯୭୮-୦-୧୯-୫୬୯୬୨୨-୬. 
  5. ୫.୦ ୫.୧ "Citizens Jain - The New Yorker". The New Yorker Magazine. 8 October 2012. Retrieved 2015-05-04. 
  6. Auletta. Page 55.
  7. "This is why Times of India is pro-Congress, Jain brothers owe their wealth to Gandhis". OpIndia.com. 15 December 2014. Retrieved 2015-05-04. 
  8. "Indian Millionaires arrested". Reuter (The Herald (Glasgow)), May 5, 1964. Retrieved May 6, 2015. 
  9. P. Menon Malhan, Sangita (୨ August ୨୦୧୩). THE TOI STORY: How A Newspaper Changed The Rules Of The Games. Noida: HarperCollins Publishers India. p. ୨୧୨. ISBN ୯୭୮୯୩୫୦୨୯୬୬୪୬. Retrieved ୨୦୧୫-୦୫-୦୩. 
  10. Subramanian, Samanth (1 December 2012). "Supreme Being: How Samir Jain created the modern Indian newspaper industry". The Caravan. Retrieved 2014-11-10. 
  11. "Trying times: Editorial changes in The Times of India raise disturbing questions". India Today. 7 July 1997. Retrieved 2014-11-10. 
  12. "Ashok Jain arrested". The Indian Express. 4 July 1998. http://expressindia.indianexpress.com/fe/daily/19980704/18555484.html. Retrieved 2013-05-18. 
  13. Mahalingam, Sudha (18–31 July 1998). "Ashok Jain is arrested by the Enforcement Directorate". Frontline. 15, No. 15. ISSN 0970-1710. Retrieved 2014-11-10. 
  14. "A newspaper scandal: Editorial changes in The Times of India raise disturbing questions". Fontline. 15, No. 12. 6–19 June 1998. Retrieved 2014-11-10. 
  15. "Online Mumbai Newspaper". Mid Day. 24 April 2014. 
  16. Austin, Granville (୧୯୯୯). Working a democratic constitution: the Indian experience. Oxford University Press. p. ୨୯୫. ISBN ୯୭୮-୦୧୯୫୬୪୮୮୮୧. (subscription required (help)). 
  17. "New book flays Indira Gandhi's decision to impose Emergency". IBN Live News. 30 May 2011. http://ibnlive.in.com/generalnewsfeed/news/new-book-flays-indira-gandhis-decision-to-impose-emergency/706495.html. Retrieved 2014-11-10. 
  18. Desai, Akshayakumar Ramanlal (୧୭ November ୧୯୮୬). Violation of Democratic Rights in India. Bombay: Popular Prakashan. p. ୨୦୮. ISBN ୯୭୮-୦୮୬୧୩୨୧୩୦୮. Retrieved ୨୦୧୪-୧୧-୧୦. 
  19. "Times Group acquires Vijayanand Printers". The Times of India. 15 June 2006. http://timesofindia.indiatimes.com/business/india-business/Times-Group-acquires-Vijayanand-Printers/articleshow/1651347.cms. Retrieved 2014-11-10. 
  20. "TN CM launches Chennai edition of Times of India". The Economic Times. 13 April 2008. http://economictimes.indiatimes.com/industry/tn-cm-launches-chennai-edition-of-times-of-india/articleshow/2949306.cms. Retrieved 2014-11-10.