ପଦ୍ମଚରଣ ପଟ୍ଟନାୟକ
ପଦ୍ମଚରଣ ପଟ୍ଟନାୟକ | |
---|---|
ଜନ୍ମ | ୧୮୮୫ |
ମୃତ୍ୟୁ | ୧୯୫୬ |
ବୃତ୍ତି | ଆଇନଜୀବୀ |
ଉଲ୍ଲେଖନୀୟ କୃତି | ପଦ୍ମ ପାଖୁଡ଼ା, ଗୋଲାପ ଗୁଚ୍ଛ, ସୂର୍ଯ୍ୟମୁଖୀ, ଆଶା ମଞ୍ଜରୀ |
ବୈବାହିକ-ସାଥୀ | ଗୋଲାପମଣି ଦେଈ |
ପଦ୍ମଚରଣ ପଟ୍ଟନାୟକ (୧୮୮୫–୧୯୫୬) ଜଣେ ଭାରତୀୟ ଆଇନଜୀବୀ ଏବଂ ଓଡ଼ିଆ-ଭାଷୀ କବି ଥିଲେ ।[୧][୨] ସେ ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଣ୍ଣନା କରି ଛନ୍ଦୋବଦ୍ଧ ଏବଂ ଜାତୀୟତାବୋଧକ ତଥା ଶିଶୁସାହିତ୍ୟ କବିତା ରଚନା କରିଥିଲେ ।[୩][୪]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ପଦ୍ମଚରଣ ପଟ୍ଟନାୟକ ୧୮୮୫ ମସିହାରେ ଖୋର୍ଦ୍ଧା ଜିଲ୍ଲାସ୍ଥିତ ଜଟଣୀ ନିକଟସ୍ଥ ପାଞ୍ଚଗାଁଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କଙ୍କ ନାମ ଗୋପୀନାଥ ପଟ୍ଟନାୟକ ଏବଂ ମାତାଙ୍କ ନାମ ଅନ୍ନପୂର୍ଣ୍ଣା ଦେବୀ । ତାଙ୍କ ଉପରେ ଦୁଇ ଭାଇ କୁଞ୍ଜବିହାରୀ ଓ ଗୋଲୋକବିହାରୀ ଏବଂ ତଳେ ଜଣେ ଭାଇ ମଦନମୋହନ ଥିଲେ । ସେ ଗାଁରେ ସ୍କୁଲଶିକ୍ଷା ପରେ ପୁରୀ ଜିଲ୍ଲା ସ୍କୁଲରୁ ମାଧ୍ୟମିକ ଶିକ୍ଷାଲାଭ କରିଥିଲେ । ପରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷାଗ୍ରହଣ କରିଥିଲେ । ସେ ପରେ ସ୍ନାତକୋତ୍ତର ପାଇଁ କଲିକତା ଯାଇଥିଲେ ମଧ୍ୟ ତା' ବଦଳରେ ସେଠାରେ ଓକିଲାତି ପଢ଼ି ଓଡ଼ିଶା ଫେରିଆସିଥିଲେ ।[୫]
ବୃତ୍ତିଗତ ଜୀବନ
[ସମ୍ପାଦନା]ସେ ୧୯୧୬ରେ ପୁରୀରେ ଓକିଲାତି ଆରମ୍ଭ କରି ୧୯୫୬ରେ ଯାଏ ସେଠାରେ ରହିଥିଲେ ।[୫]
ପରିବାର
[ସମ୍ପାଦନା]ସେ ୧୯୧୭ ମସିହାରେ ୩୨ ବର୍ଷ ବୟସରେ ନିମାପଡ଼ା ନିକଟସ୍ଥ କୁମ୍ଭାରପଡ଼ାର ଗୋଲାପମଣି ଦେଈଙ୍କ ସହ ବିବାହ କରିଥିଲେ ।[୬] ଏହି ଦମ୍ପତ୍ତିଙ୍କର ଚାରିଝିଅ ସୁନାମଣି, ରାଧାମଣି, ସୂର୍ଯ୍ୟମଣି ଏବଂ ଆଶାମଣି ଏବଂ ଜଣେ ପୁଅ ଭୁବନମୋହନ । ୧୯୪୮ରେ ବାରବର୍ଷ ବୟସରେ ଭୁବନମୋହନଙ୍କ ଦେହାନ୍ତ ହୋଇଥିଲା ।[୫]
ରଚନାବଳୀ
[ସମ୍ପାଦନା]- ଆଶା ମଞ୍ଜରୀ ।[୭]
- ଗୋଲାପ ଗୁଚ୍ଛ
- ନେପୋଲିୟନ
- ଫକୀରମୋହନ
- ମହାତ୍ମା ଗାନ୍ଧୀ
- ମାର୍ଟିନ ଲୁଥର
- ସ୍ୱର୍ଣ୍ଣରେଣୁ
- ଧଉଳି ପାହାଡ଼[୮]
- ପଦ୍ମ ପାଖୁଡ଼ା[୯]
- ସୂର୍ଯ୍ୟମୁଖୀ
- ସୁନାର ଦେଶ
- ଯୀଶୁ[୧୦]
- କ୍ଷଣିକା
ମୃତ୍ୟୁ
