ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

ଉଇକିପିଡ଼ିଆ‌ରୁ
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ  
ଭାଷାକୋଷର ମଲାଟ
ଲେଖକଗୋପାଳ ପ୍ରହରାଜ, ପୀତାମ୍ବରୀ ଦେବୀ
ମୂଳ ନାମPūrṇṇachandra Orḍiā Bhāshākosha
ଦେଶଭାରତ
ଭାଷାଓଡ଼ିଆ
ବିଭାଗଭାଷାକୋଷ
ପ୍ରକାଶକଉତ୍କଳ ସାହିତ୍ୟ ପ୍ରେସ
ପ୍ରକାଶ ତାରିଖ୧୯୩୧
ମାଧ୍ୟମ ପ୍ରକାରପ୍ରିଣ୍ଟ (ବନ୍ଧାଇ)
ପୃଷ୍ଠା୯,୫୦୦
OCLC ନମ୍ବର20792098

ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ଓଡ଼ିଆ ଶବ୍ଦକୋଷ ।[୧] ଏହା ସଂକଳନ କରିବାରେ ୩୦ରୁ ଅଧିକ ବର୍ଷ ସମୟ ଲାଗିଥିବା ବେଳେ ଏହା ୧୯୩୧ରୁ ୧୯୪୦ ଭିତରେ ୭ଟି ଖଣ୍ଡରେ ଓ ପ୍ରତି ଖଣ୍ଡ ଆକାରରେ ପାଖାପାଖି ରୟାଲ କ୍ୱାର୍ଟୋ ପୃଷ୍ଠା ଭାବରେ ପ୍ରକାଶିତ ହୋଇଥିଲା । ଏହାର ମୋଟ ପୃଷ୍ଠା ସଂଖ୍ୟା ୯,୫୦୦ ଓ ଏଥିରେ ୧୮୫,୦୦୦ ମୁଖ୍ୟଶବ୍ଦ ରହିଛି ।[୨][୩] ଏହାର ମୁଖ୍ୟ ସଂକଳକ ଥିଲେ ଗୋପାଳ ଚନ୍ଦ୍ର ପ୍ରହରାଜଉତ୍କଳ ସାହିତ୍ୟ ପ୍ରେସ ଏହାର ପ୍ରକାଶ ଓ ମୁଦ୍ରଣ କରିଥିଲେ । ତାଙ୍କ ସହ ତାଙ୍କର ମୁଖ୍ୟ ସହକର୍ମୀ ପୀତାମ୍ବରୀ ଦେବୀ ଓ ଅନ୍ୟାନ୍ୟ ସହକର୍ମୀମାନେ ଶବ୍ଦ ସଂଗ୍ରହ ଓ ସଂକଳନରେ ସାହାଯ୍ୟ କରିଥିଲେ । ବିଶ୍ୱନାଥ କର ଥିଲେ ଏହାର ପ୍ରକାଶକ । ଏହା ଥିଲା ପ୍ରଥମ ଓଡ଼ିଆ ଶବ୍ଦକୋଷ । ସଂକଳନ ସହ ପ୍ରହରାଜ ସର୍ବସାଧାରଣ ଅନୁଦାନ ସଂଗ୍ରହ ଓ ଛପା ଖର୍ଚ୍ଚ ମଧ୍ୟ ବହନ କରିଥିଲେ । ତତ୍କାଳୀନ ବଙ୍ଗ, ମାନ୍ଦ୍ରାଜ ପ୍ରଦେଶ, ଅନେକ ଓଡ଼ିଆ କଥିତ ଅଞ୍ଚଳର ଶାସକ ଓ ବ୍ରିଟିଶ ସରକାର ଏହି ଗ୍ରନ୍ଥାବଳୀ ପାଇଁ ପୃଷ୍ଠପୋଷକତା ଯୋଗାଇଥିଲେ ।

ଇ-ଭାଷାକୋଷ

ଶବ୍ଦାବଳୀ[ସମ୍ପାଦନା]

