Jump to content

ପ୍ରଫୁଲ୍ଲ କୁମାର ଜେନା

ଉଇକିପିଡ଼ିଆ‌ରୁ
(Prafulla Kumar Jenaରୁ ଲେଉଟି ଆସିଛି)
ପ୍ରଫୁଲ୍ଲ କୁମାର ଜେନା
ଜନ୍ମ (1931-12-27) ୨୭ ଡିସେମ୍ବର ୧୯୩୧ (ବୟସ ୯୪)
ଓଡ଼ିଶା
ବୃତ୍ତିଧାତବ ବିଜ୍ଞାନୀ
ପୁରସ୍କାରପଦ୍ମଶ୍ରୀ

ପ୍ରଫୁଲ୍ଲ କୁମାର ଜେନା (ଜନ୍ମ: ୨୭ ଡିସେମ୍ବର ୧୯୩୧) ଜଣେ ଧାତବ ବିଜ୍ଞାନୀ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ଇଣ୍ଟରଡିସିପ୍ଲିନାରି ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜିର (ପୂର୍ବତନ ରିଜିଓନାଲ ରିସର୍ଚ୍ଚ ଲାବୋରେଟରି)ପୂର୍ବତନ ନିର୍ଦ୍ଦେଶକ । [] ଟାଟା ଚେୟାର ଅଫ ଦି ଡିସ୍ଟିଙ୍ଗୁଇସଡ ପ୍ରଫେସର ଭାବରେ ଆଇଆଇଟି, ଖଡ଼ଗପୁରର ଡିପାର୍ଟମେଣ୍ଟ ଅଫ ମେଟାଲର୍ଜିକାଲ ଇଞ୍ଜିନିଅରିଙ୍ଗରେ ଥିଲେ । [] ସନ ୧୯୭୭ରେ ଭାରତ ସରକାର ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ କରିଥିଲେ ।

ଜୀବନୀ

[ସମ୍ପାଦନା]

