Jump to content

ସରୋଜ ରାଜ ଚୌଧୁରୀ

ଉଇକିପିଡ଼ିଆ‌ରୁ
(Saroj Raj Choudhuryରୁ ଲେଉଟି ଆସିଛି)

ସରୋଜ ରାଜ ଚୌଧୁରୀ ଜଣେ ଭାରତୀୟ ପରିବେଶବିତ୍, ବନ୍ୟଜନ୍ତୁ ସଂରକ୍ଷଣବାଦୀ, ଲେଖକ ଏବଂ ଓଡ଼ିଶା ସରକାରଙ୍କ ଅଧୀନରେ ପ୍ରଥମ ଜଙ୍ଗଲ ସଂରକ୍ଷଣକାରୀ ଥିଲେ []। ସେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ସିମଲିପାଲ ଜାତୀୟ ଉଦ୍ୟାନର ପ୍ରତିଷ୍ଠାତା-ନିର୍ଦ୍ଦେଶକ ମଧ୍ୟ ଥିଲେ ।[] ଚୌଧୁରୀ ବ୍ୟାଘ୍ର ଗଣନା ପାଇଁ ନିୟୋଜିତ ପଦଚିହ୍ନ-କୌଶଳ ତଥା ଘରୋଇ ବାଘୁଣୀ ଖଇରୀ ସହ ବନ୍ଧୁତା ପାଇଁ ଜଣାଶୁଣା ଥିଲେ। ପଶୁଙ୍କ ସହ ତାଙ୍କର ଅନୁଭୂତି "Khairi: The Beloved Tigress" ନାମକ ଏକ ପୁସ୍ତକରେ ଲିପିବଦ୍ଧ ହୋଇଛି ଯାହାକି ୧୯୭୭ ମସିହାରେ ପ୍ରକାଶିତ ହୋଇଥିଲା । ୧୯୮୩ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀଙ୍କ (ଚତୁର୍ଥ ସର୍ବୋଚ୍ଚ ଭାରତୀୟ ନାଗରିକ ସମ୍ମାନ) ପ୍ରଦାନ କରିଥିଲେ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଓଡ଼ିଶାରେ ଜନ୍ମିତ ସରୋଜ ରାଜ ଚୌଧୁରୀ ଓଡ଼ିଶା ସରକାରଙ୍କ ବନ ଅଧିକାରୀ ଭାବରେ ନିଜର ବୃତ୍ତି ଆରମ୍ଭ କରିଥିଲେ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଅଧିକାରୀ ଭାବରେ ପଦବୀରେ ଅବସ୍ଥାପିତ ହୋଇଥିଲେ । ପରେ, ତାଙ୍କୁ ବନ ଅନୁସନ୍ଧାନ ପ୍ରତିଷ୍ଠାନର(Forest Research Institute), ଯାହାକି ୧୮୭୮ ମସିହାରେ ଜର୍ମାନ ଫରେଷ୍ଟର ଡିଟ୍ରିଚ ବ୍ରାଣ୍ଡିସଙ୍କଦ୍ୱାରା ପ୍ରତିଷ୍ଠିତ, ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଥିଲା । ୧୯୭୨ରେ ଯେତେବେଳେ ଶିମିଳିପାଳ ଜାତୀୟ ଉଦ୍ୟାନ ପ୍ରତିଷ୍ଠା ହେଲା, ଚୌଧୁରୀଙ୍କୁ ଏହାର ପ୍ରତିଷ୍ଠାତା କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦାସ୍ଥିତ ମୁଖ୍ୟାଳୟ ସହିତ ପ୍ରୋଜେକ୍ଟ ଟାଇଗରର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା ।[]

୧୯୭୪ ମସିହା ଚୌଧୁରୀଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା । ସେହି ସମୟରେ ଖରିଆ ଆଦିବାସୀମାନେ ଖଇରୀ ନଦୀ ନିକଟରେ ମିଳିଥିବା ଏକ ମାଇ ବାଘ ଛୁଆ ଧରି ତାଙ୍କ ନିକଟକୁ ଆଣିଥିଲେ | ସେ ବାଘ ଛୁଆଟିକୁ ଅତ୍ୟନ୍ତ ଯତ୍ନର ସହ ରଖିବା ସହ ଜଶିପୁରରେ ଥିବା ନିଜ ସରକାରୀ ଗୃହକୁ ଏପରି ରୂପାନ୍ତରିତ କଲେ ଯେପରିକି ତାହା ଖଇରୀର ରହିବା ପାଇଁ କୌଣସି ଅସୁବିଧା ହେବନାହିଁ | ସେ ପାଇଥିବା ନଦୀର ନାମ ଅନୁସାରେ ନାମ ଦିଆଯାଇଥିବା ଖଇରୀ ନାମକ ଏହି ବାଘ ଛୁଆ ପୂର୍ଣ୍ଣ ବୟସ୍କ ହୋଇଯିବା ପରେ ମଧ୍ୟ ମଧ୍ୟ ଅନେକ ବର୍ଷ ପର୍ଯ୍ୟନ୍ତ ଚୌଧୁରୀଙ୍କ ପାଖରେ ରହିଲା । ସେ ତାଙ୍କ ବାସଭବନରେ ଅନ୍ୟ ଅନେକ ବନ୍ୟଜନ୍ତୁଙ୍କୁ ମଧ୍ୟ ପାଳୁଥିଲେ ଯେପରିକି ଏକ କୁମ୍ଭୀର, ଜୁମ୍ବୁ ନାମକ ଏକ ଭାଲୁ ଛୁଆ, ବାଇନା ନାମକ ଏକ ଅନ୍ଧ ହାଇନା ଏବଂ ଏକ ଜଙ୍ଗଲୀ ନେଉଳ, ସମସ୍ତେ ତାଙ୍କ ପ୍ରାଙ୍ଗଣରେ ମୁକ୍ତ ଭାବରେ ବୁଲୁଥିଲେ ।[] ୧୯୮୧ ମସିହାରେ ରାବିସ୍‌ରେ ପୀଡ଼ିତ ଖଇରୀ ମରିଯିବା ପରେ ମର୍ମାହତ ଚୌଧୁରୀ ସେହି ବର୍ଷ ମୃତ୍ୟୁ ବରଣ କରିଥିଲେ ।[]

ଭାରତ ସରକାର ୧୯୮୩ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମାନରେ ସମାନିତ କରିଛନ୍ତି ।

  1. "Search". www.i-scholar.in. Archived from the original on 24 October 2020. Retrieved 22 October 2020.
  2. "Love requited". www.downtoearth.org.in (in ଇଂରାଜୀ). Retrieved 22 October 2020.
  3. "Wayback Machine". web.archive.org. 10 July 2015. Archived from the original on 10 July 2015. Retrieved 22 October 2020.
  4. Sharma, R. C. (2008). "The Wildlife Memoirs: A Forester Recollects". www.books.google.co.in (in ଇଂରାଜୀ). Concept Publishing Company. Retrieved 22 October 2020.
  5. Pioneer, The. "Forest officer who lived and died for a tigress". The Pioneer (in ଇଂରାଜୀ). Archived from the original on 26 October 2020. Retrieved 22 October 2020.

ଅଧିକ ତଥ୍ୟ

[ସମ୍ପାଦନା]