କେଦାର ମିଶ୍ର
କେଦାର ମିଶ୍ର | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
କେଦାର ମିଶ୍ର, ଜଣେ ଓଡ଼ିଆ ସାହିତ୍ୟିକ, ସାମ୍ବାଦିକ ଏବଂ ସମ୍ପାଦକ । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ କବିତା, ପ୍ରବନ୍ଧ, ସ୍ତମ୍ଭରଚନା ସହ ଏକାଧିକ ପତ୍ରିକାର ସମ୍ପାଦନା ସହିତ ଜଡ଼ିତ ରହିଆସିଛନ୍ତି । ନୃତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ଏବଂ ମଞ୍ଚ ଉପରେ ସେ ନିୟମିତ ସମୀକ୍ଷା ଲେଖନ୍ତି । ଏତଦ ଭିନ୍ନ ଜଣେ ସାହିତ୍ୟ ସଙ୍ଗଠକ ଓ ମଞ୍ଚ ପରିଚାଳକ ଭାବରେ ମଧ୍ୟ ସେ କାର୍ଯ୍ୟ କରିଥାନ୍ତି ।[୨]
କେଦାର, ୧୯୭୧ ମସିହାରେ ସୋନପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।
ରଚନାବଳୀ
[ସମ୍ପାଦନା]କବି, ପ୍ରାବନ୍ଧିକ ଏବଂ ଜଣେ ସ୍ତମ୍ଭକାର ଭାବରେ କେଦାରଙ୍କ ପରିଚୟ । ତାଙ୍କର ୫ଟି କବିତା ପୁସ୍ତକ ଏବଂ ୨ଟି ପ୍ରବନ୍ଧ ପୁସ୍ତକ ପ୍ରକାଶିତ ହୋଇସାରିଛି ।[୩] ସାମ୍ବାଦିକ ବୃତ୍ତିରେ ରହି ସେ ବିଭିନ୍ନ ପତ୍ର ପତ୍ରିକାର ସମ୍ପାଦନା ସହିତ ମଧ୍ୟ ଜଡ଼ିତ ରହିଆସିଛନ୍ତି । ତାଙ୍କ କବିତା ଓ ପ୍ରବନ୍ଧ ବିଭିନ୍ନ ପତ୍ର ପତ୍ରିକାରେ ନିୟମିତ ପ୍ରକାଶ ପାଇ ଆସିଛି ।[୪] ତାଙ୍କ କବିତା ଜର୍ମାନ, ଇଂରାଜୀ, ଋଷିଆନ, ସ୍ପାନିଶ, ବଙ୍ଗଳା, ହିନ୍ଦୀ, ନେପାଳୀ, ମାଲାଲାୟମ, ଅହମିୟା, ତାମିଲ ଆଦି ଭାଷାକୁ ଅନୁବାଦିତ ହୋଇଛି ।
କବିତା
[ସମ୍ପାଦନା]- ଶବ୍ଦକୁ ଚାରିପାଦ - ୨୦୦୦
- ଅଶାସୂକ୍ତ - ୨୦୦୦
- ପ୍ରେମର ଦୂର ଗୀତ - ୨୦୧୩
- ରାଗ କେଦାର - ୨୦୦୮
- ଶୂନ୍ୟ ଅଭିସାର - ୨୦୦୩
- ଶୂନ୍ୟ ଶୃଙ୍ଗାର
- ଉଦୟ ରାଗ - ୨୦୦୯
ଗଳ୍ପ
[ସମ୍ପାଦନା]- ବାଗ୍ ବିଶେଷ - ୨୦୦୮
- ଶେଷ ସ୍ପର୍ଶ - ୨୦୧୩
ଅନ୍ୟାନ୍ୟ
[ସମ୍ପାଦନା]- Popular Religion and Ascetic Practices: New Studies on Mahimā Dharma[୫]
- Caterpillar and the Mahua Flower: Tremors in India's Mining Fields[୬]
ସମ୍ପାଦନା
[ସମ୍ପାଦନା]- ସଚିତ୍ର ବିଜୟା
- ଅନୁପମ ଭାରତ[୫]
- ସଞ୍ଚାର
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସଂସ୍କୃତି ମିତ୍ର ସମ୍ମାନ - ୨୦୧୨
- ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ - ୨୦୧୪[୭]
- ପ୍ରଫୁଲ୍ଲ ମହାକୂଳ କବିତା ପୁରସ୍କାର
- ଅଂକୁର କବିତା ପୁରସ୍କାର
- ସଚ୍ଚି ରାଉତରାୟ ନବ ପର୍ବ କବିତା ପୁରସ୍କାର
- ଅଭିନନ୍ଦିକା ସମ୍ମାନ
- ସ୍ୱର ଓ ସ୍ୱାକ୍ଷର କବିତା ପୁରସ୍କାର
- ସମଦୃଷ୍ଟି ଲେଖକ ପୁରସ୍କାର
- ସିଂଧୁଜା ସମ୍ମାନ
- ପକ୍ଷୀଘର ଲେଖକ ସମ୍ମାନ
- ଅଳକା ଯୁବ କବି ପୁରସ୍କାର
- ଅବନୀ ବରାଳ ସ୍ମୃତି ସମ୍ମାନ[୮]
ଆଧାର
[ସମ୍ପାଦନା]- ↑ Angelika Malinar; Johannes Beltz; Heiko Frese (1 September 2004). Text and context in the history, literature, and religion of Orissa. Manohar. ISBN 978-81-7304-566-0.
- ↑ ଦ ସନଡେ ଇଣ୍ଡିଆନ ୨୮/୦୬/୨୦୦୯.
{{cite news}}
:|access-date=
requires|url=
(help); Missing or empty|title=
(help) - ↑ Indian Literature. Sahitya Akademi. July 2005.
- ↑ http://www.telegraphindia.com/1141208/jsp/odisha/story_2494.jsp
- ↑ ୫.୦ ୫.୧ Ishita Banerjee-Dube; Johannes Beltz (1 January 2008). Popular Religion and Ascetic Practices: New Studies on Mahimā Dharma. Manohar Publishers & Distributors. ISBN 978-81-7304-756-5. ଆଧାର ଭୁଲ: Invalid
<ref>
tag; name "Banerjee-DubeBeltz2008" defined multiple times with different content - ↑ Rakesh Kalshian (2007). Caterpillar and the Mahua Flower: Tremors in India's Mining Fields. Panos South Asia. ISBN 978-99933-766-7-5.
- ↑ http://www.goethe.de/ins/in/en/kol/ver.cfm?fuseaction=events.detail&event_id=20675210
- ↑ "ସୃଜନ ସମ୍ପର୍କ". ମୋ ସହର ସମ୍ପର୍କ: ୪୮. ୧୧ ଅଗଷ୍ଟ ୨୦୧୮.
{{cite journal}}
: Check date values in:|date=
(help)