ଶାନ୍ତି ଦେବୀ

ଉଇକିପିଡ଼ିଆ‌ରୁ
(Shanti Deviରୁ ଲେଉଟି ଆସିଛି)
ଶାନ୍ତି ଦେବୀ
ଶାନ୍ତି ଦେବୀ
Born(1934-04-18)୧୮ ଅପ୍ରେଲ ୧୯୩୪
ଗୋପାଳ ଗାଁ, ବାଲେଶ୍ୱର ଜିଲ୍ଲା
Died୧୬ ଜାନୁଆରୀ ୨୦୨୨(2022-01-16) (ବୟସ ୮୭)
Occupationସମାଜ ସେବୀ
Known forସେବା ସମାଜ ପ୍ରତିଷ୍ଠାତ୍ରୀ[୧]
Spouseରତନ ଦାସ[୨]
Parent(s)ରାଜେନ୍ଦ୍ର ମୋହନ ଦାସ, ନେତ୍ରମଣି ଦେବୀ
Awardsପଦ୍ମଶ୍ରୀ, ୨୦୨୧

ଶାନ୍ତି ଦେବୀ (୧୮ ଅପ୍ରେଲ ୧୯୩୪-୧୬ ଜାନୁଆରୀ ୨୦୨୨) ଜଣେ ଭାରତୀୟ ଗାନ୍ଧିବାଦୀ ସମାଜସେବୀ ଥିଲେ । ସେ ଗୁଣପୁରଠାରେ ସେବା ସମାଜ ନାମକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ।[୩] ବିନୋବା ଭାବେଙ୍କ "ଅହିଂସାର ଅନ୍ୱେଷଣ" ପୁସ୍ତକର ସେ ଓଡ଼ିଆ ଅନୁବାଦ କରିଥିଲେ । ତାଙ୍କର ସମାଜସେବା ନିମନ୍ତେ ସେ ପଦ୍ମଶ୍ରୀ ଏବଂ ଯମୁନାଲାଲ ବଜାଜ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

୨୦୨୨ ମସିହା ଜାନୁଆରୀ ୧୬ ତାରିଖରେ ଗୁଣୁପୁରୁଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[୪]

ପ୍ରାଥମିକ ଜୀବନ[ସମ୍ପାଦନା]

ଶାନ୍ତି ଦେବୀ, ୧୮ ଅପ୍ରେଲ ୧୯୩୪ ମସିହାରେ ବାଲେଶ୍ୱର ଜିଲ୍ଲାର ଗୋପାଳ ଗାଁରେ ଜନ୍ମଗ୍ରହଣ କରିଥିଲେ ।[୫] ପିତାଙ୍କ ନାମ ଥିଲା ରାଜେନ୍ଦ୍ର ମୋହନ ଦାସ ଓ ମା'ଙ୍କ ନାମ ନେତ୍ରମଣି ଦେବୀ । ଦାଦା ରବୀନ୍ଦ୍ର ମୋହନ ଦାସ ଓ ଖୁଡ଼ି ଗୋଦାବରୀ ଦେବୀ ସମାଜସେବାରେ ବ୍ରତୀ ଥିଲେ । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତକାଳରେ ଖୁଡ଼ି ଗୋଦାବରୀ ଦେବୀ ତାଙ୍କୁ ଓଡ଼ିଆ ପଢ଼ାଉଥିଲେ ।[୬] ପିଲାଟି ଦିନରୁ ଶାନ୍ତି ଦେବୀ ଗାନ୍ଧିଜୀ ଏବଂ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଶାନ୍ତି ଦେବୀ ଇଣ୍ଟରମିଡିଏଟ ପାସ କଲାପରେ କଲେଜ ଛାଡ଼ି ସମାଜ ସେବା ନିମିତ୍ତ ସ୍ୱାମୀ ରତନ ଦାସଙ୍କ[୭] ସହ କୋରାପୁଟ ଜିଲ୍ଲାକୁ ଚାଲିଆସିଥିଲେ । ୧୯୫୩ ମସିହାରେ ତତ୍କାଳୀନ କୋରାପୁଟ ଜିଲ୍ଲାର ସଂଖଳାପଦର ଗ୍ରାମରେ ଏକ ଆଶ୍ରମ ସ୍ଥାପନ କରି ଗ୍ରାମର ଦୁଃସ୍ଥ ତଥା ଅଶିକ୍ଷିତ ଆଦିବାସୀଙ୍କ ସେବା କରି ନିଜର ସମାଜ ସେବା ଆରମ୍ଭ କରିଥିଲେ ।

ସମାଜସେବା[ସମ୍ପାଦନା]

ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ ଶାନ୍ତି ଦେବୀ

ସଂଖଳାପଦର ଗ୍ରାମରେ ଶାନ୍ତିଦେବୀଙ୍କ ପ୍ରୟାସରେ ଆଦିବାସୀଙ୍କ ଜୀବନ ଧାରାରେ ବେଶ୍ ପରିବର୍ତ୍ତନ ପରିଲକ୍ଷିତ ହେବାର ଦେଖି ସେ ୧୯୬୪ ମସିହାରେ ରାୟଗଡ଼ାଠାରେ ମାତ୍ର ସାତ ଜଣ ଆଦିବାସୀ ଝିଅଙ୍କୁ ନେଇ ସେବା ସମାଜ ନାମକ ଏକ ସେମାଜସେବୀ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ।[୮] ୧୯୭୫ ମସିହାରେ ୨୫ଜଣ ଆଦିବାସୀ ପିଲାଙ୍କୁ ନେଇ ସେ ପୁଣି ଆଉ ଏକ ଆଶ୍ରମ ଗୁଣପୁରଠାରେ ପ୍ରତିଷ୍ଠା କରିଥିଲେ । ପୁଣି ୧୯୮୦ ମସିହାର ପ୍ରଳୟଙ୍କରୀ ବନ୍ୟା ପରେ ବାତ୍ୟା ପ୍ରପୀଡିତ ଆଦିବାସୀ ପିଲାଙ୍କ ସେବା ନିମିତ୍ତ ଜବରଗୁଡାଠାରେ ଅନ୍ୟ ଏକ ଆଶ୍ରମ ମଧ୍ୟ ପ୍ରତିଷ୍ଠା କରିଥିଲେ ।

ସେ ୧୯୯୩ ଫେବୃଆରୀରେ ଗୁଣପୁର ନିକଟସ୍ଥ ଲିମାମେଡାଠାରେ ଆଦିବାସୀ ଝିଅଙ୍କ ନିମନ୍ତେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । ଅନାଥାଶ୍ରମରେ ଶିଶୁ କନ୍ୟାଙ୍କ ସାମଗ୍ରିକ ବିକାଶ ଏବ ଛତିଶଗଡ଼ ଏବଂ ଓଡ଼ିଶାର ମାଓବାଦୀ ଅଂଚଳରେ ଶାନ୍ତି ପାଇଁ ତାଙ୍କର ମହତ୍ତ୍ୱପୂର୍ଣ୍ଣ ମହତ ଅବଦାନ ରହିଥିଲା ।[୯][୧୦]

ମୃତ୍ୟୁ[ସମ୍ପାଦନା]

୨୦୨୨ ମସିହା ଜାନୁଆରୀ ୧୬ ତାରିଖରେ ଗୁଣୁପୁରୁର ସେବା ସମାଜଠାରେ ତାଙ୍କର ପରଲୋକ ଘଟିଥିଲା ।[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Manorama Year Book. Manorama Publishing House. 1995.
  2. Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
  3. "Recipient of Jamnalal Bajaj Award for Uplift and Welfare of Women and Children-1994" (PDF). Retrieved 23 November 2015.
  4. ୪.୦ ୪.୧ "ଅନାଥ ହେଇଗଲା 'ସେବା ସମାଜ'; ପରଲୋକରେ ପଦ୍ମଶ୍ରୀ ଶାନ୍ତି ଦେବୀ". www.zeenews.india.com. ଜି ନ୍ୟୁଜ. Archived from the original on 17 January 2022. Retrieved 17 January 2022.
  5. "୨୧ର ପ୍ରତିଭା". epaper.prameyanews.com. ୩୧ ଜାନୁଆରୀ ୨୦୨୧. Archived from the original on ୧୦ ଫେବୃଆରୀ ୨୦୨୧. Retrieved 10 February 2021. {{cite web}}: Check date values in: |date= and |archivedate= (help)
  6. "ବ୍ୟକ୍ତିତ୍ୱ". ନିତିଦିନ ୧୭/୦୩/୨୦୧୮ ପୃଷ୍ଠା ୯. Retrieved 20 March 2018.[permanent dead link]
  7. Nagendra Kr Singh (2001). Encyclopaedia of women biography: India, Pakistan, Bangladesh. A.P.H. Pub. Corp. ISBN 978-81-7648-264-6.
  8. "ସମାଜର କଲ୍ୟାଣ ଓ ଶାନ୍ତିପାଇଁ ସମର୍ପିତା : ଶାନ୍ତି ଦେବୀ". theprajatantra.org. Archived from the original on ୧୯ ଫେବୃଆରୀ ୨୦୨୧. Retrieved 19 February 2021. {{cite web}}: Check date values in: |archivedate= (help)
  9. http://odishasuntimes.com/51566/5-women-leaders-shortlisted-maa-ghara-woman-peacemaker-award/
  10. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2015-11-23. {{cite web}}: Cite has empty unknown parameter: |1= (help)
  11. "Ms. Shanti Devi". jamnalalbajajawards.org. Retrieved 19 February 2021.
  12. "Award-2014". Retrieved 25 November 2015.[permanent dead link]
  13. "ପଦ୍ମଶ୍ରୀ ପାଇବେ ରାୟଗଡ଼ାର ଶାନ୍ତି ଦେବୀ". www.dharitri.com. ଧରିତ୍ରୀ. Archived from the original on 2 February 2021. Retrieved 2 February 2021.