ଗୋପାଳ ଚନ୍ଦ୍ର ପ୍ରହରାଜ
ଗୋପାଳ ଚନ୍ଦ୍ର ପ୍ରହରାଜ | |
---|---|
ଜନ୍ମ | ୨୭ ସେପ୍ଟେମ୍ବର ୧୮୭୪ ସିଦ୍ଦେଶ୍ୱରପୁର |
ମୃତ୍ୟୁ | ୧୬ ମଇ ୧୯୪୫(୭୦ ବର୍ଷ ବୟସରେ)[୧] |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଗପ ଓ ପ୍ରବନ୍ଧ ରଚନା, ଓକିଲାତି |
ପ୍ରସିଦ୍ଧି | ଭାଷାବିଦ, ଲେଖକ ଓ ବାରିଷ୍ଟର |
ବୈବାହିକ-ସାଥୀ | ମୁକ୍ତାମଣି |
ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ ।[୨] ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
ଜୀବନୀ
[ସମ୍ପାଦନା]ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଗୋପାଳ ଚନ୍ଦ୍ର ପ୍ରହରାଜ ୧୮୭୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ ଏକ ଧନୀ ବ୍ରାହ୍ମଣ ଜମିଦାର ଘରେ ଜନ୍ମଗ୍ରହଣ କରିଥିଲେ ।
ଶିକ୍ଷା
[ସମ୍ପାଦନା]ସେ ରେଭେନ୍ସା କଲିଜେଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ପରବର୍ତ୍ତୀ ସମୟରେ କଟକର ସେ ରେଭେନ୍ସା ମହାବିଦ୍ୟାଳୟରୁ କଳା ବିଭାଗରେ ଅଧ୍ୟୟନ କରିଥିଲେ । ଏହା ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ଅଧ୍ୟୟନ କରିଥିଲେ ।
ପରିବାର
[ସମ୍ପାଦନା]ଗୋପାଳ ଚନ୍ଦ୍ର ପ୍ରହରାଜ ମୁକ୍ତାମଣିଙ୍କୁ ବିବାହ କରିଥିଲେ । ଉଭୟ ଦମ୍ପତ୍ତିଙ୍କର ଚନ୍ଦ୍ରଶେଖର ନାମରେ ଜଣେ ବଡ଼ ପୁଅ ଓ ଲାବଣ୍ୟବତୀ ନାମରେ ଜଣେ ଝିଅ ହୋଇଥିଲେ । ବିବାହର କିଛି ବର୍ଷ ପରେ ୧୯୨୭ରେ ମୁକ୍ତାମଣି ପୁଅ ଚନ୍ଦ୍ରଶେଖରଙ୍କୁ ଧରି ତାଙ୍କଠାରୁ ସଂପୂର୍ଣ୍ଣ ଅଲଗା ହୋଇଯାଇଥିଲେ ଓ ନିଜ ଗାଁ ସିଦ୍ଧେଶ୍ୱରପୁରରେ ରହୁଥିଲେ । ମୁକ୍ତାମଣିଙ୍କଠାରୁ ଅଲଗା ହୋଇ ସେ ନିଜ ବିଧବା ଶାଳୀ ପୀତାମ୍ବରୀ ଦେବୀଙ୍କ ସହ କଟକରେ ରହୁଥିଲେ । କଟକରେ ସେ ରହୁଥିବା ସ୍ଥାନ ଏବେ "ଭାଷାକୋଷ ଲେନ୍" ଭାବରେ ପରିଚିତ ।
ଓକିଲାତି
[ସମ୍ପାଦନା]ସେ ୧୯୦୨ ମସିହାରେ ଓକିଲ ହୋଇଥିଲେ ଓ ମଧୁସୂଦନ ଦାସଙ୍କ ଅଧୀନରେ ଓକିଲାତି ବ୍ୟବସାୟ କରୁଥିଲେ । ସେ ସରକାରୀ ଓକିଲ ହିସାବରେ ମଧ୍ୟ କାମ କରିଥିଲେ । ବ୍ୟବସାୟ ବହୁତ ଭଲ ଚାଲିଥିଲା ଓ ରୋଜଗାର ଭଲ ହେଉଥିଲା ।
ମୃତ୍ୟୁ
[ସମ୍ପାଦନା]ପ୍ରହରାଜ ୧୯୪୫ ମସିହା ମେ ୧୬ତାରିଖରେ ବିଷ ମିଶା ଦୁଧ ପାନ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ।[୩]
ଲେଖକ ଜୀବନୀ
[ସମ୍ପାଦନା]ପ୍ରହରାଜ ୧୯୦୧ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ ଭାଗବତ ଟୁଙ୍ଗୀରେ ସନ୍ଧ୍ୟା ଶୀର୍ଷକରେ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ ଏବଂ ଏହା ହେଉଛି ତାଙ୍କର ପ୍ରଥମ କରି ପ୍ରକାଶିତ ହୋଇଥିବା ଲେଖା । ତାଙ୍କର ଲିଖନଶୈଳୀ ଫକୀର ମୋହନ ସେନାପତିଙ୍କଦ୍ୱାରା ପ୍ରଭାବିତ । ଓଡ଼ିଆ ବ୍ୟଙ୍ଗ ସାହିତ୍ୟକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ତାଙ୍କ ଲେଖାରେ ଓଡ଼ିଶାର ଅପଭ୍ରଂଶିତ ଭାଷା ସହିତ ହିନ୍ଦୁସ୍ଥାନୀ, ପାରସୀ, ଇଂରାଜୀ, ସଂସ୍କୃତ ଏବଂ ଅନେକ ଭାଷାର ମିଶ୍ରଣ ଦେଖିବାକୁ ମିଳେ ।[୪] ଜୀବନର ଶେଷ ଯାଏ ଭିନ୍ନ ଶୀର୍ଷକ ଥାଇ ସେ ଅନେକ କଷ୍ଟକର ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ଲେଖିଥିଲେ ।
