ବିଚ୍ଛନ୍ଦଚରଣ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ବିଚ୍ଛନ୍ଦ ଚରଣ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1901-01-20)୨୦ ଜାନୁଆରୀ ୧୯୦୧
ଜାଆଁଳା, ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶା
ମୃତ୍ୟୁ୧୯୬୧
ସମ୍ପର୍କୀୟପଦ୍ମଚରଣ ପଟ୍ଟନାୟକ (ବଡ଼ଭାଇ)

ବିଚ୍ଛନ୍ଦ ଚରଣ ପଟ୍ଟନାୟକ (୨୦ ଜାନୁଆରୀ ୧୯୦୧[୧] - ୧୯୬୧) ଖୋର୍ଦ୍ଧା ଜିଲ୍ଲାର ଜାଆଁଳାଠାରେ ଜନ୍ମିତ ଜଣେ ଓଡ଼ିଆ ସାହିତ୍ୟିକ ଓ ଦେଶସେବକ ଥିଲେ । ସେ ସାହିତ୍ୟିକ ପଦ୍ମଚରଣ ପଟ୍ଟନାୟକଙ୍କ ସାନ ଭାଇଥିଲେ ।

ଜୀବନକାଳ[ସମ୍ପାଦନା]

ବିଚ୍ଛନ୍ଦ ଚରଣ ଖୋର୍ଦ୍ଧା ନିକଟରେ ଥିବା ଜାଅଁଳା ନିବାସୀ ପିତା ଗୋଲୋକ କୃଷ୍ଣ ଓ ମାତା ରାଧାରାଣୀଙ୍କର ମଝିଆ ପୁଅ ଥିଲେ । ତାଙ୍କ ପିଲାବେଳରେ ସେ ବାପାଙ୍କ ପ୍ରଭାବରେ ଆଧ୍ୟାତ୍ମିକ ଓ କଳାନୁରାଗୀ ହୋଇଥିଲେ । ତେବେ ତାଙ୍କ ପୂର୍ବପୁରୁଷଙ୍କ ସଞ୍ଚିତ ଧନରାଶି ଖଳଲୋକଙ୍କ ଚକ୍ରାନ୍ତ ଯୋଗୁଁ ଧର୍ମ୍ରପ୍ରାଣ ପିତାଙ୍କ ଦେଇ ଧୀରେ ଧୀରେ ସରି ଆସିବାରୁ ତାଙ୍କ ପରିବାରର ଆର୍ଥିକ ଅବନତି ଘଟିଲା । ଶାରୀରିକ ଅଚଳତା ହେତୁ ସେ ଅନେକ କାଳ ଚଳପ୍ରଚଳ କରିପାରୁନଥିଲେ । ଜଣେ କାଚରାଣୀର ସହାୟତାରେ ସବୁ ଦିନ ସକଳ ୯ ଘଟିକା ଯାଏଁ ତାଙ୍କ ପାଦଠାରୁ ଅଣ୍ଟା ପର୍ଯ୍ୟନ୍ତ ପୋତା ହୋଇ ରଖାଯାଉଥିଲା । ତିନିମାସ ପରେ ସେ ପାଦ ଘୋଷାଡ଼ି ଘୋଷାଡ଼ି ଚାଲିବା ଆରମ୍ଭ କଲେ । ତାଙ୍କର ବାଳଶିକ୍ଷା ଚାଟଶାଳୀରେ ଶେଷ ହୋଇଥିଲା । ସେ ପିଲାବେଳେ ସାହିତ୍ୟ ଓ ବ୍ୟାକରଣରେ ଅଗାଧ ଜ୍ଞାନ ଓ ରାମାୟଣ, ମହାଭାରତର ଚରିତ୍ରମାନଙ୍କ ବିଷୟରେ ପରିଚିତି ଲାଭ କରିଥିଲେ ।

ଓଡ଼ିଆ ସହ ସେ ଇଂରାଜୀ ଓ ବଙ୍ଗଳା ଭାଷାରେ ମଧ୍ୟ ଲିଖନ ପଠନରେ ଆଗଭର ଥିଲେ । ଖୋର୍ଦ୍ଧା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଥିବା ତାଙ୍କ ବଡ଼ ଭାଇ ପଦ୍ମଚରଣ ପଟ୍ଟନାୟକଙ୍କ ପ୍ରେରଣାରେ ସେ ସୁପରିଚିତ ଇଂରାଜୀ କବିମାନଙ୍କର କବିତାକୁ ଓଡ଼ିଆରେ ଅନୁବାଦ କରିଥିଲେ । ସେହିପରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ, କବିସୂର୍ଯ୍ୟ ବଳଦେବଅଭିମନ୍ୟୁ ସାମନ୍ତ ସିଂହାରଙ୍କ କବିତାବଳୀକୁ ଇଂରାଜୀରେ ଅନୁବାଦ କରିଥିଲେ ।

