ନୀଳମଣି ବିଦ୍ୟାରତ୍ନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ନୀଳମଣି ବିଦ୍ୟାରତ୍ନ
ନୀଳମଣି ବିଦ୍ୟାରତ୍ନ.jpg
ଜନ୍ମ ଓ ଜନ୍ମସ୍ଥାନ ୧୪ ଡିସେମ୍ବର ୧୮୬୭(1867-12-14)
ବୈଦେଶ୍ଵର, ବାଙ୍କୀ, କଟକ
ମୃତ୍ୟୁ ୨୬ ଜୁଲାଇ, ୧୯୨୪ (୫୬ ବର୍ଷ)
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ

ନୀଳମଣି ବିଦ୍ୟାରତ୍ନ, ଜଣେ ଦେଶସେବୀ, ସ୍ଵାଧୀନତା ସଂଗ୍ରାମୀ, ସାହିତ୍ୟିକ ଏବଂ ସମ୍ପାଦକ ଥିଲେ । ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଭିତ୍ତିପ୍ରସ୍ତ ତାଙ୍କରିଦ୍ଵାରା ସ୍ଥାପିତ ହୋଇଥିଲା ।[୧]

ଜୀବନୀ[ସମ୍ପାଦନା]

ନୀଳମଣି, ୧୮୬୭ ମସିହା ଡିସେମ୍ବର ୧୪ ତାରିଖରେ କଟକ ଜିଲ୍ଲାର ବାଙ୍କୀ ଉପକଣ୍ଠ ବୈଦେଶ୍ଵର ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ସୌରୀଚରଣ ମିଶ୍ର ଓ ମାତାଙ୍କ ନାମ ରୋହିଣୀ ଦେବୀ ।

ବଡ଼ମ୍ବା-ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରୁ, ନୀଳମଣି ଶିକ୍ଷକତା ଆରମ୍ଭ କରିଥିଲେ । ସେ ସମୟରେ, ନିଜ ଦରମାରୁ ୪ଟଙ୍କା ପ୍ରଦାନ କରିଥିଲେ, ମୋହନ ସୁବୁଦ୍ଧିଙ୍କୁ । ସୁବୁଦ୍ଧି, ତାଙ୍କ ପ୍ରେରଣା ଓ ସାହାଯ୍ୟଦ୍ଵାରା ବ୍ୟବସାୟରେ ସମୃଦ୍ଧି ଲାଭ କଲେ ଓ ପରବର୍ତ୍ତୀ ସମୟରେ ରାୟବାହାଦୂର ଭାବରେ ପ୍ରତିଷ୍ଠିତ ହୋଇଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟର ସେ ଥିଲେ ଜଣେ ପୃଷ୍ଠପୋଷକ । ତତ୍କାଳୀନ ଓଡ଼ିଶାର ବହୁ ସାହିତ୍ୟିକ ତାଙ୍କଦ୍ଵାରା ପ୍ରେରଣା ପାଉଥିଲେ ଓ ପ୍ରୋତ୍ସାହିତ ହେଉଥିଲେ । ବଡ଼ମ୍ବା ରାଣୀଙ୍କଠାରୁ ତାଙ୍କୁ ମିଳିଥିଲା "ବିଦ୍ୟାରତ୍ନ" ଉପାଧୀ । ୧୮୮୫ ସମୟରେ ବାମଣ୍ଡାର ରାଜା ବାସୁଦେବ ସୁଢ଼ଳଦେବଙ୍କଦ୍ଵାରା ଏହି ସମ୍ମାନ ପ୍ରତିଷ୍ଠିତ ହୋଇଥିଲା ଓ ସେ ସମ୍ବର୍ଦ୍ଧିତ ହୋଇଥିଲେ । ବଡ଼ମ୍ବା ଅଞ୍ଚଳର ବହୁ କିର୍ତ୍ତୀ ତାଙ୍କଦ୍ଵାରା ପ୍ରତିଷ୍ଠା ଓ ନାମକରଣ କରାଯାଇଥିଲା । ବାମଣ୍ଡାର ରହଣୀ କାଳରେ ସେ ସମ୍ବଲପୁର ହିତୈଷିଣୀ ପତ୍ରିକାର ସମ୍ପାଦନା କରୁଥିଲେ ।[୨] ଏ ଥିଲା ୧୮୮୭ ମସିହାର କଥା ।[୩] ପରବର୍ତ୍ତୀ ସମୟରେ ଗଞ୍ଜାମର ରମ୍ଭାଠାରେ, ଖଲ୍ଲୀକୋଟ ରାଜ ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ ପ୍ରକାଶ ପାଉଥିବା ପ୍ରଜାବନ୍ଧୁ ପତ୍ରିକାର ସମ୍ପାଦନା କରୁଥିଲେ ।[୪] ଏହି ସମୟରେ, ସେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ଵପ୍ନକୁ ସାକାର କରିବା ପାଇଁ କାର୍ଯ୍ୟ କରିଥିଲେ । ୧୯୦୨ ମସିହାରେ ଗଞ୍ଜାମ ଓଡ଼ିଆ ସଭାର ଆୟୋଜନ କରି, ଉତ୍କଳ ସମ୍ମିଳନୀର ପରିକଳ୍ପନା କରାଇଥିଲେ । ୧୯୦୩ ମସିହାରେ କଟକଠାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ବସିଥିଲା ।[୫] ସେ ବଡଖେମୁଣ୍ଡିରେ, ରାଜା କୃପାମୟ ଦେବଙ୍କ ପ୍ରକାଶିତ "ଗଞ୍ଜାମ ଗୁଣଦର୍ପଣ" ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ । ନିଜେ "ଉତ୍କଳମଧୁପ" ନାମକ ପତ୍ରିକା ପ୍ରକାଶ କରୁଥିଲେ । ଜୀବନର ଶେଷ ଭାଗକୁ ଉତ୍କଳ ଦୀପିକା ପତ୍ରିକାର ମଧ୍ୟ ସମ୍ପାଦନା କରୁଥିଲେ । ସମାଜ ସଂସ୍କାରକ ଭାବରେ, ସେ ବିଧବା ବିବାହ ପ୍ରଚଳନ, ବାଲ୍ୟବିବାହର ବିରୋଧରେ କାର୍ଯ୍ୟ କରୁଥିଲେ । ପୁରୀଠାରେ ଏକ ବିଧବା ଆଶ୍ରମ ପ୍ରତିଷ୍ଠା କରିଥିଲେ ।

ସାରସ୍ଵତ କୃତି[ସମ୍ପାଦନା]

ସମ୍ପାଦନା[ସମ୍ପାଦନା]

  • ଉତ୍କଳ ଦୀପିକା
  • ମ୍ବଲପୁର ହିତୈଷିଣୀ
  • ଉତ୍କଳମଧୁପ
  • ଗଞ୍ଜାମ ଗୁଣଦର୍ପଣ
  • ପ୍ରଜାବନ୍ଧୁ

ରଚନା[ସମ୍ପାଦନା]

  • ବିଷବୈରୀ
  • ରାଜନୀତି
  • ପଶୁ ଚିକିତ୍ସା
  • ପରିମଳ
  • ମଣିମଞ୍ଜୁଷା
  • କୃତନୀତିପରାଗ

୧୯୨୪ ମସିହା ଜୁଲାଇ ୨୬ ତାରିଖରେ ନୀଳମଣି ବିଦ୍ୟାରତ୍ନଙ୍କର ମହାପ୍ରୟାଣ ଘଟିଥିଲା ।[୬]

ଆଧାର[ସମ୍ପାଦନା]