ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ | |
---|---|
ଭାଷାକୋଷର ମଲାଟ | |
ଲେଖକ | ଗୋପାଳ ପ୍ରହରାଜ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଭାଷାକୋଷ |
ପ୍ରକାଶ ତାରିଖ | ୧୯୩୦ |
ମାଧ୍ୟମ ପ୍ରକାର | ପ୍ରିଣ୍ଟ (ବନ୍ଧାଇ) |
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ୧୯୩୦ରୁ ୧୯୪୦ ଭିତରେ ପ୍ରକାଶିତ ଏକ ବିଶାଳ ୭ ଖଣ୍ଡ ଓ ୯୫୦୦ ପୃଷ୍ଠାର ଓଡ଼ିଆ ଭାଷାକୋଷ ଯାହା ମୁଖ୍ୟତଃ ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଓ ତାଙ୍କର କେତେଜଣ ସହକର୍ମୀଙ୍କ ପ୍ରଚେଷ୍ଟା ଓ କେତେବର୍ଷର କଠିନ ପରିଶ୍ରମରୁ ତିଆରି ହୋଇଥିଲା । ଏହା ଥିଲା ପ୍ରଥମ ଓଡ଼ିଆ ଭାଷାକୋଷ ।[୧]
ଗୋପାଳ ଚନ୍ଦ୍ର ପ୍ରହରାଜ କେବଳ ଏଥି ନିମନ୍ତେ ଶବ୍ଦ ଖୋଜିବା ଓ ଏହାର ସମ୍ପାଦନା କରିନଥିଲେ, ସେ ଏହା ପାଇଁ ସର୍ବସାଧାରଣ ଅନୁଦାନ ଓ ଛପା ଖର୍ଚ ମଧ୍ୟ ବହନ କରିଥିଲେ ।
ବିଶେଷତା[ସମ୍ପାଦନା]
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଓଡ଼ିଆ ଭାଷାର ୧,୮୫,୦୦୦ଟି ଶବ୍ଦରେ ଭରା । ଏଥିରେ ଶବ୍ଦର ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଅର୍ଥ ମଧ୍ୟ ଅଛି । ତାହା ସହିତ ନାନାଦି ବର୍ଣ୍ଣନା ଓ ପୁରାଣରେ ବ୍ୟବହାର ମଧ୍ୟ ଏଥିରେ ଅଛି । ଏଥିରେ ସ୍ଥାନୀୟ ଗଛଲଟା, ଓଡ଼ିଶାର ଇତିହାସ, ଖାଦ୍ୟ ଓ ଚଳଣି ସମ୍ପର୍କରେ ଅନେକ ଲେଖା ସବିଶେଷ ବର୍ଣ୍ଣନା ସହ ଦେଖିବାକୁ ମିଳିଥାଏ ।[୨]
ଇ-ଭାଷାକୋଷ[ସମ୍ପାଦନା]
ସୃଜନିକା ତରଫରୁ ଏହି ୭ ଖଣ୍ଡ ବହିକୁ ଏକ ସିଡ଼ି (କମ୍ପ୍ୟୁଟର)ରେ ରଖାଯାଇ ମାଗଣା ଲାଇସେନ୍ସ ଜରିଆରେ ବଣ୍ଟନ କରାଯାଉଛି ।[୩][୪] ଏହାର ଏକ ଡିଜିଟାଲ ସଂସ୍କରଣ ଚିକାଗୋ ବିଶ୍ୱବିଦ୍ୟାଳୟ ୱେବସାଇଟରେ ମଧ୍ୟ ଉପଲବ୍ଧ ।[୫]
ଆଧାର[ସମ୍ପାଦନା]
- ↑ http://www.orissadiary.com/personality/writer/GOPAL%20CHANDRA%20PRAHARAJ%20.asp
- ↑ http://www.srujanika.org/dictionary.php?dictid=1
- ↑ http://www.archive.org/details/PurnachandraOdiaBhashakosha-Volume3-ConsonantsChaToTha
- ↑ "ଓଡ଼ିଆ ବିଭବ". ସୃଜନିକା.
- ↑ "Digital Dictionary of South Asia". University of Chicago.