ସେ ପ୍ରାଚୀ ସମିତି ଦେଇ ପ୍ରକାଶିତ ଇଂରାଜୀ ପତ୍ରିକା ପ୍ରାଚୀର ସମ୍ପାଦନା ଭାର ବହନ କରୁଥିଲେ । ତାଙ୍କର ପ୍ରଥମ ସମ୍ପାଦକୀୟ ଖୁବ ଉନ୍ନତ ଇଂରାଜୀରେ ଲେଖା ଓ ଭାବଗର୍ଭକ ହୋଇଥିବା ଦେଖି ଉତ୍କଳ ଗୌରବ ମଧୁସୂଦନ ଦାସ ତାଙ୍କୁ ଜଣାଇଥିଲେ :

ମୁଁ ମନେ କରିଥିଲି ଯେ ମୋ ପରି ଇଂରାଜୀରେ ଲେଖିବା ବ୍ୟକ୍ତି ଓଡ଼ିଶାରେ ଆଉ କେହି ଜଣେ ରହିବେ ନାହିଁ । କିନ୍ତୁ ଏବେ ବୁଝିଲି ତୁମେ ହିଁ ମୋ ସ୍ଥାନ ପୂରଣ କଲ । ମଧୁସୂଦନ ଦାସ ଆଉ କାହା ପାଖକୁ ଯାଏନାହିଁ । ସମସ୍ତେ ତା ପାଖକୁ ଆସନ୍ତି । କିନ୍ତୁ ତୁମ ଅପୂର୍ବ ପ୍ରତିଭାକୁ ସମ୍ମାନ ଜଣାଇବାକୁ ମୁଁ ଆଜି ଏ ନିୟମର ବ୍ୟତିକ୍ରମ କଲି । ତୁମେ ଯଦି ଶିଶୁ ହୋଇଥାନ୍ତ ତାହା ହେଲେ ମୁଁ ତୁମକୁ ଡାକ୍ତରଙ୍କଦ୍ୱାରା ଖଞ୍ଜତ୍ୱରୁ ମୁକ୍ତ କରିଥାନ୍ତି ।

ସତ୍ୟବାଦୀର ବନ ବିଦ୍ୟାଳୟରେ ସେ କିଛି କାଳ ବିଦ୍ୟାଲାଭ କରିଥିଲେ । ସେହି କାଳରେ ସେ ଉତ୍କଳମଣି ଗୋପବନ୍ଧୁ, ପଣ୍ଡିତ ଗୋଦାବରୀଶ, ପଣ୍ଡିତ ନୀଳକଣ୍ଠ, ଆଚାର୍ଯ୍ୟ ହରିହର ଆଦି ମହାମନୀଷୀଙ୍କର ଦେଇ ଦେଶ ଓ ଜାତି ପ୍ରେମ, ଶୃଙ୍ଖଳା, ସମୟାନୁବର୍ତ୍ତିତା ଆଦିରେ ଅନୁପ୍ରାଣିତ ହୋଇଥିଲେ । ମହାତ୍ମା ଗାନ୍ଧୀଙ୍କ ଦେଇ ସଙ୍ଘଟିତ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ସେ ପଢ଼ା ଛାଡ଼ି ଘରକୁ ଫେରି ଆସିଥିଲେ । ତେବେ ଏହାକୁ ତାଙ୍କ ପରିବାର ଲୋକେ ନାପସନ୍ଦ କରିବାରୁ ସେ ଏହି ଆନ୍ଦୋଳନରେ ପରୋକ୍ଷ ଭାବରେ ଭାଗନେଇଥିଲେ ।

ରଚନାବଳୀ[ସମ୍ପାଦନା]

ସବୁଜପରି(ବ୍ୟଙ୍ଗ କବିତା),

କବିତା କୁମୁଦ(କବିତା ସଂକଳନ)

ମାନସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ପଟ୍ଟନାୟକ, ଡ. ବାବାଜୀଚରଣ. "ଆଜି ଜନ୍ମଦିନ: ବିଚ୍ଛନ୍ଦଚରଣ ପଟ୍ଟନାୟକ". ସମ୍ବାଦ. Archived from the original on 24 January 2017. Retrieved 20 January 2017.

Lua error in package.lua at line 80: module 'Module:Authority control/config' not found.