ଦଣ୍ଡପାଣି ମିଶ୍ର

ଉଇକିପିଡ଼ିଆ‌ରୁ
ଦଣ୍ଡପାଣି ମିଶ୍ର
ଜନ୍ମ(1917-03-30)୩୦ ମାର୍ଚ୍ଚ ୧୯୧୭
ମୃତ୍ୟୁ୨୯ ଅକ୍ଟୋବର ୨୦୧୪(2014-10-29) (ବୟସ ୯୭)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ପ୍ରକାଶକ
ବୈବାହିକ-ସାଥୀସାବିତ୍ରୀ ଦେବୀ

ଦଣ୍ଡପାଣି ମିଶ୍ର, ଏକାଧାରରେ ଜଣେ ସ୍ୱାଧିନତା ସଂଗ୍ରାମୀ, କବି, ସାମ୍ବାଦିକ ଓ ପ୍ରକାଶକ ଥିଲେ । ସେ ୧୯୧୭ ମସିହା ମାର୍ଚ୍ଚ ମାସ ୩୦ ତାରିଖରେ ନୟାଗଡ଼ ଜିଲ୍ଲାର ଶରଣକୂଳଠାରେ ଜନ୍ମଗ୍ରହଣ କରିଥିଲେ ।

ଜୀବନୀ[ସମ୍ପାଦନା]

ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଦଣ୍ଡପାଣି, ଛାତ୍ର ଜୀବନରୁ ହିନ୍ଦୀ ଭାଷା ଶିକ୍ଷାର ପ୍ରସାର ଘଟାଇବା, ସୂତା କାଟିବା ଓ ଖଦଡ ହକିଂ କରି ସେ ସମୟର ରାଜ ଶାସନର କୋପଦୃଷ୍ଟିରେ ପଡିଥିଲେ । ୧୯୩୮ ମସିହାରେ ସେ ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗଦାନ କରିଥିଲେ । ୧୯୫୫ ମସିହାରେ, ତାଙ୍କର ପ୍ରଥମ କବିତା ସଂକଳନ "ଅସ୍ଥି ସଞ୍ଚୟନ" ପ୍ରକାଶ ପାଇଥିଲା । ୧୯୬୧ ମସିହାରେ, "ନିଖିଳ ଉତ୍କଳ ଲେଖକ ସମ୍ମିଳନୀ"ର ଆୟୋଜନ କରି, ସେ ନିଜର ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିଲେ । ୧୯୫୧ ମସିହାରୁ, ସେ ଅନ୍ତର୍ଜାତୀୟ ସାହିତ୍ୟ ସଂଗଠନ "ପେନ"ର ସଭ୍ୟ ରହିଥିଲେ ଓ ୧୯୫୮ ମସିହାରେ "ପେନ"ର ଓଡ଼ିଶା ଶାଖା ଖୋଲିବାରେ, ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ । ସେ ଓଡ଼ିଶା ପାଠାଗାର ସଂଘର ସଭାପତି ଭାବରେ ମଧ୍ୟ କାର୍ଯ୍ୟ ସମ୍ପାଦନା କରିଛନ୍ତି । ୧୯୪୮ ମସିହାରେ, ସେ ଓଡ଼ିଶା ସରକାରଙ୍କ ଲୋକ ସମ୍ପର୍କ ବିଭାଗରେ ଆସିଷ୍ଟାଣ୍ଟ ପବ୍ଳିସିଟି ଅଫିସର ଭାବରେ ଯୋଗଦାନ କରି ୧୯୭୫ ମସିହାରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ କରିବା ପରେ, ସେ ଧରିତ୍ରୀରେ ଯୋଗଦାନ କରିଥିଲେ ଓ ଶେଷ ପର୍ଯ୍ୟନ୍ତ ଏହି ଖବର କାଗଜ ସହ ପ୍ରକାଶକ[୧] ଭାବରେ ଜଡ଼ିତ ରହିଥିଲେ ।[୨] ଏହା ବ୍ୟତିତ, ସେ ବହୁ ସାହିତ୍ୟିକ ଅନୁଷ୍ଠାନ ସହିତ ଜଡ଼ିତ ରହିଥିଲେ ଓ ବହୁବାର ପୁରସ୍କୃତ ମଧ୍ୟ ହୋଇଥିଲେ ।

ରଚନାବଳୀ[ସମ୍ପାଦନା]

  • ଅସ୍ଥି ସଞ୍ଚୟନ(୧୯୫୫)
  • ଚଇତି ବିଜୁଳି(୧୯୫୯)
  • ମଟକା ତାଳ(୧୯୮୧)
  • ଯେ ଫୁଲ ମଉଳେ ନାହିଁ(୧୯୯୯)[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି" (PDF). Archived from the original (PDF) on 2016-03-05. Retrieved 2014-10-30. {{cite web}}: Cite has empty unknown parameter: |1= (help)
  2. http://odishasuntimes.com/96476/odishas-veteran-poet-publisher-dandapani-mishra-dead/
  3. ଧରିତ୍ରୀ ୩୦/୧୦/୨୦୧୪ ପୃଷ୍ଠା ୫