ପ୍ରଫୁଲ୍ଲ କୁମାର ଜେନା (ରାଜନେତା)

ଉଇକିପିଡ଼ିଆ‌ରୁ
ପ୍ରଫୁଲ୍ଲ କୁମାର ଜେନା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୧ – ୧୯୯୫
ପୂର୍ବ ଅଧିକାରୀଅର୍ଜୁନ ଚରଣ ସେଠୀ
ପର ଅଧିକାରୀଅର୍ଜୁନ ଚରଣ ସେଠୀ
ନିର୍ବାଚନ ମଣ୍ଡଳୀଭଣ୍ଡାରିପୋଖରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1963-05-03) ୩ ମଇ ୧୯୬୩ (ବୟସ ୬୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀମନୋରମା ଜେନା
ବାପା/ବୋଉବାବୁ ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରଫୁଲ୍ଲ କୁମାର ଜେନା (ଜନ୍ମ: ୩ ମଇ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ପ୍ରଫୁଲ୍ଲ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୯୧ ମସିହାରେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ପ୍ରଫୁଲ୍ଲ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରଫୁଲ୍ଲ ଜେନା ୧୯୬୩ ମସିହାର ମଇ ମାସ ୩ ତାରିଖରେ ଭଦ୍ରକ ଜିଲ୍ଲାର ମହାନ୍ତିପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ବାବୁ ଜେନା ।[୧] ସେ କଳାରେ ସ୍ନାତକ କରିଥିଲେ । ସେ କଲେଜରେ ପଢ଼ିଲାବେଳେ କଲେଜର ସଭାପତି ଥିଲେ । ପ୍ରଫୁଲ୍ଲ ମନୋରମା ଜେନାଙ୍କୁ ବିବାହ କରିଥିଲେ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରଫୁଲ୍ଲ ଜେନା ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ପ୍ରଫୁଲ୍ଲ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୯୧ ମସିହାରେ ହୋଇଥିବା ଉପ-ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ୧୦ମ ଓଡ଼ିଶା ବିଧାନ ସଭାରେ ବିଧାୟକ ଥିବା ଅର୍ଜୁନ ଚରଣ ସେଠୀ ୧୯୯୧ ମସିହାରେ ଭାରତୀୟ ସାଧାରଣ ନିର୍ବାଚନରେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୧୦ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଫଳରେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନଟି ଖାଲି ପଡ଼ିଥିଲେ । ତେଣୁ ୧୯୯୧ ମସିହାରେ ଏହି ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଏହି ଉପ-ନିର୍ବାଚନରେ ସେ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହି ବିଧାନ ସଭାରେ ସେ ୧୯୯୧ ମସିହାରୁ ୧୯୯୫ରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।[୩]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Prafulla Kumar Jena". odishaassembly.nic.in. Odisha Assembly. Retrieved 6 April 2019.
  2. ୨.୦ ୨.୧ "MLA Prafulla Kumar Jena(Bye) Profile | BHANDARIPOKHARI Constituency". naveenpatnaik.com. Archived from the original on 2019-04-04. Retrieved 2019-04-06.
  3. ୩.୦ ୩.୧ "MLA Prafulla Kumar Jena(Bye) Profile | BHANDARIPOKHARI Constituency". www.odishahelpline.com. Retrieved 2019-04-06.