ଗୋଦାବରୀଶ ମିଶ୍ର

ଉଇକିପିଡ଼ିଆ‌ରୁ
(ପଣ୍ଡିତ ଗୋଦାବରୀଶରୁ ଲେଉଟି ଆସିଛି)
ପଣ୍ଡିତ

ଗୋଦାବରୀଶ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ(1886-10-26)୨୬ ଅକ୍ଟୋବର ୧୮୮୬
ଶ୍ରୀନିବାସପୁର ଶାସନ, ବାଣପୁର, ପୁରୀ
ମୃତ୍ୟୁ୨୬ ଜୁଲାଇ ୧୯୫୬(1956-07-26) (ବୟସ ୬୯)
ବୃତ୍ତିଶିକ୍ଷକତା, ରାଜନୀତି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି), ବି.ଟି.
ଶିକ୍ଷାନୁଷ୍ଠାନକଲିକତା ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ସନ୍ତାନରଘୁନାଥ ମିଶ୍ର
ସଭ୍ୟ: ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀବାଣପୁର[୧]
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳସ୍ୱାଧୀନ

ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬[୨] - ୨୬ ଜୁଲାଇ ୧୯୫୬[୩]) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ ।[୪] ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ ।[୫] ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଜୀବନୀ[ସମ୍ପାଦନା]

ଗୋଦାବରୀଶ ମିଶ୍ର ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ବାଣପୁରର ଶ୍ରୀନିବାସପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ସେ ଗୋପବନ୍ଧୁଙ୍କଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ତେବେ ସେ ରାଜନୀତିକୁ ପସନ୍ଦ କରୁନଥିଲେ । ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିବାରୁ ତାଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଥିଲା । ପରେ, ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ତାହାକୁ ପ୍ରତ୍ୟାଖାନ କରିଥିଲେ । ତାଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସେ କୁଳପତି ହୋଇପାରିନଥିଲେ ।

ରଚନାବଳୀ[ସମ୍ପାଦନା]

ଓଡ଼ିଆ ସାହିତ୍ୟରେ ସେ ପ୍ରଥମ ଗାଥା କବିତାର ଜନକ ଭାବେ ବିବେଚିତ ହୋଇଥାନ୍ତି । ସେ "ଘଟାନ୍ତର", "ଅଭାଗିନୀ", "ଅଠର ଶହ ସତର" ଓ "ନିବାସିତ" ଆଦି ଉପନ୍ୟାସର ସ୍ରଷ୍ଟା । ତାଙ୍କର "ଅଭାଗିନୀ" ଉପନ୍ୟାସ ୧୯୧୨ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ତାଙ୍କର ଅନ୍ୟ ଉପନ୍ୟାସଗୁଡ଼ିକ ୧୯୪୦ ମସିହାରୁ ୧୯୫୧ ମଧ୍ୟରେ ଆତ୍ମପ୍ରକାଶିତ ହୋଇଥିଲା । ତାଙ୍କ ଆତ୍ମଜୀବନୀ "ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ"ର[୬] ସୂଚୀପତ୍ରରେ ସେ ୮୫ଟି ବିଭାଗ ରଖିଥିଲେ, କିନ୍ତୁ ତାଙ୍କ ମୃତ୍ୟୁବେଳକୁ କେବଳ ୩୪ଟି ବିଭାଗ ଲେଖିସାରିଥିଲେ । ଏହି ପୁସ୍ତକ ପାଇଁ ତାଙ୍କୁ ୧୯୬୧ ମସିହାରେ ମରଣୋତ୍ତର ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୧ ("ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ" ପାଇଁ ମରଣୋତ୍ତର ଭାବେ)[୮]

ଆଧାର[ସମ୍ପାଦନା]

  1. "Godavaris Mishra". odishahelpline.com. Retrieved 26 October 2017.
  2. "ଆଜି ଜନ୍ମଦିନ". ସମ୍ବାଦା ୧୬/୧୦/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Archived from the original on 29 October 2016. Retrieved 26 October 2016.
  3. EMINENT LITERARY LUMINARIES OF ORISSA (PDF). odisha.gov.in. p. 297. Retrieved 1 January 2017. Died on July 26, 1956
  4. Amaresh Datta (1988). Encyclopaedia of Indian Literature. Sahitya Akademi. pp. 1591–. ISBN 978-81-260-1194-0.
  5. Encyclopaedia of Education, Culture and Children's Literature: v. 3. Indian culture and education. Deep & Deep Publications. 2009. pp. 174–. ISBN 978-81-8450-150-6.
  6. http://odisha.gov.in/e-magazine/Orissareview/2013/jun/engpdf/34-38.pdf
  7. Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000)
  8. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 11 June 2021.

Lua error in package.lua at line 80: module 'Module:Authority control/config' not found.