ପ୍ରଫୁଲ୍ଲ କୁମାର ୧୯୩୧ ମସିହା ଡିସେମ୍ବର ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ, ସ୍ନାତକ ପାଠରେ ରସାୟନ ବିଜ୍ଞାନରେ ଅନର୍ସ ଓ ଫିଜିକାଲ କେମିସ୍ଟ୍ରିରେ ମାସ୍ଟର ଡିଗ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପାଇଥିଲେ ।[][][] ପିଏଚଡି କରିବା ନିମନ୍ତେ ସେ ସେହି ବିଶ୍ୱବିଦ୍ୟାଳରେ ରହିଲେ [] ବ୍ରିଟିଶ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ମେଟାଲର୍ଜି ଇଞ୍ଜିନିୟରିଙ୍ଗରେ ଏମଏସ ପ୍ରାପ୍ତ କଲେ ।[][][] ଭାଭା ଆଟମିକ ରିସର୍ଚ୍ଚ ସେଣ୍ଟର, ଟ୍ରମ୍ବେରେ ସେ ସିନିଅର ବୈଜ୍ଞାନିକ ରୂପେ କାର୍ଯ୍ୟ ଆରମ୍ଭ କରି ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପ୍ରଫେସର ହୋଇଥିଲେ ।[][][] ଆଇ ଆଇଟି ଖଡ଼ଗପୁରର ମେଟାଲର୍ଜିକାଲ ଇଞ୍ଜିନିଅରିଙ୍ଗ ଡିପାର୍ଟମେଣ୍ଟରେ ଟାଟା ଚେୟାର ଅଫ ଡିସ୍ଟିଙ୍ଗୁଇସଡ ପ୍ରଫେସର ପାଇବା ପୂର୍ବରୁ ସେ କାଉନସିଲ ଫର୍ ସାଇଣ୍ଟିଫିକ ଓ ଇଣ୍ଡସ୍ଟ୍ରିଆଲ ରିସର୍ଚ୍ଚରେ ରିଜିଓନାଲ ରିସର୍ଚ୍ଚ ଲାବୋରେଟରୀରେ ୧୯୭୨ରେ ନିର୍ଦ୍ଦେଶକ ଥିଲେ[] ଓ ସନ ୧୯୮୬ରେ ସିଏସଆଇଆରରେ ଡାଇରେକ୍ଟର ଜେନେରାଲ ହୋଇଥିଲେ ।[][][] ଦୁଇଟି ବିଦେଶ ବିଶ୍ୱବିଦ୍ୟାଳୟ, ବ୍ରାଜିଲର ପୋଣ୍ଟିଫିକାଲ କ୍ୟାଥିଲିକ ୟୁନିଭରସିଟି ଅଫ ରିଓ ଡି ଜାନେରିଓ, ଓ ଜାପାନର ସେଣ୍ଡାଇସ୍ଥିତ ଟୋହୋକୁ ବିଶ୍ୱବିଦ୍ୟାଳୟରେ ସେ ଭିଜିଟିଙ୍ଗ ପ୍ରଫେସର ଥିଲେ ।[][][] ନାଚୁରାଲ ରିସୋର୍ସ ଡେଭଲପମେଣ୍ଟ ଫାଉଣ୍ଡେସନର ପୂର୍ବତନ ପ୍ରେସିଡେଣ୍ଟ ଜେନା ଇନ୍ଟିଚ୍ୟୁଟ ଅଫ ଆଡଭାନ୍‌ସଡ୍ ଟେକନୋଲୋଜି ଓ ଏନଭିରନମେଣ୍ଟାଲ ସ୍ଟଡିଜର ଚେୟାର ହାସଲ କରିଥିଲେ,[] ଯେଉଁ ସଂସ୍ଥା ମାଇନିଙ୍ଗ ଓ ମିନରାଲ ପ୍ରସେସେଙ୍ଗ, ମ୍ୟାନେଜମେଣ୍ଟ ଅଫ ୱେସ୍ଟ ଆଣ୍ଡ ୱାଟର ରିସୋର୍ସ ଓ ମାଟେରିଆଲ ଡେଭଲପମେଣ୍ଟରେ କନସଲ୍‌ଟାନ୍ସି ଓ ଟ୍ରେନିଙ୍ଗ ଦେଉଥିଲା ।[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ପଦ୍ମଶ୍ରୀ, ୧୯୭୭[]
  1. ୧.୦ ୧.୧ ୧.୨ ୧.୩ "Institute of Advanced Technology and Environmental Studies profile" (PDF). Institute of Advanced Technology and Environmental Studies. 2015. Archived from the original (PDF) on 27 June 2015. Retrieved 26 June 2015.
  2. ୨.୦ ୨.୧ "IAS Fellows". Indian Academy of Sciences. 2015. Retrieved 26 June 2015.
  3. ୩.୦ ୩.୧ ୩.୨ ୩.୩ ୩.୪ "Prof. Prafulla Kumar Jena". Zoom Info. 2015. Retrieved 26 June 2015.
  4. ୪.୦ ୪.୧ ୪.୨ ୪.୩ ୪.୪ "Odiya Org: Prafulla Kumar Jena". Odiya Org. 2015. Retrieved 26 June 2015.
  5. ୫.୦ ୫.୧ ୫.୨ "Organisation : Chairman". IATES. 2015. Archived from the original on 27 June 2015. Retrieved 26 June 2015.
  6. "Workaholic Scientist Prafulla Kumar Jena". The Pioneer. 11 November 2014. Archived from the original on 23 September 2015. Retrieved 26 June 2015.
  7. "IATES about". IATES. 2015. Archived from the original on 24 September 2015. Retrieved 26 June 2015.
  8. "Padma Shri" (PDF). Padma Shri. 2015. Archived from the original (PDF) on 15 October 2015. Retrieved 18 June 2015.