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ
[ସମ୍ପାଦନା]ଗୋପାଳ ଚନ୍ଦ୍ର ପ୍ରହରାଜ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ମୁଖ୍ୟ ସଂକଳକ ଥିଲେ । ଏହାର ସଂକଳନ ଶେଷ କରିବା ପାଇଁ ତାଙ୍କୁ ପାଖାପାଖି ୩୦ ବର୍ଷ ସମୟ ଲାଗିଥିଲା[୫] ଓ ତାଙ୍କର ସଞ୍ଚିତ ସମସ୍ତ ଅର୍ଥ ଏହାର ପ୍ରସ୍ତୁତିରେ ଖର୍ଚ୍ଚ ହୋଇଯାଇଥିଲା ।
ରଚନାବଳୀ
[ସମ୍ପାଦନା]- ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ: ପ୍ରଥମ ଓଡ଼ିଆ ଭାଷାକୋଷ (୭ଟି ଖଣ୍ଡ)।[୬][୭] ୯୪୫୦ ପୃଷ୍ଠାର ଏହି ସଙ୍କଳନରେ ସର୍ବମୋଟ ମୋଟ ୧,୮୫,୦୦୦ ଶବ୍ଦର ବିଷଦ ବିବରଣୀ ସ୍ଥାନ ପାଇଛି ।[୮]
- ଭାଗବତ ଟୁଙ୍ଗୀରେ ସନ୍ଧ୍ୟା (୧୯୦୩)
- ବାଇ ମାହାନ୍ତି ପାଞ୍ଜି (୧୯୨୩)
- ଦୁନିଆର ହାଲଚାଲ (୧୯୫୨)
- ନନାଙ୍କ ବସ୍ତାନି
- ଆମ ଘରର ହାଲଚାଲ (୧୯୭୧)
- ବାଇନାନୀଙ୍କ ବୁଜୁଳି
ଆଧାର
[ସମ୍ପାଦନା]- ↑ ମହାପାତ୍ର, ପଣ୍ଡିତ ନରସିଂହ. [oaob.nitrkl.ac.in/278/1/amara_pdf1.pdf ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର]. ନିଉ ଷ୍ଟୁଡେଣ୍ଟସ ଷ୍ଟୋର୍ସ ଲି. p. ୨୨.
- ↑ ଗୌରାଙ୍ଗ ଚରଣ ଦାଶ. ଗୋପାଳଚନ୍ଦ୍ର ପ୍ରହରାଜ. ଓଡ଼ିଶା ସାହିତ୍ୟ ଏକାଡ଼େମୀ. p. ୧୬.
{{cite book}}
:|access-date=
requires|url=
(help) - ↑ "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୧୬/୦୫/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୪. Archived from the original on 21 May 2017. Retrieved 16 May 2017.
- ↑ "Reproducing a magnum opus". 3 September 2006. Retrieved 25 August 2016.
- ↑ Sebeok, Thomas Albert (1972). Current Trends in Linguistics. p. 138. Retrieved 25 August 2016.
- ↑ "ଆର୍କାଇଭ୍ କପି". Archived from the original on 2011-09-25. Retrieved 2011-05-25.
{{cite web}}
: Cite has empty unknown parameter:|1=
(help) - ↑ http://www.archive.org/details/PurnachandraOdiaBhashakosha-Volume3-ConsonantsChaToTha
- ↑ "The Hindu : Literary Review / Personality : Reproducing a magnum opus". hindu.com. 2006. Archived from the original on 9 November 2007. Retrieved 14 July 2012.
This 'treasure of language' is a seven-volume magnum opus with 1,85,000 words in 9450 pages and 71 photographs