୩୦ ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ମୋଟ ୧,୮୫,୦୦୦ଟି ଓଡ଼ିଆ ମୁଖ୍ୟଶବ୍ଦ ରହିଛି । ଏଥିରେ କେତେ ହଜାର ବୈଜ୍ଞାନିକ ଶବ୍ଦାବଳୀ ମଧ୍ୟ ସ୍ଥାନୀତ ।[୪] ଯଥା ଏଥିରେ ନକ୍ଷତ୍ର ସମ୍ବନ୍ଧରେ ୧୬-ପୃଷ୍ଠା ସମ୍ବଳିତ ଏକ ପ୍ରସଙ୍ଗ ରହିଛି । ଏଥିରେ ୧୩୦୦ଟି ଉଦ୍ଭିଦର ବର୍ଣ୍ଣନା ସ୍ଥାନୀତ ।[୫] ପ୍ରତିଟି ମୁଖ୍ୟଶବ୍ଦର ଓଡ଼ିଆ, ହିନ୍ଦୀ, ଇଂରାଜୀ, ବଙ୍ଗଳା, ସଂସ୍କୃତ ଓ ତେଲୁଗୁ ଅର୍ଥ ମଧ୍ୟ ରହିଛି । ତାହା ସହିତ ନାନାଦି ବର୍ଣ୍ଣନା ଓ ପୁରାଣରେ ବ୍ୟବହାର ମଧ୍ୟ ଏଥିରେ ଅଛି । ଏଥିରେ ସ୍ଥାନୀୟ ଗଛଲଟା, ଓଡ଼ିଶାର ଇତିହାସ, ଖାଦ୍ୟ ଓ ଚଳଣି ସମ୍ପର୍କରେ ଅନେକ ଲେଖା ସବିଶେଷ ବର୍ଣ୍ଣନା ସହ ଦେଖିବାକୁ ମିଳିଥାଏ ।[୬]

ଇ-ଭାଷାକୋଷ[ସମ୍ପାଦନା]

ସୃଜନିକା ଏହି ୭ ଖଣ୍ଡ ବହିକୁ ସ୍କାନ କରି ସେସବୁକୁ ପ୍ରଥମେ ଏକ ସିଡ଼ିରେ ରଖି ୨୦୦୬ ମସିହାରେ ମୁକ୍ତ ଲାଇସେନ୍ସରେ ବିତରଣ ଆରମ୍ଭ କରିଥିଲା ।[୭][୮] ପରେ ସ୍କାନ ହୋଇଥିବା ପୃଷ୍ଠାସବୁ ଟାଇପ କରାଯାଇ ଏକ ଡିଜିଟାଲ ଲେଖା ସଂସ୍କରଣ ଚିକାଗୋ ବିଶ୍ୱବିଦ୍ୟାଳୟ ୱେବସାଇଟରେ ମଧ୍ୟ ଉପଲବ୍ଧ ହୋଇଛି ।[୯]

ଆଧାର[ସମ୍ପାଦନା]

  1. Praharaj, Gopalchandra (1940), Purnachandra Bhashakosha, Cuttack: Utkal Sahitya Press
  2. Prasar, Vigyan. "SCIENCE WRITING IN ORIYA". {{cite journal}}: Cite journal requires |journal= (help)
  3. Datta, A. (1988). Encyclopaedia of Indian Literature: Devraj to Jyoti. Sahitya Akademi. ISBN 978-81-260-1194-0. Retrieved 2023-03-08.
  4. Mohanty, GN; Mohanty, SC (2004). "Living with snakes: the life style of the Snake Charmers (Sapua Kela)". Adivasi. 44 (1): 28–40.
  5. Pattnaik, Nikhil Mohan (2014). "Science for the Odia Public". {{cite journal}}: Cite journal requires |journal= (help)
  6. "Purnachandra Odia Bhashakosha". Srujanika. Archived from the original on 2012-01-28.
  7. http://www.archive.org/details/PurnachandraOdiaBhashakosha-Volume3-ConsonantsChaToTha
  8. "ଓଡ଼ିଆ ବିଭବ". ସୃଜନିକା.
  9. "Digital Dictionary of South Asia". University of Chicago.