[ସମ୍ପାଦନା]ସେ ଶେଷଜୀବନରେ ବଡ଼ଦାଣ୍ଡ ନିକଟସ୍ଥ ଘରେ ଅତି ଅସୁସ୍ଥ ହୋଇ ରହୁଥିଲେ । ମାୟାଧର ମାନସିଂହ ତାଙ୍କୁ ଏହିସମୟରେ ଆସି ସାକ୍ଷାତ କରିଥିଲେ ବୋଲି ମାୟାଧର ମାନସିଂହ ଗ୍ରନ୍ଥାବଳୀରେ ଉଲ୍ଲେଖ କରି ଲେଖିଥିଲେ, "ଏ ଦେଶରେ କବି, ଶିଳ୍ପୀ, ବୁଦ୍ଧିଜୀବୀର ପ୍ରକୃତ ବନ୍ଧୁ ଦେଶ, ସମାଜ ବା ଜୀବନ ନୁହେଁ ।[୧୧] ପ୍ରକୃତ ବନ୍ଧୁ ମୃତ୍ୟୁ । କବି ପଦ୍ମଚରଣଙ୍କର କରୁଣ ଶେଷଜୀବନ ତାହାହିଁ ପ୍ରମାଣିତ କରିଯାଇଛି" । ମାୟାଧର ପ୍ରାଣକୃଷ୍ଣ ପରିଜାଙ୍କୁ ପଦ୍ମଚରଣଙ୍କ ରୋଗ ବାବଦରେ ଜଣାଇବା ପରେ ପ୍ରାଣକୃଷ୍ଣ ପୁରୀର ତତ୍କାଳୀନ ସିଭିଲ ସର୍ଜନଙ୍କ ପାଖକୁ ନେଇ ପଦ୍ମଚରଣଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଇଥିଲେ । ୧୯୫୬ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା ।[୫]
ଆଧାର
[ସମ୍ପାଦନା]- ↑ "ପଦ୍ମଚରଣ ପଟ୍ଟନାୟକ". /www.odiasahitya.com. ଏ.ପି. ଇନଫୋଆର୍ଟ୍ସ୍ ପ୍ରା:ଲି:. Retrieved 10 May 2019.
{{cite web}}
: CS1 maint: extra punctuation (link) - ↑ Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
- ↑ Jatindra Mohan Mohanty (1980). There, where trees flower: essays on modern Oriya literature. Bookland International.
- ↑ Jagannatha Mahanti; Jagannātha Mahānti (1993). Children's Literature of Orissa. Orissa Sahitya Akademi.
- ↑ ୫.୦ ୫.୧ ୫.୨ ୫.୩ ଶୁଭେନ୍ଦୁ ମୁଣ୍ଡ (୧୯୯୩). ପଦ୍ମଚରଣ ପଟ୍ଟନାୟକ. p. ୩.
- ↑ ମହାନ୍ତି, ଜାନକୀ ବଲ୍ଲଭ. "ସ୍ୱପ୍ନବିଭୋର କବି ପଦ୍ମଚରଣ". ନବଯୁଗର କବି ଓ କାବ୍ୟଧାରା.
- ↑ B. B. Jena (1980). Orissa, people, culture, and polity. Kalyani Publishers.
- ↑ The March of India. Publications Division, Ministry of Information and Broadcasting. 1959.
- ↑ Orissa Society of Americas 31st Annual Convention Souvenir: For Annual Convention Held in 2000 at Nashville, Tennessee. Odisha Society of the Americas. pp. 66–. GGKEY:0LU8WHUW34Z.
- ↑ ପଦ୍ମଚରଣ ପଟ୍ଟନାୟକ (୧୯୨୮). ପଦ୍ମପାଖୁଡ଼ା.
- ↑ ମାନସିଂହ, ମାୟାଧର. ମାୟାଧର ମାନସିଂହ ଗ୍ରନ୍ଥାବଳୀ. pp. ୫୫୨.